/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626228711.jpg)
cuttack bus terminal
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : କଟକ ଖାନନଗରରେ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ ପାଇଁ ଚାଲିଛି କାମ । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।
ନେତାଜୀ ବସ୍ ଟର୍ମିନାଲ କାମ ପାଇଁ ନିୟୋଜିତ ହୋଇଛନ୍ତି ବହୁ ସଂଖ୍ୟାରେ ଶ୍ରମିକ । କାମରେ ଲାଗିଛି ଜେ.ସି.ବି ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି । ଡେଡଲାଇନ୍ ଭିତରେ ପ୍ରସ୍ତାବିତ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ବିଭିନ୍ନ ବିଭାଗ କାମ ଜାରି ରହିଛି । ୨୦ ଏକର ଜାଗାରେ ଠିଆ ହେବ ନୂତନ ବସ ଟର୍ମିନାଲ ଜିଲ୍ଲାପାଳ କହିଛନ୍ତି । ଆସନ୍ତା ୯ ମାସ ଭିତରେ ବସଷ୍ଟାଣ୍ଡ କାମ ସହିତ ଟେମ୍ପୁଲ କମ୍ପଲେକ୍ସ ମଧ୍ୟ ସମ୍ପୂର୍ଣ୍ଣ ହେବ ।
Also Read
କଟକ ବାଦାମବାଡ଼ିରୁ ଶହ ଶହ ବସ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଆସ କରୁଥିଲେ ବି ଭିତ୍ତିଭୂମିରେ ଉନ୍ନତି ଘଟୁନଥିଲା । ଯେଉଁଥି ପାଇଁ ବିଭିନ୍ନ ସମୟରେ ସହରବାସୀ ଅଭିଯୋଗ କରି ଆସୁଥିଲେ କିନ୍ତୁ ଏବେ ନୂତନ ବସଷ୍ଟାଣ୍ଡ କାମ ଶେଷ ହେଲେ ଏହାର ସୁଫଳ ମିଳିବ ବୋଲି ଆଶା ରଖିଛନ୍ତି କଟକ ବାସିନ୍ଦା । ଅନ୍ୟପଟେ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ଲାଗି ରହଣି ଓ ପାଣି ଯୋଗାଣ ଭଳି ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଏକ ବିରାଟ ପାଣି ଟାଙ୍କି ନିର୍ମାଣ କରାଯାଉଛି ଏହି ପାଣିଟାଙ୍କି ଯୋଗୁଁ ବାଦାମବାଡ଼ି ଓ ଆଖପାଖ ଅଞ୍ଚଳବାସୀ ଉପକୃତ ହେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)