• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

passenger
ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ !

ଭୁବନେଶ୍ୱର: ଚଳନ୍ତା ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେଲେ ‘ମୋ ବସ୍’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଗତକାଲି ଭୁବନେଶ୍ୱର ହଂସପାଳ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଯାତ୍ରୀ ଜଣକ ଗତକାଲି ‘ମୋ ବସ୍‌’ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଚଳନ୍ତା ଗାଡ଼ିରୁ ଉକ୍ତ ଯାତ୍ରୀଙ୍କୁ ‘ମୋ ବସ୍’ କର୍ମଚାରୀ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ତଳେ […]

  • Tuesday, 13 July 2021
kantabanji
ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ, ରାତିସାରା ବେହୋସ ହୋଇ ପଡ଼ିରହିଲେ ଯୁବକ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ସମ୍ପର୍କୀୟ ଘରକୁ ଯାଇଥିଲେ, ପାଖ ଗାଁରୁ ଆସୁଛି କହି ଫେରିଲେନି । ବଲାଙ୍ଗୀର ଜିଲ୍ଲା ଗୁଡିଘାଟ ପଞ୍ଚାୟତର ବାବେଜୁରୀ ହରଗୌରୀ ମନ୍ଦିର ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ । ରାତିସାରା ଅଚେତ ଅବସ୍ଥାରେ ପଡି ରହିଲେ ଯୁବକ । ଆଜି ସକାଳେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟଣାଗଡ଼ ଥାନା ଭଇଁସା ନିକଟସ୍ଥ ବାନ୍ଧନପାଲି ଗ୍ରାମର ମୁରଲୀ ସଲତରଙ୍କ ପୁଅ ବିଦେଶୀ ସଲତର ଡଙ୍ଗରପଡା […]

  • Tuesday, 13 July 2021
mo bus
କାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ହୋଲିରେ ‘ମୋ ବସ୍’ ସେବା ପ୍ରଥମାର୍ଦ୍ଧରେ ବନ୍ଦ ରହିବ। କାଲି ଅପରାହ୍ନ ୩ଟାରୁ ‘ମୋ ବସ୍’ ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ କାଲି ବନ୍ଦ ରହିବ। ଏନେଇ Capital Region Urban Transport(CRUT) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ? ?????? On #Holi (???? ?????,????) #Mobus? will remain off roads in the first half of the day.Service will resume […]

  • Tuesday, 13 July 2021
99
ଅଭିଶପ୍ତ ଶୈଶବ : କିଡନୀ ରୋଗରେ ଆକ୍ରାନ୍ତ ହୋଇ ନାହିଁନଥିବା ଯନ୍ତ୍ରଣା ଭୋଗୁଛି ୮ ବର୍ଷର କୁନି ପୁଅ

କୋଣାର୍କ(ସଞ୍ଜୟ ପତି) : ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ନିମାପଡାର ତୁଳସୀପୁର ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । କିଡନୀ ରୋଗରେ ଆକ୍ରାନ୍ତ ଅମୀରଙ୍କ ପାଇଁ ଅର୍ଥ ସାଜିଛି ବାଧକ, ସାହାଯ୍ୟ ପାଇଁ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁର ଜଲିଲ ଖାଁ ଓ ସମି ବିବିଙ୍କ ୮ […]

  • Tuesday, 13 July 2021
truck
ଗାଡ଼ି ପାର୍କିଂ ବେଳେ ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଟ୍ରାନ୍ସଫର୍ମରରେ ଟ୍ରକ୍‌ ପିଟି ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନାପୁର ଥାନା ଅନ୍ତର୍ଗତ ଅନନ୍ତରାୟପୁରରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପଂଖିଲ ନାଥନ ସୁବ୍ରମଣ୍ୟମ ଓ ସୁପରଭାଇଜର ମଧମ କୁମାର ମୁଥୁଗଞ୍ଜନ। ସୂଚନା ଅନୁସାରେ, ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗାଁରେ ପହଞ୍ଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ। ଏହି […]

  • Tuesday, 13 July 2021
murder-in-puri
ଯୁବତୀଙ୍କୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଲେ ପରିବାର ଲୋକେ !

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁରର ତଳଜଙ୍ଘ ନଈକୂଳ ସାହିରେ ଅନର କିଲିଂ ଅଭିଯୋଗ ହୋଇଛି। ଗାଁର ଭାରତୀ ଜେନା ନାମକ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପରିବାର ଲୋକେ ହତ୍ୟା କରି ପୋଡ଼ିବା ପରେ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ଦିନ ଏହି ଘଟଣା ଘଟିଥିଲା। ଗାଁ ଲୋକେ ଓ ଶବ ପୋଡ଼ା ଯାଇଥିବା ପ୍ଲଟ୍ ମାଲିକ ଥାନାରେ ଅଭିଯୋଗ ପରେ ଏସ୍‌ଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଥିଲା। […]

  • Tuesday, 13 July 2021
husband kills wife
ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ଫେରାର

ବଲାଙ୍ଗିର: ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ। କିନ୍ତୁ କିଛି ଜାଗାରେ ପିଶାଚ ସାଜିଯାଏ ସ୍ୱାମୀ। ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାଏ। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ସଂସା ଗାଁରେ ଏଭଳି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ସୂଚନା […]

  • Tuesday, 13 July 2021
anganwadi center
ଓଡ଼ିଶାରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦିଯାଉଥିବା ରାଜ୍ୟ ସରକାର କହିଛନ୍ତି। ଆଜି ବିଧାନସଭାରେ ଏନେଇ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏତଦ୍‌ବ୍ୟତୀତ ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଏବେ ୬୨ ହଜାର ୧୭୧ଟି […]

  • Tuesday, 13 July 2021
re
ଅବ୍ୟବସ୍ଥା ଘେରରେ ବାତ୍ୟା ଆଶ୍ରୟସ୍ଥଳୀ : କେଉଁଠି ପିଇବା ପାଣି ସୁବିଧା ନାହିଁ ଆଉ କେଉଁଠି ବିଦ୍ୟୁତ ବ୍ୟବସ୍ଥା ନାହିଁ

ସୋର(ନିରଞ୍ଜନ ବେହେରା) : ଉପକୂଳିଆ ଲୋକଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ । ଆସନ୍ତା ୨୬ ତାରିଖରେ ବାଲେଶ୍ବରରେ ‘ୟାସ’ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ଥିବା କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଅପରିଷ୍କାର ହୋଇ ପଡିରହିଛି । ଗୋଟିଏ ପଟେ କରୋନା ମହାମାରୀ ସମସ୍ତଙ୍କୁ ଛଟପଟ କରାଉଥିବା ବେଳେ ଅନ୍ୟପଟେ […]

GANJA
ଟ୍ରକରୁ ପ୍ରାୟ ୨୨ କ୍ୱିଣ୍ଟାଲର ଗଂଜେଇ ଜବତ

ଟ୍ରକର କ୍ୟାବିନରେ ହେଉଥିଲା ଚୋରା ଚାଲାଣ ଯାଞ୍ଚବେଳେ ଟ୍ରକକୁ ଧରିଲା ଅବକାରୀ ବିଭାଗ ରାୟଗଡ଼ା : ରାୟଗଡ଼ା ଜିଲ୍ଲାରୁ ପୁଣି ଧରାପଡିଲା ଗଂଜେଇ । ୪ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଚାଲାଣ ହେଉଥିବାବେଳେ ଧରିଛି ଅବକାରୀ ବିଭାଗ । ଅଭିନବ ଉପାୟରେ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି । ରାତିରେ ଟ୍ରକଟି ରାୟଗଡା-ଭବାନୀପାଟଣା ରାଜ୍ୟ ରାଜପଥର ଚାନ୍ଦିଲି ଥାନାର ରାସ୍ତାକଡରେ ଛିଡା ହୋଇଥିବା ବେଳେ ଟ୍ରକଟିକୁ […]

  • Tuesday, 13 July 2021
vaccination
କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ମେ ୩ରୁ ନେଇପାରିବେ ଟିକା

ଭୁବନେଶ୍ୱର : ଆଜି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍ । ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ କେମିତି ଟିକା ଦିଆଯିବ, ତାର ଅଭ୍ୟାସ କରାଯାଉଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଛଳରେ ଚାଲିଛି ଏହି ଡ୍ରାଏ ରନ୍ । ସୋମବାରରୁ ଟିକାକରଣ ହେବାର ଅଛି, ସେଥିପାଇଁ ଆଜି ଡ୍ରାଏ ରନ୍ କରାଯାଉଛି । ବୈଷୟିକ ଏବଂ ପରିଚାଳନାଗତ ସ୍ତରରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ଏହି ଟ୍ରାଏଲ କରାଯାଉଥିବା ବିଏମସି କମିଶନର […]

  • Tuesday, 13 July 2021
lassi
ବିଷାକ୍ତ ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

ମାଲକାନଗିରି: ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର । ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ ସମସ୍ତେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡିଆ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲା । ସ୍ୱାସ୍ଥ୍ୟ ବିଭାଗ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ବର୍ତ୍ତମାନ ସୁଦ୍ଧା […]

  • Tuesday, 13 July 2021
11dead
ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିୟମିତ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ସମସ୍ତ ରେକର୍ଡ଼ ଭାଙ୍ଗି ଦୈନିକ ସଂକ୍ରମଣ ୧୦ ହଜାର ଟପିଥିବା ବେଳେ ଆଜି କରୋନାରେ୧୧ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ପାଇଛି । […]

  • Tuesday, 13 July 2021
courtre-agua
କରୋନା ପାଇଁ ହାଇକୋର୍ଟ ସହ ସବୁ କୋର୍ଟରେ ଆଗୁଆ ଖରାଛୁଟି : ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ

  ଆଗୁଆ ଖରାଛୁଟି ମେ ୨୪ ବଦଳରେ ମେ ୩ରୁ ହାଇକୋର୍ଟରେ ଖରାଛୁଟି ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ ମେ ୨୨ ପରିବର୍ତ୍ତେ ମେ ୩ରୁ ଜୁନ୍ ୫ ଯାଏଁ ତଳ କୋର୍ଟ ଛୁଟି କଟକ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ […]

  • Tuesday, 13 July 2021
rice
ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ଘୋଷଣା

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ମେ ମାସରୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମେ ଓ ଜୁନ୍ ମାସ ପାଇଁ ହିତାଧିକାରୀ ଅତିରିକ୍ତ ୫ କେଜି ଲେଖାଏଁ ପାଇବେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ ଅତିରିକ୍ତ ଚାଉଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ କୋଭିଡ୍ ପରିଚାଳନା ପାଇଁ ବିଏମସିକୁ ୧୦ କୋଟି ମଂଜୁର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ କୋଟି ଟଙ୍କା ମଂଜୁର ଭୁବନେଶ୍ୱର […]

  • Tuesday, 13 July 2021
shutdown
କରୋନା ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି : ଅମାନିଆଙ୍କୁ ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅମାନିଆ ହେଲେ ସଟଡାଉନ୍ ! ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯେଉଁଠି ଲୋକ ଅମାନିଆ ଭିଡ଼ ଜମାଇବେ ସେଠାରେ ପଦକ୍ଷେପ ନିଆଯାଇପାରେ ବର୍ତ୍ତମାନ ଲକଡାଉନ, ସଟଡାଉନର ଆବଶ୍ୟକତା ସବୁ ଜାଗାରେ ନାହିଁ ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରୁଛୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର : ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ । ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ […]

  • Tuesday, 13 July 2021
thunderstorm
ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା : ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ […]

  • Tuesday, 13 July 2021
rairakhol
ହଜି ଯାଇଛି ପୁଅ : ଟାଣ ଖରାରେ ଫଟୋ ଧରି ଗାଁ ଗାଁ ପାଗଳ ଭଳି ଖୋଜୁଛନ୍ତି ବାପାମା’

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଅଭିଶପ୍ତ ଜୀବନ । ହସଖୁସିର ପରିବାରରେ ହଠାତ ମାଡି ଆସିଲା କଳାବାଦଲ, ଯୁବ ଅବସ୍ଥାରେ ପରିବାରର ୪ ପୁଅ ମାନସିକ ରୋଗଗ୍ରସ୍ତ ହୋଇଗଲେ । ବୟସର ଅପରାହ୍ନରେ ପୁଅମାନେ ଆଶାବାଢି ସାଜିବେ ବୋଲି ଆଶା ରଖିଥିଲେ ବୁଢ଼ା ବାପାମା’ । ହେଲେ ଭାଗ୍ୟ ସେତକି କରାଇଲା ନାହିଁ, କିଛିଦିନ ହେବ ୨ ନମ୍ବର  ପୁଅ ନିଖୋଜ ହୋଇଯାଇଛି । ପୁଅକୁ ଖୋଜିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ବୁଢା ବାପାମା । […]

  • Tuesday, 13 July 2021
sankaramana-chain
ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଅଣ୍ଟା ଭିଡିଲେ ବ୍ୟବସାୟୀ

ଅସଂକ୍ରମଣ ଚେନରେ ଲାଗିବ ବ୍ରେକ୍! ସଂକ୍ରମଣ ଚେନ ବ୍ରେକ୍ ଦେବାକୁ ଅଣ୍ଟା ଭିଡିଲେ ବ୍ୟବସାୟୀ ଗଞ୍ଜାମରେ ମେ ୯ ଯାଏଁ ଦିନ ୨ଟାରୁ ଦୋକାନବଜାର ବନ୍ଦ ପୁରୀ ସହରରେ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ସମ୍ବଲପୁରରେ ଆଜିଠାରୁ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା କଳାହାଣ୍ଡିରେ ୫ ଦିନ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ସବୁ ଦୋକାନ ବନ୍ଦ ଭୁବନେଶ୍ୱର :  ସଂକ୍ରମଣ ଚେନରେ ବ୍ରେକ୍ […]

  • Tuesday, 13 July 2021
state-corona
ଭୟ ବଢ଼ାଉଛି ସଂକ୍ରମଣ : ଆଜି ପୁଣି ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ,୧୨ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍  ଚିହ୍ନଟ ହୋଇଛନ୍ତି ।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା […]

  • Tuesday, 13 July 2021
Post-office
ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ଅଭିଯୋଗ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ । ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ୩ଟି ପୋଷ୍ଟ ଅଫିସରୁ । ଗ୍ରାମାଞ୍ଚଳରେ କିଏ ମୂଲ ଲାଗି ତ ଆଉ କିଏ ଛୋଟ ବ୍ୟବସାୟ କରି ଭବିଷ୍ୟତ […]

  • Tuesday, 13 July 2021
dokan-band
ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ

ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର କରୋନା ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ ସହରାଞ୍ଚଳରେ ଦ୍ୱିପହର ୨ଟାରୁ ସକାଳ ୫ଟା ଯାଏ ବନ୍ଦ ରହିବ ବଜାର ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘର ବଡ଼ ନିଷ୍ପତ୍ତି ମେ ୯ ଯାଏଁ ବଳବତ୍ତର ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ ବ୍ରହ୍ମପୁର : ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ । କରୋନା ମାମଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି […]

  • Tuesday, 13 July 2021
vaccination
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇନରେ ପଞ୍ଜୀକରଣ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଆବଣ୍ଟନ ହେବ ସ୍ଳଟ୍ ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ଭୁବନେଶ୍ୱର : ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ […]

  • Tuesday, 13 July 2021
may
ଜରୁରୀ ନ ଥିଲେ ହସ୍ପିଟାଲରେ ରୁହନ୍ତୁ ନାହିଁ, ମେ ଦ୍ୱିତୀୟ ସପ୍ତାହରେ ଶୀର୍ଷ ଛୁଇଁବ କରୋନା

ଜରୁରୀ ନହେଲେ ହସ୍ପିଟାଲ ବେଡ୍ ଅକ୍ତିଆର ନକରିବାକୁ ଅନୁରୋଧ ମେ ଦ୍ୱିତୀୟ ସପ୍ତାହରେ କରୋନା ପିକ୍  ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଟେଷ୍ଟିଂ କମିନି, କିଟ୍ ମଧ୍ୟ ଯଥେଷ୍ଟ ଅଛି ବେଡର ଅଭାବ ରହିବନି, ୪ ଜିଲ୍ଲାକୁ ନେଇ କ୍ଲଷ୍ଟର ହେବ ଭୁବନେଶ୍ୱର : ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ । ମେ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ […]

  • Tuesday, 13 July 2021