• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gangster Hyder

Hyder
କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।

OHRC filed case
ହାଇଦର ମୃତ୍ୟୁ ଘଟଣାରେ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ।

gangster Hyder
ହାଇଦର ଶରୀରରେ ଗୋଟିଏ ଗୁଳି ଆଗରୁ ଥିଲା: ଏଡିଏମ୍ଓ

ବାଲେଶ୍ୱର ସିମୁଳିଆର ଏନକାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା।

144 Imposed In Kendrapara
ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ

ଏନ୍‌କାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। 

gangster Hyder
ରିକ୍ସା ଚାଳକରୁ ଟପ୍ ଗ୍ୟାଙ୍ଗଷ୍ଟର 'ହାଇଦର୍'

୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର।

Hyder Wife
ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ: ହାଇଦର୍‌ର ସ୍ତ୍ରୀ

ପୋଲିସର ଓ୍ୱାର୍ଣ୍ଣିଂ ନମାନି ଖସି ଯିବାକୁ ଚେଷ୍ଟା କରିବାରୁ ହାଇଦରକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଗୁଳି ସିଧା ଯାଇ ହାଇଦରର ପେଟରେ ବାଜିଥିଲା। ହାଇଦରକୁ ଗୋଟିଏ ହିଁ ଗୁଳି କରାଯାଇଥିଲା ବୋଲି କହିଛନ୍ତି ପୋଲିସ କମିଶନର।

Gangster Hyder
ପୋଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ।

Gangster Hyder
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।

hyder
ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ମଙ୍ଗଳାବାଗ ପୋଲିସ, କୋର୍ଟ ଦେଲେ ଅନୁମତି

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ ହାଇଦରକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କଟକ ସିଟି JMFC କୋର୍ଟ ଏହି ଅନୁମତି ଦେଇଛନ୍ତି। ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ […]

hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କନଷ୍ଟେବଲ, ୱାଡର ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୨ ଜଣ ଗିରଫ। କନଷ୍ଟେବଲ ମହମ୍ମଦ ମୌସିମଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଜେଲ୍‌ର ଜଣେ ୱାର୍ଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି। ହାଇଦର ଫେରାର ଦିନ ଡ୍ୟୁଟିରେ ଥିଲେ କନଷ୍ଟେବଲ ମୌସିମ। ପୂର୍ବରୁ ମୌସିମ ସହ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ହାଇଦରକୁ ଜଗିବା ଦାୟିତ୍ୱରେ ଥିବା ୬ ପୋଲିସ ନିଲମ୍ବିତ ହୋଇଛନ୍ତି। କଟକ ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର […]

hyder-act
ହାଇଦର ଲିଙ୍କ୍‌ ଅଭିଯୋଗରେ ଆଲବମ୍ ହିରୋଇନ୍ ଗିରଫ

ଭୁବନେଶ୍ୱର: ହାଇଦର ଲିଙ୍କ୍‌ରେ ଆଲବମ୍‌ ହିରୋଇନ। ଗ୍ୟାଙ୍ଗଷ୍ଟର୍ କ୍ରାଇମ ସିଣ୍ଡିକେଟ୍‌ରେ ଯୁବତୀା କେବେ ତା ଅପରାଧ ଦୁନିଆରେ ରହୁଥିଲେ ଛାଇ ଭଳି ତ ଆଉ କେବେ ଗ୍ଲାମର ଗାର୍ଲ ସାଜି ଦର୍ଶକଙ୍କୁ କରୁଥିଲେ ମତୁଆଲା। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀ। ବୟସ ୧୮। ଯାହାଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। କାରଣ ଚିକିତ୍ସାର ଆଳ କରି ଏସ୍‌ସିବିରେ ଥିବାବେଳେ ହାଇଦରକୁ ଅର୍ଚ୍ଚନା ଆସି ଦେଖାକରିଛନ୍ତି। ଏକାଧିକବାରା କେବଳ ସେ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଓ […]

Hyder
ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ

ଭୁବନେଶ୍ୱର: ହାଇଦରକୁ ମାଡ଼ିବସିଲା ତେଲେଙ୍ଗାନା ଟାସ୍କଫୋର୍ସ। ହାଇଦର ଗିରଫ ଘଟଣାରେ OTVକୁ EXCLUSIVE ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର। ହାଇଦରର ଫଟୋ ଜାରି ସହ ପାଟ୍ରୋଲିଂ ଟିମ୍‌କୁ ଆଲର୍ଟ କରିଥିଲୁ। ସବୁ ସିସିଟିଭିକୁ ଛାନ୍‌ଭିନ୍‌ କରିବା ବେଳେ ସୁରାକ ମିଳିଥିଲା।  ଗାଡ଼ି ବଦଳାଇ ଲୁଚିବା ଉଦ୍ୟମ ବେଳେ  ସେ ଧରାପଡ଼ିଥିଲା। ହାଇଦରକୁ ତେଲେଙ୍ଗାନା ଟାସ୍କଫୋର୍ସ ମାଡ଼ିବସିଥିଲା। ହାଇଦ୍ରାବାଦ ଉପକଣ୍ଠ ଜହିରାବାଦ୍‌ରେ ତାକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ବୋଲି ହାଇଦ୍ରାବାଦ ସିପି କହିଛନ୍ତି। […]

bijaymahapatra
ହାଇଦର ଫେରାର ଫଛରେ ବଡ଼ ଅଫିସରଙ୍କ ହାତ: ବିଜୟ

ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜୟ କହିଛନ୍ତି। ଡିଜି, STF ମୁଖ୍ୟ, ଏଡିଜି, ଡିସିପି ନିଜ ଦାୟିତ୍ୱ ସଠିକ ତୁଲାନ୍ତୁ। ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ […]

Hyder
ହାଇଦରକୁ ଫେରାର କରାଇଛି କିଏ? ସୂଚନା ଦେଲେ କଟକ ଡିସିପି

କଟକ: ହାଇଦର ଫେରାର ପଛରେ ରହିଛି ସହଯୋଗୀ ସଲ୍ଲୁର ହାତ ରହିଛି। ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଲେ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ହାଇଦରକୁ ଫେରାର କରାଇବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ସଲ୍ଲୁକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ତଦନ୍ତ ସଠିକ ଢଙ୍ଗରେ ଆଗଉଛି ବୋଲି କଟକ ଡିସିପି କହିଛନ୍ତି। […]

Lekhshree
ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ

ଭୁବନେଶ୍ୱର: ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା।କେବଳ ଏତିକି ନୁହେଁ, କଡ଼ା ସୁରକ୍ଷାରେ ଥିବା ଜେଲ୍ ଭିତରେ ହାଇଦର ମୋବାଇଲ୍ ବ୍ୟବହାର କରିବା ସହ ବାହାରର ଅପରାଧକୁ ମଧ୍ୟ ନିୟନ୍ତ୍ରଣ କରୁଥିଲା। ତା’ ସହିତ ଝିଅମାନଙ୍କୁ […]

Hyder
ପୂରା ପ୍ରି ପ୍ଲାନିଂରେ SCB ରୁ ଚମ୍ପଟ୍‌ ମାରିଥିଲା ହାଇଦର

ହାଇଦର ଫେରାର୍ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ମାସାଧିକ କାଳ ସୁଚିନ୍ତିତ ଯୋଜନା ପରେ ସୀମାପାର୍ ହୋଇଛି ହାଇଦର। ୪ ଦିନ ପରେ ବି ନିରାଶ ପୋଲିସ୍।

hyder
ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର!

ଆକସ୍ମିକ ନୁହେଁ, ବରଂ ଏସସିବିରୁ ଖସିଯିବାକୁ ସୁପରିକଳ୍ପିତ ଯୋଜନା କରିଥିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର। କିଏ କହୁଛନ୍ତି ସେ ଏବେ ସୀମା ଡେଇଁ ଓଡ଼ିଶା ପାର୍, ତ ଆଉ କିଏ ସେ ବାଂଲାଦେଶ ପଳାଇଛି। ହେଲେ କାହା ସାହାରରେ ଖସିଗଲା ସେ ? ତାର ମାଷ୍ଟରପ୍ଲାନରେ କେଉଁ ମାନଙ୍କ ଥିଲା ସହଭାଗିତା ?

Hyder
ହାଇଦରକୁ ଜଗୁଥିବା ପୋଲିସ କର୍ମଚାରୀ ମେଡ଼ିକାଲରେ ନୁହେଁ ହୋଟେଲ୍‌ରେ ରହୁଥିଲେ ...

କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଓଟିଭି ହାତରେ ଲାଗିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ହାଇଦରକୁ ଜଗିଥିବା ପୋଲିସ କର୍ମଚାରୀ ହୋଟେଲରେ ରହିଥିଲେ ବୋଲି ମିଳିଛି ସୂଚନା। ୬ ପୋଲିସ କର୍ମଚାରୀ ମଙ୍ଗଳାବାଗରେ ହୋଟେଲରେ ରହୁଥିଲେ ବୋଲି ଜଣାପଡିଛି। ହୋଟେଲ ରୁମ୍ ବୁକ୍ କରିଥିଲେ କନଷ୍ଟେବଲ ମହମ୍ମଦ ମୌସିମ ବୋଲି ଜଣାପଡିଛି। ହାଇଦର ଫେରାର ହେବା ଦିନ ଡ୍ୟୁଟି କରୁଥିବା ମୌସିମ ହୋଟେଲ ବୁକ୍ କରିଥିଲେ। ଓଟିଭିକୁ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ହୋଟେଲ […]

hyder
ଷଡଯନ୍ତ୍ର କଲେ, ପୋଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦରକୁ ଖସାଇ ନେଲେ

ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ ଦର୍ଶାଇଛନ୍ତି।

Hyder
କୁଆଡ଼େ ଛୁ ମାରିଲା ହାଇଦର୍? ଖୋଜି ଖୋଜି ଓଡ଼ିଶା ପୋଲିସ ହେଲାଣି ହାଲିଆ

ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଭିତରେ ପଶି ଯାତ୍ରୀଙ୍କୁ ହାଇଦରର ଫଟୋ ଦେଖାଇଛି RPF। ସଫେଇ କର୍ମଚାରୀଙ୍କୁ ବି ଅବଗତ କରାଯାଉଛି। ସୂଚନା ପାଇବା ମାତ୍ରେ ତତକ୍ଷଣାତ୍‌ ରେଲୱେ କିମ୍ବା ନିକଟସ୍ଥ ପୋଲିସରେ ସୂଚନା ଦେବାକୁ କୁହାଯାଉଛି।

gngster-hyder
ସୁରକ୍ଷାକର୍ମୀଙ୍କୁ ନିଶା ଦେଇ SCB ରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

ଫେରାର ହୋଇଗଲା ଗ୍ୟାଙ୍ଗଷ୍ଟର ହାଇଦର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ସୂଚନା। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇଛି ହାଇଦର।

hyder
ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ହାଇଦରକୁ ତେଲେଙ୍ଗାନାରୁ‌ ଗିରଫ କରିଥିଲା ପୋଲିସ୍‌ ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍‌ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ […]

Hyder's Aide Yakub
କେମିତି ହାଇଦର ଗ୍ୟାଙ୍ଗରେ ସାମିଲ ହେଲା ୟାକୁବ ?

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଟ୍ୱିଷ୍ଟ ଆସିଛି। ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସଲ୍ଲୁ ହାଇଦରର ବହୁ ପୁରୁଣା ସହଯୋଗୀ ବୋଲି କୁହାଯାଉଛି। କିଏ ଏହି ୟାକୁବ ? କେମିତି ହାଇଦର ସହ ତାର ସାକ୍ଷାତ ହୋଇଥିଲା ? ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା। ସେଠାରେ ହାଇଦରର ପୁଅ ସହ ୟାକୁବର ଦେଖା ହୋଇଥିଲା। ସେହିଦିନ ଠାରୁ ୟାକୁବ […]

Hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ୬ ସସ୍‌ପେଣ୍ଡ୍‌

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ତେବେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା […]

haider-ali
ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍, ଆଲର୍ଟରେ କେନ୍ଦ୍ରାପଡ଼ା

ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ମେଡିକାଲ୍‌ରୁ ଖସି ପଳାଇଲା ଗ୍ୟାଙ୍ଗଷ୍ଟର ହାଇଦର ହାର୍ଡକୋର କ୍ରିମିନାଲ୍‌ ହାଇଦରକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍ କଟକ ସହର ସୀମା ସିଲ୍ ଆଲର୍ଟରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସ୍‌ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ଏବେବି କୌଣସି ପତ୍ତା ମିଳିପାରି ନାହିଁ। କାଲି ସନ୍ଧ୍ୟାରୁ ହାଇଦର ନିଖୋଜ ଥିବାବେଳେ ବର୍ତ୍ତମାନ ସୁଦ୍ଧା […]