Advertisment

ଏକା ସାଙ୍ଗରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି।

author-image
Sarbeswar
ଏକା ସାଙ୍ଗରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

hacked to death

ବାଲେଶ୍ୱର: ଏକା ସାଙ୍ଗରେ ଜଳିଲା ଦୁଇଟି ଜୁଇ। ଗୋଟିଏ ସ୍ତ୍ରୀର, ଆଉ ଗୋଟିଏ ସ୍ୱାମୀର। ଲାଗୁଛି ଯେମିତି ଡକାଡକି ହୋଇ ଚାଲିଗଲେ ସ୍ୱାମୀ ଓ ସ୍ତ୍ରୀ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳଆ ଥାନା ଅଡା ପଞ୍ଚାୟତର ହଳିଶ ଗାଁରେ। ମୃତକ ହେଲେ ପର୍ଶୁରାମ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କବିତା ଗରିବ ପର୍ଶୁରାମ। ଦିନ ମଜୁରିଆ ଭାବେ କାମ କରନ୍ତି ପର୍ଶୁରାମ। ପରିବାର କହିଲେ, ସ୍ୱାମୀ ସ୍ତ୍ରୀଙ୍କ ସହିତ ବୃଦ୍ଧ ବାପା ଓ ୨ ବର୍ଷର ଝିଅ। ଅଭିଯୋଗ ଅନୁସାରେ ପର୍ଶୁରାମଙ୍କ ବ୍ୟାଙ୍କ ଖାତାକୁ କିଛି ଦିନ ତଳେ କାଳିଆ ଟଙ୍କା ଆସିଥିଲା ସେହି ଟଙ୍କା ଉଠାଇବାକୁ ସେ ଅଡ଼ା ୟୁକୋ ବ୍ୟାଙ୍କକୁ ବାରମ୍ବାର ଦୌଡ଼ିଥିଲେ କିନ୍ତୁ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିନଥିଲେ ବୋଲି ପଡ଼ୋଶୀ କହିଛନ୍ତି। ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି। ଏବେ ପର୍ଶୁରାମଙ୍କ ବୃଦ୍ଧ ବାପା ଓ ୨ ବର୍ଷର ଝିଅ କେମିତି ଚଳିବେ, ତାହା ବଡ଼ ପ୍ରଶ୍ନ। ସେପଟେ ବ୍ୟାଙ୍କ ମ୍ୟାନେଜର କହିଛନ୍ତି, ପର୍ଶୁରାମଙ୍କ ଲୋନ୍ ଆକାଉଣ୍ଟରେ କିଛି ସମସ୍ୟା ଥିଲା ତେଣୁ ସେ ଟଙ୍କା ଉଠାଇପାରିନଥିଲେ।

Advertisment
Odisha News Balasore UCO Bank
Advertisment
Advertisment