ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]
କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।
କଟକ: ଏସ୍ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ […]
ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍ଡାଉନ୍ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି। ଏପରିକି […]
ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ […]
ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍ଡାଉନ୍ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି। ଏପ୍ରିଲ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ ଜୁନ୍ ଯାଏଁ ମାଲବାହୀ ଗାଡ଼ି କୌଣସି ଟିକସ ଦେବେନି। ଏହି ସମୟରେ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରିବନି। ଏ ନେଇ ବାଣିଜ୍ୟ ଓ ପରିବହନ […]
ଭୁବନେଶ୍ୱର: ଲକ୍ଡାଉନ୍ ଯୋଗୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଲ୍ ପୈଠ ନେଇ ଆଶ୍ୱସ୍ତି ମିଳିଛି। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି […]
ଭୁବନେଶ୍ୱର: ଆଜି ଆକାଶରେ ଦୃଶ୍ୟମାନ ହେଉଛି ସୁପର୍ମୁନ୍। ସାଧାରଣ ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ୬ ପ୍ରତିଶତ ବଡ଼ ଏବଂ ୨୫ ପ୍ରତିଶତ ଉଜ୍ଜଳର ଚନ୍ଦ୍ର ଦେଖାଯାଉଛି। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକଙ୍କ କହିବା କଥା, ଏହା ହେଉଛି ଏବର୍ଷର ସବୁଠୁ ଉଜ୍ଜଳତମ ପୂର୍ଣ୍ଣଚନ୍ଦ୍ର। ସଂଧ୍ୟାରୁ ଦେଖାଯାଉଥିବା ଏହି ବିରଳ ପୂର୍ଣ୍ଣଚନ୍ଦ୍ର ଭୋର ଯାଏଁ ଦେଖାଯିବ। ମେଘୁଆ ପାଗ ଥିଲେ ତାହା ଢାଙ୍କି ହୋଇ ରହିବ, ତେଣୁ ଭଲ ଭାବେ ଦେଖିହେବ ନାହିଁ। ତେବେ ଏହାକୁ ଖାଲି […]
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଏସ୍ଓଜି ଟ୍ରେନିଂ ସେଣ୍ଟରରେ ଅଘଟଣ। ଟ୍ରେନିଂ ବେଳେ ଗ୍ରେନେଡ୍ ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ପ୍ରକାଶ ସାହୁ। ଆଜି କ୍ୟାମ୍ପରେ ଟ୍ରେନିଂ ହେଉଥିଲା ବେଳେ ଗ୍ରେନେଡଟି ଅନ୍ୟ ଜଣେ ଯବାନଙ୍କ ଉପରେ ଫୁଟିବା ବେଳେ ଏହାକୁ ରୋକିବା ସହ ବୀରତ୍ୱର ପରିଚୟ ଦେଇଥିଲେ ହାବିଲଦାର୍ ପ୍ରକାଶ। ଅନ୍ୟ ଜଣେ ସହଯୋଗୀ ଟ୍ରେନି କ୍ୟାଡେଟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତରେ ଗ୍ରେନେଡଟି ଫୁଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ […]
ଭୁବନେଶ୍ୱର: ରାଜଧାନୀରେ ଆବଶ୍ୟକ ମୁତାବକ କଞ୍ଚା ପରିବା ମହଜୁଦ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି। ରାଜ୍ୟ ସରକାର କରିଥିବା ୪୮ ଘଣ୍ଟିଆ ସଟ୍ ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ବାହାର ରାଜ୍ୟରୁ ସଟ୍ ଡାଉନ ଯୋଗୁଁ ପରିବା ଆସିପାରୁନାହିଁ। ଫଳରେ ରାଜଧାନୀରେ ଆବଶ୍ୟକତାର ମାତ୍ର ୪୦ ପ୍ରତିଶତ ପରିବା ମହଜୁଦ ରହିଛି। ସେହିଭଳି ରାଜ୍ୟରେ ବି ଉତ୍ପାଦନ ହେଉଥିବା […]
କଟକ: କଟକ କେଶପୁରରରେ ପୋଲିସ ଉପରକୁ କିଛି ଲୋକେ ଢେଲା ଓ ପଥରମାଡ଼ କରିଛନ୍ତି। ଏହାର ଜବାବରେ ପୋଲିସ୍ ଲାଠିଚାର୍ଜ କରିଥିଲାବେଳେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଆଜି ସଟ୍ଡାଉନ୍ର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପୋଲିସ୍ ପାଟ୍ରୋଲିଂ କରୁଥିବାବେଳେ କେଶରପୁର ଅଞ୍ଚଳରେ କିଛି ଲୋକ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା। ତେବେ ପୋଲିସ୍ ପଦକ୍ଷେପ ନେବାରୁ ଉଲ୍ଲଘଂନକାରୀମାନେ ପୋଲିସ୍ ଉପରକୁ ଢେଲା ଓ ପଥରମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଲାଠିଚାର୍ଜ କରିଥିଲା। ଏମାନଙ୍କ […]
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଆଉ ବୋର୍ ହେବାକୁ ପଡ଼ିବ ନାହିଁ। ଘରେ ବସି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ୧ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଘରେ ବସି ମନୋରଞ୍ଜନ ଓ ଟଙ୍କା ରୋଜଗାରର ଏଭଳି ସୁଯୋଗ ଆଣିଛି ପରିବହନ ବିଭାଗ। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସଡକ ସୁରକ୍ଷା ସଂପର୍କିତ କୁଇଜ୍ ଓ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟ୍ରେ ଭାଗ ନେଇ ଘରେ ବସି ଏକ ହଜାର ଟଙ୍କାର ପୁରସ୍କାର […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଇତି ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗରମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, […]
ସୁନ୍ଦରଗଡ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ବଡ଼ ଭାଇ ଓ ପୁଅ ଏବଂ ସାନଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା କୁର୍ଡେଗ ଥାନା ମୁହାଡିହି ଗାଁରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଏହି ହଣାକଟା ହୋଇଛି। ଆଜି ସକାଳେ ଜମିଜମା ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର […]
କୋରାପୁଟ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଗୁଡାରେ। ଆଜି ସର୍ଗିଗୁଡ଼ାରେ ଜଣେ ବ୍ୟକ୍ତି ତାଙ୍କ ନୂଆ ଘର ଛାତରେ ପାଣି ପକାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ଜଣକ ପରେ ଜଣେ ଗୋଟିଏ ପରିବାରର ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ ୬ ଜଣ। ତୁରନ୍ତ ସେମାନଙ୍କୁ ପ୍ରଥମେ ବୋରିଗୁମ୍ମା […]
ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ ଖାଇବାକୁ ପାଉନାହାନ୍ତି ପଶୁଜନ୍ତୁ। ଫଳରେ ରାଜ୍ୟରେ ପଶୁ ପକ୍ଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି।ଏପରି ଅନେକ ସ୍ଥାନରେ ପଶୁମାନେ ହ୍ରିଂସ ହେଲେଣି। ଏହି ତାଲିକାରେ କୁକୁର ମଧ୍ୟ ଅଛନ୍ତି। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଉପାସରେ ରହୁଛନ୍ତି। ରାଜ୍ୟର ସହାରାଞ୍ଚଳରେ ବସବାସ କରୁଥିବା ଲକ୍ଷେ ୨୦ ହଜାର କୁକୁର ଉପାସରେ ରହୁଛନ୍ତି। ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଛନ୍ତି। ତେବେ ଏହି କୁକୁରଗୁଡ଼ିକୁ ମିଳିବ ଖାଦ୍ୟ। […]
ଭୁବନେଶ୍ୱର: ଏପ୍ରିଲ ୯ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀମାନଙ୍କୁ ଦରମା ଓ ପେନସନ ନିଶ୍ଚିତ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଆଜି ଟ୍ରେଜେରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା, ସ୍ୱତନ୍ତ୍ର ଓ ସବ-ଟ୍ରେଜେରୀର ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ‘କରୋନା’ ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ନିଜର କର୍ମଚାରୀମାନଙ୍କୁ ଦରମା ଓ ପେନସନ ଦେବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ଆଜି ଓଡ଼ିଶା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇସାରିଛି। ତେଣୁ […]
ଭୁବନେଶ୍ୱର: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ପୂର୍ବରୁ ପ୍ରଥମ ଦଫାରେ ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ଟଙ୍କା ଫେରିଥିବା ବେଳେ ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି। ଏଥିସହ ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି। ଦ୍ୱିତୀୟ […]
ଯାଜପୁର: ଯାଜପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମୁଡ଼ି ଥିବା ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ବ୍ୟାସ ସରୋବର ମନ୍ଦିର ନିକଟରେ। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ ଜଣେ ଯୁବକ ଆଜି ମନ୍ଦିରରେ ଶୋଇଥିବାବେଳେ, ଏକ ଚନ୍ଦନ ବୋଡ଼ା ସାପ ଆସି ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ଯୁବକ ଜଣକ […]
ଭୁବନେଶ୍ୱର: ଲକଡାଉନ୍ ବେଳେ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟଗତ ଚାପ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୋଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ ସେଥିପ୍ରତି ଜାରି ହୋଇଛି ଗାଇଡ୍ଲାଇନ୍। ଏଥିସହ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନକରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ପୋଲିସ ଡିଜି ଅଭୟ […]
ଭୁବନେଶ୍ୱର: ସହରରେ ଥିବା ଭିକାରୀ, ବେସାହାରା, ବାସହରା ଓ ଖାଇବାକୁ ପାଉନଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆହାର କେନ୍ଦ୍ର ବନ୍ଦ ହୋଇଯିବା ପରେ ଏମାନଙ୍କ ଦୁଇ ମୁଠା ଖାଇବା ବି କଷ୍ଟକର ହୋଇପଡ଼ିଥିଲା। ଚିଠିରେ ଜଣାଯାଇଛି ଯେ ‘କୋଭିଡ-୧୯’ ଯୋଗୁଁ ସମଗ୍ର ରାଜ୍ୟବ୍ୟାପୀ ଲକଡାଉନ୍ ଓ ସାମାଜିକ ଦୂରତ୍ୱ […]
କଟକ: ରାଜଧାନୀର ଏକ ନମ୍ବର ହାଟ ପରେ କଟକ ଛତ୍ରବଜାର ଖୁଚୁରା ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ତଥା ହାଟରେ ଅତ୍ୟଧିକ ଭିଡ଼କୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର କରାଯିବ। ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ […]
ଭୁବନେଶ୍ୱର: କରୋନାକୁ ନେଇ ଆଜିବି ଅନେକ ଲୋକ ଲକଡାଉନ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୦୪ଟି ମାମଲା ରୁଜୁ ହୋଇଛି। ଲକ୍ ଡାଉନ ଉଲ୍ଲଂଘନରେ ୩୮୦, ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ଏବଂ କୋଭିଡ୍-୧୯ ନିୟମ ଉଲ୍ଲଂଘନରେ ୧୪ଟି ମାମଲା ରୁଜୁ ହୋଇଥିବା ବାଗଚୀ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଅନେକ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। କେଉଁଠି ଲାଠି […]
ଭୁବନେଶ୍ୱର: ଲକଡାଉନ ସମୟରେ ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପାସ୍ ଜରୁରୀ। ଅତ୍ୟାବଶ୍ୟକ କାମ ପାଇଁ ଯାଉଥିବା ଲୋକ ଜଣାଇଲେ ପୁଲିସ ପାସ୍ ଦେବ। ଅନ୍ୟ ସମସ୍ତ ଅନୁମତିପ୍ରାପ୍ତ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପାସ୍ ଜରୁରୀ। ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ହସ୍ପିଟାଲ, ଗଣମାଧ୍ୟମ ପାଇଁ ପାସ୍ ଲାଗୁ ବୋଲି ସୁଧାଂଶୁ ଷଡଙ୍ଗୀ କହିଛନ୍ତି। କରୋନା ପାଇଁ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ […]