ଭୁବନେଶ୍ୱର: ପୁଣି ନିରାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ଉଭୟ ନେତା ନିରାଶ ହୋଇଛନ୍ତି। ସାଧାରଣ ନିର୍ବାଚନବେଳେ ଉଭୟ ପାଟ୍ଟଶାଣୀ ଓ ଚାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ନିଜେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାଙ୍କୁ ଟିକଟ୍ ମିଳିନାହିଁ। ପ୍ରତିକ୍ରିୟାରେ ପାଟ୍ଟଶାଣୀ କହିଛନ୍ତି, ଟିକଟ୍ ପାଇବାକୁ ତାଙ୍କର ପୂର୍ଣ୍ଣ ଭରସା ଓ ବିଶ୍ୱାସ ଥିଲା। କିନ୍ତୁ କଣ ପାଇଁ କଟିଲି, ମୁଁ […]
ଜର୍ମାନୀରୁ ଓଡ଼ିଶା ଆସି ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଚୈତନ୍ୟ ମିଶନରେ ରହୁଛନ୍ତି । ମଝିରେ ମଝିରେ ଶ୍ରୀକ୍ଷେତ୍ରକୁ ଆସି ପତିତପାବନଙ୍କୁ ଦର୍ଶନ ବି କରୁଛନ୍ତି । ତେବେ ବିଦେଶିନୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ କରି ପାରୁନାହାନ୍ତି ।
ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛନ୍ତି କଟକବାସୀ ।
ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।
ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ
ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି
ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।
କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି
୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।
ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।
ଅସୁସ୍ଥ ସ୍ତ୍ରୀର ଚିକିତ୍ସା କେମିତି କରିବେ, ସେହି ଚିନ୍ତାରେ ପର୍ଶୁରାମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ପଡ଼ୋଶୀମାନେ ଭଦ୍ରକ ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆରପଟେ ସ୍ତ୍ରୀ କବିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମଧ୍ୟ ଜୀବନ ଚାଲିଗଲା। ଗାଁ ଲୋକେ ଏକା ସମୟରେ ଅଲଗା ଅଲଗା ଜୁଇରେ ଦୁଇଟି ଯାକ ମୃତଦେହକୁ ଦାହ କରିଛନ୍ତି।
ସୁନାବେଢ଼ା: “ଭାଇ, ସରି ମୁଁ ତମ କଥା ରଖିପାରିଲିନି। କିଛି ଭୁଲ ପଦକ୍ଷେପ ନନେବା ପାଇଁ ତୁମେ ମୋତେ କହିଥିଲ, ହେଲେ ଏମାନେ ମୋତେ ଶାନ୍ତିରେ ରଖେଇ ଦେବେ ନାହିଁ। ଏମାନେ ମୋତେ ମାନସିକ ନିର୍ଯାତନା ଦେଉଛନ୍ତି..” ଆତ୍ମହତ୍ୟା ପୂର୍ବରୁ ଏଭଳି କିଛି କହିଥିଲେ ଜଣେ ମହିଳା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିବା ସହ ତାଙ୍କ ନାଁ ମଧ୍ୟ ନେଇଛନ୍ତି। […]
ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ଘଟଣା ପରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ ରାଉରକେଲା: ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡ଼ାଇଲେ ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ […]
ବୌଦ୍ଧ: କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। ବାଡ଼ ସୃଷ୍ଟି କରିଛି ସଂକ୍ରମଣର ଭୟ। ୧୩ ଘଣ୍ଟାରୁ ଅଧିକ ସମୟ ହେବ ଶବ ସେମିତି ପଡ଼ି ରହିଥିବା ବେଳେ କରୋନା ଭୟରେ କେହିବି ପାଖ ମାଡ଼ୁ ନଥିଲେ। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୁମ୍ଭମେଳା ଫେରନ୍ତା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ କେହିବି ମୃତଦେହ ପାଖ ମାଡ଼ୁ ନଥିବା ଦେଖିବାକୁ ମିଳିଥିଲା। ଖବର ପାଇ ହରଭଙ୍ଗା ବିଡିଓ, […]
ଖଲ୍ଲିକୋଟ: ସ୍ତ୍ରୀ ଓ ପୁଅ ସହ ଟ୍ରେନ୍ରେ ସୁରତରୁ ଗାଁକୁ ଫେରୁଥିଲେ। ହେଲେ ଜାଣିନଥିଲେ ସେ ଆଉ ଘରେ ପହଞ୍ଚି ପାରିବେ ନାହିଁ ଓ ଅଧା ବାଟରେ ଚାଲିଯିବ ଜୀବନ। କିଛିଦିନ ତଳେ ସୁରତରୁ ଗାଁକୁ ଫେରିବା ବାଟରେ ଟ୍ରେନ୍ରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଓଖା-ପୁରୀ ଟ୍ରେନ ଭିତରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍ […]
ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହି ୧୨ ଜିଲ୍ଲା ହେଲା-ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଆଜି ସକାଳେ […]
ବ୍ରହ୍ମପୁର: କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ବିରଳ ଓ ବିଚିତ୍ର ଶିଶୁୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟ୍ରେ ଶିଶୁ କନ୍ୟାଟି ବ୍ରହ୍ମପୁର ମେଡିକାଲରେ ଜନ୍ମ ନେଇଛି। ଶିଶୁଟିର ମୁହଁ ଅଦ୍ଭୁତ ଦିଶୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ପ୍ରାୟ ୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଜଣେ […]
ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍ରେ ଉଡିଗଲା ପ୍ରାଣବାୟୁ। ପୁରୀ-ଅହମଦାବାଦ ଟ୍ରେନ୍ରେ ଏଭଳି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା। ଗତକାଲି ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍ରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା। ଏନେଇ ଜିଆର୍ପି ପାଖରେ ଖବର […]
ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ୧୪୪ ଧାରା ଜାରି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହେବ। ଆଜି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୋଲିସ କମିଶନର […]
ଭୁବନେଶ୍ୱର: ଠିକ୍ ୨୪ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ୍ ୧୯୯୭ ଏପ୍ରିଲ ୧୮ରେ ଲଞ୍ଚ୍ ହୋଇଥିଲା ଓଟିଭି। ସେଦିନ ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ଅନ୍ତେଷ୍ଟି କ୍ରିୟାର ସିଧା ପ୍ରସାରଣ ସହ ଓଟିଭି ଆରମ୍ଭ କରିଥିଲା ଖବର ପ୍ରସାରଣ ଅଭିଯାନ। ସେବେଠୁ ଆଜି ଯାଏ ଦୀର୍ଘ ୨୪ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଓଟିଭି ଖବର ପରିବେଷଣ କରି ଆସୁଛି। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଖବର ପରିବେଷଣ କରୁଥିବା ଓଟିଭି ଆଜି ଯାଏ ତା’ ଲକ୍ଷ୍ୟ […]
ଭୁବନେଶ୍ୱର: ‘ତା’ ବାପାମା’ କହିଲେ ବୋଲି ବାହା ହେଲା। ତା’ର କୌଣସି ଇଚ୍ଛା ନଥିଲା। ବିବାହର ୪ ମାସ ପୂର୍ବରୁ ମୋ ସହ କଥା ବି ହୋଇଥିଲା। ବାହା ହେବାପାଇଁ ଇଚ୍ଛା ନାହିଁ ବୋଲି ସେତେବେଳେ କିଛି କହିଲା ନାହିଁ। ହେଲେ ବାହାଘର ପରେ କହିଲା, ଆଇ ନିଡ୍ ସମ୍ ସ୍ପେଶ୍, ଷ୍ଟେ ଆୱେ ଫ୍ରମ୍ ମି…’ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଗତକାଲି ମହିଳା କମିଶନରେ ପାରିବାରିକ ବିବାଦକୁ ନେଇ ମାମଲାର […]
ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ପୋଲିସ୍ ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ଏସ୍ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ […]
୨୪ ଘଣ୍ଟାରେ ୧୨ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ଏପ୍ରିଲ ୧୬ରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଝଡ଼ତୋଫାନ ସହ ବର୍ଷା ହୋଇପାରେ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୨ ଟି ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରେଗଡ଼ା ଗାଁର ଜଣେ ଯୁବକ ନିଖୋଜ ହେବା ଓ ପରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଘଟଣାର ପର୍ଦ୍ଦାଫାଶ ହୋଇଛି। ନିଖୋଜ ଯୁବକକୁ ଜେସିବି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା ଓ ପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣାରେ ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ହେଲେ ଶେଷଦେବ କମ୍ପ। ଗିରଫ ଦ୍ୱୟ ହେଲେ-ତ୍ରିଲୋଚନ ସାହୁ ଓ ସୁରେନ୍ଦ୍ର ସାହୁ। […]
ବିଳମ୍ବିତ ରାତିରେ ହୋଟେଲ୍ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ଏହି ୬ ପୋଲିସ୍ କର୍ମଚାରୀ କଟକ ମଙ୍ଗଳବାଗ ସ୍ଥିତ ଏକ ହୋଟେଲ୍ରେ ରହୁଥିଲେ ହାଇଦର ଫେରାର ଦିନ ହିଁ ଡ୍ୟୁଟି କରୁଥିବା ମହମ୍ମଦ ମୌସିମ ହୋଟେଲ ବୁକ୍ କରିଥିଲେ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ୧୭ ଦିନ ଧରି ଏସ୍ସିବିରେ ଚିକିତ୍ସାଧିନ ଅବସ୍ଥାରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ହାଇଦର କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ପୋଲିସ୍ କର୍ମଚାରୀ ହୋଟେଲ […]