ଭୁବନେଶ୍ୱର/କଟକ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହ ବିଭିନ୍ନ ଦଳର ନେତା ଓ ସଂଗଠନର ସଦସ୍ୟ ଏକାଠି ହୋଇ ରାଜଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। […]
ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା।
ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା ।
କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।
ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଧାରଣା। ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଏବଂ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ ଏବଂ ଛାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି ସେ […]
ଭଦ୍ରକ(ତପନ ସ୍ୱାଇଁ) : କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ିକୁ ଆକ୍ରମଣ। ଭଦ୍ରକ ବନ୍ତ ଛକରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମନ୍ତ୍ରୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଆର୍ଯ୍ୟ କୁମାରଙ୍କ ଗାଡ଼ି କାଚ ଭାଙ୍ଗି ଯାଇଛି। ଗାଡ଼ି କାଚ ଭାଙ୍ଗିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଭୁବନେଶ୍ୱର : ଆଜି ରାତିରେ ପ୍ରବଳ ବର୍ଷା ହେବ। ଏପରିକି ଜୋରରେ ପବନ ବହିବା ସହିତ ଘଡ଼ଘଡ଼ି ମାରିବ। ଏଥିପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆଜି ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ବର୍ଷା ଓ ଘଡ଼ଘଡ଼ି ମାରିବା ସହ ୩୦ରୁ ୪୦ କି.ମି ବେଗରେ […]
କଟକ : କଟକ ଅଞ୍ଚଳରେ ୭ଲକ୍ଷରୁ ଅଧିକ ଟଙ୍କା ଜବତ। ଏକ ପେଟ୍ରୋଲ୍ ପମ୍ପରୁ ୭ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଛି। ଜଗତପୁର ନିକଟ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ କମିଶନ୍ଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏସବୁ ଟଙ୍କାକୁ ଜବତ କରିଛି। ପେଟ୍ରୋଲ ପମ୍ପଟି ଜଣେ ବିଧାୟକ ପ୍ରାର୍ଥୀଙ୍କ ବୋଲି ସୂଚନା ମିଳିଛି। ତେବେ ଏତେ ଟଙ୍କା କାହାର ଏବଂ କେଉଁଆଡ଼େ ନିଆଯାଉଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
ଭୁବନେଶ୍ୱର : ତତଲା କଢାଇରେ ଭାଜି ହେଉଛି ସାରା ରାଜ୍ୟ। ଦୁଇ ଦିନ ହେଲା ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି। ତେବେ ଆଜି ୪୫ ଡିଗ୍ରୀ ସେଲ୍ସିୟସ ସହ ପୁଣି ଥରେ ରେକର୍ଡ କରିଛି ଟିଟିଲାଗଡ଼ର ତାତି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି। ଆଜି ବଲାଙ୍ଗିରରେ ୪୩.୫, ତାଳଚେରରେ ୪୩.୩, ସୋନପୁରରେ ୪୩.୨, ଝାରସୁଗୁଡ଼ାରେ ୪୩, ଅନୁଗୋଳ ଓ ସମ୍ବଲପୁରରେ ୪୨.୭, ଭବାନୀପାଟଣାରେ ୪୨.୬, ମାଲକାନଗିରିରେ ୪୨.୫, ସୁନ୍ଦରଗଡ଼ ଓ […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବା ସମ୍ଭାବନା କମ୍। ଆଗାମୀ ୪ରୁ ୫ ଦିନ ଯାଏଁ ଏପରି କୌଣସି ଆଶଙ୍କା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଭାରତ ମହାସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇ ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି […]
ଭୁବନେଶ୍ୱର : ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ (ବିଜୁ ଜନତା ଦଳ) ଲଗାତାର ଭାବେ କିଛି ଦିନ ଧରି ‘ଓଟିଭି’ର ସାମ୍ୱାଦିକତା ଓ ସମ୍ୱାଦ ପରିବେଷଣର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠେଇ ଆସୁଛି ଏବଂ ମାନନୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗମାନ ଆଣୁଛି। ଏଯାବତ୍ ଏ ନେଇ ଅନେକ ଅଭିଯୋଗ ଆମ ପାଖକୁ ଆସିଛି। ଆଉ ଏସବୁର ଉତ୍ତର ଆମେ ନିର୍ବାଚନ ଆୟୋଗଙ୍କ ଆଗରେ ରଖି ସାରିଛୁ। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ, ଆଜି […]
କଟକ : ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର ଦ୍ୱୟ ହେଲେ ଶିଶିର ଦିଗଲ ଓ ବିଭୂତି ନାୟକ। ଶିଶରଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ବିଭୂତି ନୟାଗଡ଼ ବୋଲି ଜଣାପଡ଼ିଛି। ସେମାନେ ଟାଙ୍ଗୀରେ ଏକ ସ୍କିଲ୍ ଡେଭଲପ୍ମେଣ୍ଟ୍ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଅପରାହ୍ଣରେ ଦୁହେଁ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ବଜ୍ରାଘାତରେ ପ୍ରାଣ […]
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୪ ଡ଼ିଗ୍ରୀ ରହିଥିଲା। ବଲାଙ୍ଗିରରେ ତାପମାତ୍ର ୪୩ ଡ଼ିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୨ ଡ଼ିଗ୍ରୀ ରହିଥିଲା। ଭବାନୀପାଟଣା, ମାଲକାନଗିରି ଓ ସମ୍ବଲପୁରରେ ତାପମାତ୍ର ୪୧.୯ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ହୀରାକୁଦ ଓ ଅନୁଗୋଳରେ ତାପମାତ୍ରା ଯଥାକ୍ରମେ ୪୧.୫ […]
ବାରିପଦା ( ମାଣିକ୍ ଲାଲ୍ ପାଣି) : ଚିଟ୍ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିରୁ ନିଲମ୍ବିତ ହେବା ପରେ ସେ ଚଳିତ ନିର୍ବାଚନରେ ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି। ମାଠିଆ ଚିହ୍ନରେ ଲଢୁଥିବା ହାଁସଦା ଗାଁକୁ ଗାଁ ଯାଇ ଭୋଟ୍ ଭିକ୍ଷା କରୁଛନ୍ତି। ତାଙ୍କର ଶତାଧିକ କର୍ମୀ ବାଇକ୍ରେ ସାରସକଣା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି।
ମୋହନା ( ମିହିର) : ୧୬ ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ। ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଗାଡ ଗାଁର ଲାବନ୍ୟ କରାଡ଼। ଛକ ନିକଟରୁ ଗଞ୍ଜେଇ ଗଞ୍ଜାମ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବେ ବୋଲି […]
କୋରାପୁଟ( ସୂର୍ଯ୍ୟ ପଣ୍ଡା) : କୋରାପୁଟରେ ବିଶ୍ୱ ପୃଥିବୀ ଦିବସ ପାଳିତ। ଏହି ଅବସରରେ ବିଭିନ୍ନ ଗ୍ରାମରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲକୁ ସୁରକ୍ଷା ସହ, ବୃକ୍ଷରୋପଣ, ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ଚର୍ଚ୍ଚା କରିଥିଲେ କୋରାପୁଟ ଫରେଷ୍ଟ ରେଞ୍ଜର୍ ସୁବାସ ଖୁଣ୍ଟିଆ।
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ନିର୍ବାଚନୀ ସଭା ସାରି ହେଲିପ୍ୟାଡକୁ ଫେରୁଥିବାବେଳେ କଲେଜ ଛକ ନିକଟରରେ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ନାରାବାଜି କରିଥିଲେ। ତେବେ ଏଇ ଘଟଣାରେ ପୁଲିସ୍ ରଶ୍ମିଙ୍କୁ ଗିରଫ କରିନଥିବା ଜଣାପଡିଛି। ସେପଟେ ଚାଷୀମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାବେଳେ ସେମାନଙ୍କ ଉପରେ ଦମନଲୀଳା ପ୍ରତିବାଦରେ ଏଭଳି ପଦକ୍ଷେପ ନେଇଥିବା ରଶ୍ମି କହିଛନ୍ତି।
ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ […]
ଭୁବନେଶ୍ୱର : ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ପତ୍ନୀଙ୍କ ବିୟୋଗ ଯୋଗୁଁ ଛୁଟିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ସେ ଓଡ଼ିଶା ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଗତ ୭ ତାରିଖରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଥିଲା। ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା। ଏହାପରେ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବଦଳରେ ଅଗ୍ନିଶମ […]
ଖୋର୍ଦ୍ଧା : ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି କରିଛି କ୍ରାଇମ୍ବ୍ରାଞ୍ଚ। ହତ୍ୟାକାଣ୍ଡ ସ୍ଥାନ ଠାରୁ କିଛି ଦୂରରେ ଏକ ସିସିଟିଭି ଫୁଟେଜ୍ରୁ ଏହି ଭିଡିଓ ଜାରି କରାଯାଇଛି। ସିସିଟିଭିରେ ଦେଖିବାକୁ ମିଳିଛି ୩ ସନ୍ଦିଗ୍ଧ ଗୋଟିଏ ବାଇକ୍ରେ ଆସି ଠିଆ ହେଉଛନ୍ତି। ଜଣେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ଆଡ଼କୁ ଯାଇ କିଛି ସମୟ ପରେ ଫେରୁଛି। ଉଲ୍ଲେଖନାୟ ଯେ, ଅପ୍ରେଲ୍ ୧୪ ତାରିଖ ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା […]
ପୁରୀ (ମଧୁସୂଦନ ମିଶ୍ର): ଗତକାଲି ମାଙ୍କଡ଼ ନେଇଯାଇଥିଲା ଟଙ୍କା। ସେହି ଟଙ୍କା ଆଣିବା ପାଇଁ ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ। ଶନିବାର ସକାଳେ ଏଭଳି ଘଟଣା ଶ୍ରୀକ୍ଷେତ୍ରରେ ଘଟିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଥିବା ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବିମଳାଙ୍କ ମନ୍ଦିର ନିକଟରେ ଏଏସ୍ଆଇ ପକ୍ଷରୁ ଲାଗିଥିବା ସିଡିବାଟ ଦେଇ ଯୁବକ ଜଣଙ୍କ ଶ୍ରୀମନ୍ଦିର ଚୂଡାକୁ ଚଢି ଯାଇଥିଲେ। ସେଠାରେ […]
ବରଗଡ଼ (ଦୀପକ ଶର୍ମା) : ଦାଉ ସାଧିଲା ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା। ଅମଳ ହେବା ଆଗରୁ ଉଜୁଡ଼ିଗଲା ଫସଲ। ଗତକାଲି ବରଗଡ଼ ଜିଲ୍ଲାରେ ଝଡ ତୋଫାନ ସାଙ୍ଗକୁ କୁଆପଥର ବର୍ଷାରେ ବ୍ୟାପକ ଫସଲ କ୍ଷତି ହୋଇଛି। କୁଆପଥର ମାଡ଼ରେ ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଝଡ଼ତୋଫାନ ପ୍ରଭାବରେ ବିଜେପୁର ବ୍ଲକର ଲେନ୍ଦର ଗାଁ ସମେତ ଆଖପାଖ ଅନେକ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଧାରକରଜ କରି […]
ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍ ଖବର କାଗଜର ଜୋନାଲ୍ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି। ଅଭିଷେକ ଭୁବନେଶ୍ୱର ସିପେଟ୍ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ ଛକ ନିକଟରେ ସମୁଦ୍ରରେ ଗାଧୋଉଥିଲେ। ପରେ ଅନ୍ୟ ସାଙ୍ଗମାନେ କୂଳକୁ ଚାଲି ଆସିଥିଲେ। ମାତ୍ର ଅଭିଷେକ ଏକୁଟିଆ ଗାଧୋଉଥିଲେ। ଠିକ୍ ଏହି ସମୟରେ ଆସିଥିବା ଲହଡିରେ ଅଭିଷେକ […]
ବଲାଙ୍ଗିର : ପୁଣି ଲଜ୍ଜା। ବଲାଙ୍ଗିରରେ ଘଟିଛି ଅଭାବନୀୟ ଘଟଣା। ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଜଣେ ୧୫ ବର୍ଷର ନାବାଳକ ଉକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାକୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଅନୁଯାୟୀ, ସମ୍ପୃକ୍ତ ଶିଶୁକନ୍ୟାଟି ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି […]