• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

teacher
ଏମିତି ଶିକ୍ଷକ ଥିଲେ ପିଲା ସ୍କୁଲ୍‌କୁ ଆପେ ଆପେ ଆସିବେ

ଗଞ୍ଜାମ: ପୁଣି ଚର୍ଚ୍ଚାରେ ଆଉ ଜଣେ ଡ୍ୟାନ୍ସିଂ ଟିଚର୍। ଏଥର ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୁଡ଼ାମାରି ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ସଦାଶିବ ପାଢ଼ୀଙ୍କ ଅଭିନବ ଶିକ୍ଷା ପଦ୍ଧତି। ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ କ୍ଲାସ୍‌ରୁମ୍‌ରେ ଆକର୍ଷଣୀୟ ଢଙ୍ଗରେ ନାଚଗୀତ କରୁଛନ୍ତି ସାର୍‌। କେତେବେଳେ ଗୀତରେ ଗୀତରେ ପାଠ ପଢ଼ାଉଛନ୍ତି ତ ଆଉ କେତେବେଳେ ନାଚି ନାଚି ପିଲାଙ୍କୁ ଶିଖାଉଛନ୍ତି ବିଭିନ୍ନ ବିଷୟବସ୍ତୁ। ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର […]

  • Saturday, 24 July 2021
cp
ଧକ୍କା ଦେଇ ପଳାଉଥିଲା କାର୍‌; ଗୋଡ଼ାଇ ଗୋଡ଼ାଇ ଧରିଲେ ସିପି

ଭୁବନେଶ୍ୱର: ନିଜର ବକ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା କମିସନର ପୁଲିସ୍‌ ସୁଧାଂଶୁ ଷଡ଼ଙ୍ଗୀ ପୁଣି ଚର୍ଚ୍ଚାରେ। ଏଥର ବେଲଗାମ କାର୍ ଚାଳକକୁ ଗୋଡ଼ାଇ ଗୋଡ଼ାଇ ଧରି ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହଂସପାଳ ନିକଟରେ ଧରାପଡ଼ିଲା କାର। କୁଆଖାଇ ବ୍ରିଜରେ ଧକ୍କା ଖାଇବା ପରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା କାର୍। କାର୍ ପଛରେ ଯାଉଥିବା ସିପି ଓଭରଟେକ୍ କରି ଧରିଥିଲେ ଡ୍ରାଇଭରକୁ। Just now chased, detained & […]

  • Saturday, 24 July 2021
tara
ତାରାତାରିଣୀ ପୀଠର ବିକାଶ ପାଇଁ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର: ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏହି ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ତାରାତାରିଣୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ଆବଶ୍ୟକ ଡିଜାଇନକୁ ପ୍ରତିଷ୍ଠିତ ସ୍ଥପତି ନାରାୟଣ ତ୍ରିପାଠୀ ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ତାରାତାରିଣୀ ପୀଠକୁ […]

  • Saturday, 24 July 2021
elec
ବଢ଼ିପାରେ ବିଦ୍ୟୁତ ଶୁଳ୍କ

ଭୁବନେଶ୍ୱର: OHPC ଏବଂ OPGC ପରେ ବିଜୁଳି ଦର ବଢ଼ାଇବାକୁ ଦାବି କଲା ଗ୍ରୀଡ୍‌କୋ। ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ଆଉ ୧ ଟଙ୍କା ୧୧ ପଇସା ବୃଦ୍ଧି କରିବାକୁ ଗ୍ରୀଡ୍‌କୋ ଦାବି କରିଛି। ଓଇଆର୍‌ସି ଶୁଣାଣିରେ ଗ୍ରୀଡ୍‌କୋ ଯୁକ୍ତି ବାଢ଼ିଛି ଯେ, ରାଜ୍ୟ ବାହାରୁ ବିଦ୍ୟୁତ୍ କିଣିବାକୁ ପଡୁଛି। ତେଣୁ ପୂର୍ବ ଦରରେ ଉପଭୋକ୍ତାଙ୍କୁ ଆଉ ବିଦ୍ୟୁତ ଯୋଗାଇବା ସମ୍ଭବ ନୁହେଁ ବୋଲି ଗ୍ରୀଡ୍‌କୋ କହିଛି। ପୂର୍ବରୁ ୨ ଟଙ୍କା ୭୦ ପଇସାରେ ବିଦ୍ୟୁତ ଯୋଗାଉଥିଲା […]

  • Saturday, 24 July 2021
buss
ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କଲେ ସାବାଡ୍‌ ହେବେ ଦୁର୍ବୃତ୍ତ; ସବୁ ବସ୍‌ରେ ଲାଗିବ...

ଭୁବନେଶ୍ୱର: ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଥିବା ଏଥର ସାବାଡ୍‌ ହେବେ। କାରଣ ବସ୍‌ରେ ଲାଗିବ ଇମର୍ଜେନ୍ସି ବଟନ। ଆଉ ଏହି ବଟନ୍ ଦବାଇବା କ୍ଷଣି ମନିଟରିଂ ସେଲ୍‌ରେ ତୁରନ୍ତ ପହଞ୍ଚିବ ସୂଚନା। ଫଳରେ ଆଲର୍ଟ ହେବ ପୋଲିସ୍। ଖସିପାରିବେନି ଅଭିଯୁକ୍ତ। ତେବେ କେବଳ ଇମର୍ଜେନ୍ସି ବଟନ୍ ନୁହେଁ, ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ତଥା ଭିଏଲ୍ଟି ମଧ୍ୟ ସବୁ ବସ୍‌ରେ ଲାଗିବ। ଭିଏଲ୍‌ଟି ଜରିଆରେ ବସ୍‌କୁ ଠାବ କରିବା ହେବ ସହଜ। କେନ୍ଦ୍ର ସରକାରଙ୍କ ଭେଇକିଲ୍ […]

  • Saturday, 24 July 2021
nida
ଏପଟେ ମଣ୍ଡିରେ ଧାନ ସେପଟେ ଅଦିନିଆ ବର୍ଷା; ମଝିରେ ଫସିଛି ଚାଷୀ, ନିଦରେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗୋଟେ ପଟେ ମଣ୍ଡିରୁ ଧାନ ଉଠୁନି, ଅନ୍ୟପଟେ ଅଦିନିଆ ବର୍ଷା। ଏମିତି ମଝାମଝି ଅବସ୍ଥାରେ ଘାଣ୍ଟି ହେଉଛନ୍ତି ଚାଷୀ। ଗତକାଲିଠୁ ହଠାତ୍‌ ପାଗରେ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁ ଉଜୁଡ଼ି ଯାଇଛି ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ଆଶା। ଏଣେ କୋହଲା ପାଗ ସାଙ୍ଗକୁ ଉପକୂଳ ଓଡ଼ିଶାକୁ ମେଘ ଢାଙ୍କିଥିବାରୁ ହାଲକା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୦ […]

  • Saturday, 24 July 2021
medical-750x420
ବରଗଡ଼ବାସୀଙ୍କ ଦାବି ମାନି ଜିଲ୍ଲାବାସୀଙ୍କୁ ଏହି ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେଠାରେ ସିଟି ହସ୍ପିଟାଲ୍‌ କରିବା ଦାବିରେ ବରଗଡ଼ବାସୀ ଜୋରଦାର ଆନ୍ଦୋଳନ କରିଥିବା ବେଳେ, ଏହାକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ CHCରେ ପରିଣତ କରିବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ରୋଗୀଙ୍କ ସୁବିଧା ପାଇଁ ପୁରୁଣା ହସ୍ପିଟାଲରୁ ନୂଆ ମୁଖ୍ୟ ଡାକ୍ତରଖାନାକୁ ମାଗଣାରେ ଆମ୍ବୁଲାନ୍ସ ଓ ବସ ସେବା ଯୋଗାଇ ଦିଆଯିବ। ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମର୍ଜେନ୍ସି […]

  • Saturday, 24 July 2021
train
ଏଥର ରେଳ ବଜେଟ୍‌ରେ ଓଡ଼ିଶାକୁ ମିଳିଲା ଏତିକି

ନୂଆଦିଲ୍ଲୀ: ଏଥର ବଜେଟ୍‌ରୁ ରେଳବାଇ କ୍ଷେତ୍ରରେ ଇଷ୍ଟକୋଷ୍ଟ ରେଲ୍‌ୱେକୁ ମିଳିବ ୫ ହଜାର ୮୬୫ କୋଟି ଟଙ୍କା। ସେଥିରୁ ଓଡ଼ିଶାରେ ଚାଲିଥିବା ପ୍ରକଳ୍ପ ପାଇଁ ରହିଛି ୪ ହଜାର ୩୭୩ କୋଟି ଟଙ୍କା। ସମ୍ବଲପୁରରୁ ଗୋପାଳପୁର ଭାୟା ଫୁଲବାଣୀ ପର୍ଯ୍ୟନ୍ତ ୨୪୧ କିଲୋମିଟର ଦୀର୍ଘ ନୂଆ ରେଳ ଲାଇନ୍ ପାଇଁ ୨ ହଜାର ୯୫୭ କୋଟିର ପ୍ରକଳ୍ପ ପାଇଁ ଗ୍ରୀନ୍ ସିଗନାଲ ମିଳିଛି। ତେବେ ନୀତି ଆୟୋଗର ଅନୁମତି ପରେ ଏଥିପାଇଁ ଅର୍ଥ ବରାଦ ହେବ। ଗୁରୁତ୍ୱପୂର୍ଣ […]

  • Saturday, 24 July 2021
msug
ଏଣିକି ରଙ୍ଗ୍‌ ରୁଟ୍‌ରେ ଡ୍ରାଇଭିଂ କଲେ ଚକା ଲିକ୍‌ ହେବ ; କାରଣ ରାସ୍ତାରେ ଲାଗିବ...

ଭୁବନେଶ୍ୱର: ରଙ୍ଗ୍ ଡ୍ରାଇଭିଂ କରୁଥିଲେ ସାବଧାନ ହୋଇଯାଆନ୍ତୁ। ଏଣିକି ରଙ୍ଗ୍ ରୁଟ୍‌ରେ ଡ୍ରାଇଭିଂ କଲେ ଆଉ ନିସ୍ତାର ନାହିଁ। ସାଙ୍ଗେ ସାଙ୍ଗ ଆପଣଙ୍କ ଗାଡ଼ିର ଚକା ଲିକ୍ ହୋଇଯିବ। କାରଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ନିଷ୍ପତ୍ତି ହୋଇଛି। ଟ୍ୱିନ୍ ସିଟିର ୨୪୨ଟି ସ୍ଥାନକୁ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ଭାବେ ଚିହ୍ନଟ କରିଛି କମିଶନରେଟ୍ ପୁଲିସ୍। ସେଥିରୁ ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ଏହି ସବୁ ସ୍ଥାନରେ ସ୍ପାଇକ୍ ବ୍ୟାରିଅର ଲଗାଯିବ। […]

  • Saturday, 24 July 2021
TAGRES
ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’

ଭୁବନେଶ୍ୱର: ସାତକୋଶିଆରୁ ଏବେ ‘କାହ୍ନା’ ଅଭୟାରଣ୍ୟକୁ ଯିବନି ବାଘୁଣୀ ‘ସୁନ୍ଦରୀ’। ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ସୁନ୍ଦରୀ’କୁ ସ୍ଥାନାନ୍ତର କରାଯିବ ବୋଲି ଚିଫ୍ ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ୍‌ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଲେଖିଥିବା ଚିଠିରେ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଥିଲେ। ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ରାଜ୍ୟ ସରକାର ମଧ୍ୟପ୍ରଦେଶର […]

  • Saturday, 24 July 2021
raja
ଇସ୍କନ୍‌ର ଅଦିନିଆ ରଥଯାତ୍ରାକୁ ନେଇ ଏମିତି ନିଷ୍ପତ୍ତି ନେଲେ ଗଜପତି ମହାରାଜା

ପୁରୀ: ଆଜି  ଶ୍ରୀମନ୍ଦିର ପରିଚାଳନା ବୈଠକରେ ଇସ୍କନ୍‌ର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠିଥିଲା। ବୈଠକରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଏନେଇ ଇସ୍କନ ମୁଖ୍ୟଙ୍କୁ  ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ରଥଯାତ୍ରା ନକରିବାକୁ ଚିଠିରେ ଜଣାଯିବ। ତେବେ ଏହାପୂର୍ବରୁ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଗତ ୩୦ ତାରିଖରେ ମୁମ୍ୱାଇରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଇସ୍କନ […]

  • Saturday, 24 July 2021
Untitled-1
ଜଗନ୍ନାଥଙ୍କ ଟଙ୍କା ଏହି ବ୍ୟାଙ୍କ୍‌ରେ ରଖାଯିବ

ଭୁବନେଶ୍ୱର:  ଶ୍ରୀମନ୍ଦିର ପାଣ୍ଠି  ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ସେଠି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଟଙ୍କା ରଖିବା ନେଇ ବ୍ୟାଙ୍କଙ୍କଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା […]

  • Saturday, 24 July 2021
sameer
ସ୍କୁଲ୍‌ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ

ଭୁବନେଶ୍ୱର: ସ୍କୁଲ୍‌ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ। ନାଗରିକର ମୌଲିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମୌଳିକ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ବି ପିଲାଙ୍କୁ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନହେଲେ ବି ସଚେତନତା କରାଯିବ। କର୍ତ୍ତବ୍ୟ ବିଷୟରେ ଜାଣିବାରେ ସମସ୍ତଙ୍କ ଆବଶ୍ୟକତା ରହିଛି। […]

  • Saturday, 24 July 2021
h
ଓଡ଼ିଶାରେ ପ୍ରତିଦିନ ୭ ନାବାଳିକାଙ୍କୁ ଅପହରଣ କରାଯାଉଛି

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି। NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ କରି ନାବାଳିକାଙ୍କୁ ଅପହରଣ କରାଯାଉଛି। ଆଉ ନିଖୋଜ ହେବା ପରେ ପୁଲିସ ଏମାନଙ୍କୁ ଉଦ୍ଧାର କରିବାରେ ବି ସଫଳ ହୋଇପାରୁନି। କେବଳ ୨୦୧୮ରେ ୨୬୬୫ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ନିଖୋଜ ୨୬୯୮ରୁ ଫେରିଛନ୍ତି ମାତ୍ର ୮୫୪ ଜଣ। ଏପରି […]

  • Saturday, 24 July 2021
si
ମୁମ୍ବାଇରେ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା: ଓଡ଼ିଶାରେ ତେଜିଲା ବିରୋଧ

ମୁମ୍ବାଇ: ସୁଧୁରିଲାନି ଇସ୍କନ। ମୁମ୍ବାଇରେ ଅଦିନରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ବଦଳରେ ମାଘ ମାସରେ ରଥଯାତ୍ରାର ଆୟୋଜନ କଲା ଇସ୍କନ। ତେବେ ପୂର୍ବରୁ ଥାନାରେ ଏତଲା, ତୀବ୍ର ପ୍ରତିବାଦ ପରେ ନଭେମ୍ବର ୨୭ରେ ଲୁଧିଆନାରୁ ଓହରିଥିଲା। ହେଲେ ମୁମ୍ବାଇରେ ଅଦିନରେ ଗଡ଼ାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ଶ୍ରୀପଞ୍ଜମୀରେ ରଥଯାତ୍ରା ହେଲା। ଭାବନାକୁ ଖାତିର ନାହିଁ, ବିଧି ପରମ୍ପରାକୁ ସମ୍ମାନ ନାହିଁ। ବିରୋଧକୁ ପରବାଏ ନାହିଁ। ମୁମ୍ବାଇର ଦାଦର ଅଞ୍ଚଳରେ […]

  • Saturday, 24 July 2021
jalia
ଯୌତୁକ ଜାତନା; ବିବାହ ବେଳେ ସବୁ ଦେଇଥିଲେ, ତଥାପି ଜଳିଲା ନବବଧୂ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍‌ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା ଆକୁଳ ନିବେଦନ କରୁଛନ୍ତି। ୨୦୧୪ ମସିହାରେ କୋଲକତା ନିବାସୀ ରାମ କୁମାର ନିଜ ଝିଅ ଆନନ୍ଦି ରାଉରକେଲା ଜନତା ଗାଁରେ ରହୁଥିବା ଲାଲଜୀ ସୋନକରଙ୍କ ପୁଅ ଦୀପକ […]

  • Saturday, 24 July 2021
anubhab
ଅନୁଭବଙ୍କ ନାଁରେ ଥାନାରେ ଏତଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ମାମଲା ହୋଇଛି। ସାଧାରଣ ନିର୍ବାଚନ ବେଳେ ଫ୍ଲେକ୍ସ, ବ୍ୟାନର ଓ ପୋଷ୍ଟର ପ୍ରିଣ୍ଟିଂ ବାବଦକୁ ବକେୟା ଅର୍ଥ ଏଯାଏଁ ଦେଇନଥିବାରୁ ଅନୁଭବଙ୍କ ବିରୋଧରେ ବଳଦେବ ଆଡ୍‌ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଅନୁଭବନ ମହାନ୍ତି କେନ୍ଦ୍ରାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପାଇଁ ବଳଦେବ ଆଡ୍‌ ମିଡିଆ ଫ୍ଲେକ୍ସ, ବ୍ୟାନର, ହୋଡିଂ, ଭ୍ୟାନ୍‌ ଡେକୋରେଟିଂ […]

  • Saturday, 24 July 2021
bhadrak-3
ନିଖୋଜର ୫ ଦିନ ପରେ ମିଳିଲା ଯୁବତୀଙ୍କ ମୃତଦେହ

ଭଦ୍ରକ (ପାର୍ଥସାରଥୀ ନାୟକ): ନିଖୋଜ ହେବାର ୫ ଦିନ ପରେ ଆଗରପଡ଼ା ବିଶଲକଣା ଯୁବତୀଙ୍କ ମୃତଦେହ ବୈତରଣୀ ନଦୀପଠାରୁ ମିଳିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଓ ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଗରପଡ଼ା ଥାନା ଅନ୍ତର୍ଗତ ବିଶଲକଣା ଗାଁର ସନାତନ ଭୂୟାଁଙ୍କ ଝିଅ ଆଶାଲତା କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର […]

  • Saturday, 24 July 2021
hj
ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଲେଫ୍ଟନାଣ୍ଟ ଜେନେରାଲ୍

ନୂଆଦିଲ୍ଲୀ: ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି। ପୁଣେରେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ମହାନ୍ତି। ଆର୍ମିର ସଦର୍ଣ୍ଣ ହେଡକ୍ୱାଟର୍ରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସେ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଓଡ଼ିଆ ସେନାଧିକାରୀ ହେଉଛନ୍ତି ସି.ପି. ମହାନ୍ତି। ଗତ କିଛି ଦିନ ତଳେ ହିଁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଥିଲା। ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ […]

  • Saturday, 24 July 2021
save
ଏ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା

ଭୁବନେଶ୍ୱର: ଏ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ନେଇ ପୂର୍ବରୁ ଯାହା ଘୋଷଣା ହୋଇଥିଲା ତାହା ଲାଗୁ ହେବନି। କେବଳ ସେତିକି ନୁହେଁ  ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବନି। ଏହି ନିୟମ ଆସନ୍ତା ବର୍ଷ ଲାଗୁ କରାଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୂର୍ବରୁ +୨ ପ୍ରଥମ ବର୍ଷରେ ୩୩% ମାର୍କକୁ କଡ଼ା […]

  • Saturday, 24 July 2021
accident000
ପର୍ଯ୍ୟଟକ ବସ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

କୋଣାର୍କ (ସଞ୍ଜୟ ପତି): କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଏକ ପର୍ଯ୍ୟଟକ ବସ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଗୋଷ୍ଠି ସ୍ୱାସ୍ଥ୍ୟ […]

  • Saturday, 24 July 2021
he gopla
ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ ସୁମନ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲା ଜଣେ କ୍ୟାଡର ମାଓବାଦୀ। ରାଉରକେଲା ପୁଲିସ ଓ ୧୯ ବାଟାଲିଅନ୍ ସିଆର୍‌ପିଏଫ୍ ନିକଟରେ ଆତ୍ମସମର୍ପଣ କରିଛି କ୍ୟାଡର ମାଓବାଦୀ ପୋଗା ସୁରିନ ଓରଫ୍ ସୁମନ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଏକାଧିକ ମାମଲା ରହିଛି। ପୋଗା ସୁରିନର ଘର ଝାରଖଣ୍ଡ ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ।  ସେ ୨୦୧୩-୧୪ରେ ମାଓବାଦୀ ସଙ୍ଗଠନରେ ଯୋଗଦେଇ ମାଓ ସଂଗଠନ ନେତା ମିଶିର ବେସେରା ନେତୃତ୍ୱରେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ […]

  • Saturday, 24 July 2021
central team
ବାର୍ଡ ଫ୍ଲୁ ବ୍ୟାପିଥିବା ୩ କିମି ପରିଧି ଭିତରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ

ଭୁବନେଶ୍ୱର: ରାଜଧାନୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ଟିମ୍। ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା ହୋଇଛି। ପ୍ରାଣୀ ସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପ୍ରଫେସର ଆଲୋକ ବାଜପେୟୀ, ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ ଓ ଆରଏମଆରସିର ଡାକ୍ତର ଦେବାଶିଷ ଭଟ୍ଟାଚାର୍ଯ୍ୟା ଯୋଗ ଦେଇଥିଲେ। ଭୂତାଣୁ ବ୍ୟାପିଥିବା ୩ କିଲୋମିଟର ପରିଧି ଭିତରେ ବସବାସ କରୁଥିବା […]

  • Saturday, 24 July 2021