• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

j
ଲାଞ୍ଚ ମାଗି ନିଲମ୍ବିତ ହେଲେ ମହିଳା ଏସ୍‌ଆଇ

ଖୋର୍ଦ୍ଧା: ଲାଞ୍ଚ ମାଗି ନିଲମ୍ବିତ ହେଲେ ମହିଳା ଏସ୍‌ଆଇ। ବେଗୁନିଆ ଥାନା ଏସ୍ଆଇ ସୁଜାତା ପଲେଇଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ଜଣେ ଅଭିଯୁକ୍ତର ମାଆଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏସ୍ଆଇ ଲାଞ୍ଚ ମାଗୁଥିବାର ଏକ ଅଡିଓ ୨ ଦିନ ତଳେ ଭାଇରାଲ ହୋଇଥିଲା। ଦୁଇ ଦିନ ତଳେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ ଗ୍ରାମବାସୀ। ପୁଲିସ ସେମାନଙ୍କ ଉଦ୍ଧାର କରିଥିଲା। […]

  • Friday, 23 July 2021
angul
ବିଲରେ ୫୦ ଫୁଟ୍ ତଳକୁ ଧସିଲା ମାଟି; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ଅନୁଗୋଳ: ତାଳଚେର ପୌରାଞ୍ଚଳର ୧୮ ନଂ ୱାର୍ଡ ଅନ୍ତର୍ଗତ ଦେଉଳବେଡ଼ା ତେଲି ସାହିର ଚାଷୀମାନେ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଧାନ ବିଲ ମଝିରେ ଧସ୍‌ ଧସ୍‌ ଆବାଜ୍‌ କରି  ଗୋଲାକୃତି ଆକାରରେ ଏକ ବିରାଟ ଗର୍ତ୍ତ ହୋଇଗଲା। ଚାଷୀମାନେ ଯାଇ ଦେଖିଲା ବେଳକୁ ଗୋଲାକୃତି ଆକାରରେ ବିଲ ମାଟି ଧସି ଏକାଥରେ ୫୦ ଫୁଟ୍ ତଳକୁ ଗଳିପଡ଼ିଛି। ତେବେ କୋଇଲା ଖୋଳି ନେବା ପରେ ଠିକ୍‌ ଭାବେ ବାଲି […]

  • Friday, 23 July 2021
ab
କଡ଼ା ଟ୍ରାଫିକ୍‌ ନିୟମ ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ହାରରେ ଏବେ ସାରା ଦେଶରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଫାଇନ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ହାର କମିଛି। ଆଗକୁ ଏହାକୁ ୨୦ ପ୍ରତିଶତ କମାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ସଡ଼କ ସୁରକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବା […]

  • Friday, 23 July 2021
naveen
ଏଣିକି ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ

ଭୁବନେଶ୍ୱର: ମନରେଗାରେ ଏଣିକି ୧୦୦ ଦିନ ବଦଳରେ ୨୦୦ ଦିନର କର୍ମନିଯୁକ୍ତି ପାଇବେ ରାଜ୍ୟର ୪ଟି ଜିଲ୍ଲାର ଲୋକେ।ଦାଦନ ପ୍ରବଣ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ପାଇଁ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। କେବଳ ଏତିକି ନୁହେଁ, ଏହି ୪ ଜିଲ୍ଲାରେ ଶ୍ରମିକମାନଙ୍କୁ ମନରେଗାରେ ଦୈନିକ ୧୮୮ଟଙ୍କା ବଦଳରେ ୨୮୬ ଟଙ୍କା ୩୦ ପଇସା ମଜୁରୀ ମିଳିବ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ […]

  • Friday, 23 July 2021
g
ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରତାପଙ୍କ ଟାର୍ଗେଟ୍

ଭୁବନେଶ୍ୱର:  ରାଜ୍ୟରେ ଜାତିଭିତ୍ତିକ ଜନଗଣନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହା କେବଳ ପ୍ରଚାର ପାଇଁ ବୋଲି ପ୍ରତାପ କହିଛନ୍ତି। ସବୁବେଳେ ଜନଗଣନାବେଳେ ଜାତି କଥା ଉଲ୍ଲେଖ କରାଯାଏ। ଏଥିରେ କିଛି ନୂଆ କଥା ନାହିଁ, ହେଲେ ରାଜ୍ୟ ସରକାର କେବଳ ବାହାବା ନେବାକୁ ଜାତିଭିତ୍ତିକ ଜନଗଣନା କରିବେ ବୋଲି ପ୍ରଚାର କରୁଛନ୍ତି। ଏହାକୁ ଦେଖାଇ ଭୋଟ୍ ରାଜନୀତି କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ଏହାସହ […]

  • Friday, 23 July 2021
man
ପଞ୍ଚଭୂତରେ ଲୀନ ହେଲେ ମନମୋହନ ମହାପାତ୍ର

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଆ ସେନେମା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପାର୍ଥୀବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ଆଶୁତୋଷ ସମସ୍ତ ରୀତିନୀତି ଅନୁସାରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଆଜି ସ୍ୱର୍ଗଦ୍ୱାରରେ ମନମୋହନଙ୍କ ପରିବାର, ପ୍ରିୟଜନ, ତାଙ୍କୁ ଭଲ ପାଉଥିବା ବହୁ ଲୋକେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଅନ୍ତିମ ସତ୍କାର ପୂର୍ବରୁ ମନମୋହନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ […]

  • Friday, 23 July 2021
k
ପଲଙ୍କ ଉପରେ କମ୍ବଳ ଘୋଡ଼ାଇ ହୋଇ ପଡ଼ିଛି ବାପାମା ଓ ଦୁଇ ଛୁଆଙ୍କ ମରଶରୀର

ସୁନ୍ଦରଗଡ଼ : ବାହାରେ ତାଲା ଝୁଲୁଛି ଓ ଭିତରେ ପଡ଼ିଛି ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଛି ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ୪ ଜଣ ହେଲେ ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପରିବାର। ଗୋଟିଏ କଡ଼ରେ ପତ୍ନୀ ଅଳ୍ପନା ଆଉ ମଝିରେ ଦୁଇ କୁନି ପିଲାଙ୍କ ମୃତଦେହ। ଘର […]

  • Friday, 23 July 2021
g
ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ଦାବି ରଖିବ ଓଡ଼ିଶା ?

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ କେତେ ପାଣ୍ଠି ପ୍ରଦାନ ପାଇଁ ଦାବି ରଖିବେ ରାଜ୍ୟ ସରକାର? ୨୦୨୦-୨୧ରୁ ୨୫-୨୬ ପର୍ଯ୍ୟନ୍ତ ରାଜ୍ୟକୁ କେତେ ଅର୍ଥ ଦରକାର ପଡ଼ିବ? କମିଶନଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିବା ଓ ମାର୍ଚ୍ଚ ୩୧ ସୁଦ୍ଧା ସଂଶୋଧିତ ଦାବିପତ୍ର ଦେବାକୁ କମିଶନ୍ କହିବାପରେ ପୁଣି ଥରେ ଆରମ୍ଭ ହୋଇଛି ହିସାବ ନିକାଶ। ରାଜ୍ୟର ବିକାଶ ପାଇଁ ୮ ଲକ୍ଷ ୨୪ ହଜାର କୋଟି ଟଙ୍କା ଦରକାର। ପ୍ରାକୃତିକ ବିପର୍ଯ୍ୟୟ ମୁକାଲିବା ଲାଗି ୧୫ […]

  • Friday, 23 July 2021
df
ଓଡ଼ିଶାରେ ହେବ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ଗଣନା

ଭୁବନେଶ୍ୱର: ରାଜ୍ୟରେ ଜନଗଣନା ସହ ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

  • Friday, 23 July 2021
n-8b-750x430
ସମ୍ବଲପୁରରେ ଗିରିରାଜଙ୍କର ବିବାଦୀୟ ବୟାନ

ସମ୍ବଲପୁର: ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ। ଦେଶ ସ୍ୱାଧୀନ ହେବା ପରେ ପାକ୍‌ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି। ଏହା ପଛର କାରଣ କଣ ? ହିନ୍ଦୁ, ଶିଖ୍, ପାର୍ସି, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଲୋକ କଣ ନପୁଂସକ ଥିଲେ ? […]

  • Friday, 23 July 2021
d
ମୃତ୍ୟୁ ପୂର୍ବରୁ କହୁଥିଲେ, ଜୀବନରେ କାହାକୁ ହୃଦୟ ଦେଇ ଭଲ ପାଇବ ନାହିଁ

କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ ଆଉ ଜଣଙ୍କ ପ୍ରେମରେ ପଡ଼ିଲା ପ୍ରେମିକା। ଯାହାକୁ ସହି ନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। କିନ୍ତୁ ଯିବା ପୂର୍ବରୁ ନିଜ ପ୍ରେମ ଓ […]

  • Friday, 23 July 2021
ଉଗୀଗୀଓର
CAA ସପକ୍ଷରେ ସମ୍ବଲପୁରରେ ବିଜେପିର ବିଶାଳ ରାଲି

ସମ୍ବଲପୁର : CAA ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସମ୍ବଲପୁରରେ ବିଶାଳ ରାଲି କରିଛି ବିଜେପିର।  ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇଛନ୍ତି। ରାଲି ପରେ CAA ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ JNU ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ […]

  • Friday, 23 July 2021
rasagila
ରସଗୋଲା ମହୋତ୍ସବ ୨୦୨୦: ଏଥର କଟକରେ

ଭୁବନେଶ୍ୱର: ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି(ଓଡ଼ିଶା ଟେଲିଭିଜନ ନେଟ୍‌ୱାର୍କ) ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ। ଜାନୁଆରୀ ୧୫ ତାରିଖ  ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ […]

  • Friday, 23 July 2021
seven-child-resque-from-various-parts-in-odish-750x420
ବାଳାଶ୍ରମରୁ ଫେରାର ୧୩ ନାବାଳିକା ମଧ୍ୟରୁ ୭ ଉଦ୍ଧାର; ୩ ଜଣଙ୍କ ଚାକିରି ଗଲା

ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ। ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ। ସେପଟେ […]

  • Friday, 23 July 2021
k
କିଏ ଯିବେ ରାଜ୍ୟସଭା; ଦଳ ଭିତରେ ଆରମ୍ଭ ହେଲାଣି ଛକାପଞ୍ଝା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଖାଲି ହେବାକୁ ଯାଉଛି ୪ ରାଜ୍ୟସଭା ଆସନ। ଆଉ ଏହି ଆସନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା। ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ କାହା ଭାଗକୁ ଯିବ ସେ ନେଇ ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡ଼ିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ। ଏସବୁ […]

  • Friday, 23 July 2021
c
ଭାରତ ବନ୍ଦ; ୯:୩୦ ପୂର୍ବରୁ ଅଫିସ୍‌ରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, କ୍ଷୀରଗାଡ଼ି ଓ ଫାୟାର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ ବୋଲି ଧର୍ମଘଟ ଡାକରା ଦେଇଥିବା ସଂଗଠନ କହିଛି। ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଦିଆଯାଇଥିବା […]

  • Friday, 23 July 2021
anil
ରିପୋର୍ଟିଂ ପାଇଁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ବ। ବେଆଇନ୍‌ କାର୍ଯ୍ୟ ବିଷୟରେ ରିପୋର୍ଟିଂ କଲେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରଣ। ନିକଟରେ ବେଆଇନ୍‌ ପାର୍କିଂ ଫିକୁ ନେଇ ରିପୋର୍ଟିଂ କଲାବେଳେ ଅର୍ଗସ୍‌ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ହୋଇଥିଲା। ଆଉ ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁରର ପ୍ରମେୟ ରିପୋର୍ଟର ଅନିଲକାନ୍ତ ଦାସଙ୍କୁ କିଛି ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କଫ୍‌ ସିରଫ୍‌ରେ ନିଶା ଦ୍ରବ୍ୟ ମିଶା […]

  • Friday, 23 July 2021
Capture
ରାତାରାତି ବାଳାଶ୍ରମରୁ କୁଆଡ଼େ ଗଲେ ୧୩ ଜଣ ନାବାଳିକା ?

ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ ପାଇଁ ନାବାଳିକାମାନେ ବାଳାଶ୍ରମରୁ ପଳାଇଛନ୍ତି ସେନେଇ ଏଯାଏ କୌଣସି ସଠିକ୍‌ ସୂଚନା ମିଳିନାହିଁ। ସେପଟେ ବାଳାଶ୍ରମ ଅଧୀକ୍ଷକ କହିଛନ୍ତି, ରାତି ଗୋଟାଏରେ ପିଲାମାନେ ଶୋଇଥିବାର ସେ ଦେଖିଥିଲେ।  […]

  • Friday, 23 July 2021
high-court
ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲିକୁ ନେଇ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ପୁଲିସରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍‌କ୍ୟୁରୀ […]

  • Friday, 23 July 2021
i
ନିମନ୍ତ୍ରଣ ମିଳିଲାନି ବୋଲି କ୍ଷୋଭ ପ୍ରକାଶ କଲେ ପୂର୍ବତନ ଡିଜିପି

ଭୁବନେଶ୍ୱର: କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ମିଳିନଥିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଏ ନେଇ ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି “ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି।” ସେପଟେ ପ୍ରକାଶଙ୍କ ଟ୍ୱିଟ୍‌ରେ ପୂର୍ବତନ ପ୍ରଶାସକ ତଥା ତାଙ୍କ ଭାଇ ପ୍ରସନ୍ନ ମିଶ୍ରଙ୍କ ରିଟ୍ୱିଟ୍ କରି ଏହା […]

  • Friday, 23 July 2021
rain
ଆସନ୍ତା ୨୪ ଘଣ୍ଟାରେ ବର୍ଷା; ଘଡ଼ଘଡ଼ି ବି ହୋଇପାରେ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲା ସହ ଅଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ିଘଡ଼ି ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ସୁନ୍ଦରଗଡ଼,କେନ୍ଦୁଝର ଓ ଝାରସୁଗୁଡ଼ା ଭଳି ତିନିଟି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ୩ ଜିଲ୍ଲା ପାଇଁ ୟାଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ରାଜ୍ୟରେ ଦୁଇ ଦିନ […]

  • Friday, 23 July 2021
arun-sahoo-750x420
ଓଡ଼ିଶାକୁ ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର।  ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶାକୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ୟପଟେ ପିଏମ୍‌ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତି ପ୍ରଦାନ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।କର୍ଣ୍ଣାଟକ ତୁମୁକୁରୁରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପାଇଁ […]

  • Friday, 23 July 2021
ff
ବଳି ପଡ଼ିବ ଜଙ୍ଗଲ ! ଭୂଇଁରେ ଲୋଟିବ ଲକ୍ଷ ଲକ୍ଷ ପୁରୁଣା ଗଛ

ସମ୍ବଲପୁର: କୋଇଲା ଖଣି ପାଇଁ ବଳି ପଡ଼ିବ ତଳାବିରା ଜଙ୍ଗଲ। ଭୂଇଁରେ ଲୋଟିବ ଲକ୍ଷ ଲକ୍ଷ ଗଛ ହେଲେ ଗ୍ରାମସଭାର ବିନା ଅନୁମତିରେ ଗଛ କଟା ନେଇ ଉଠିଛି ବିବାଦ। ଅନୁମତିଠୁ ତିନିଗୁଣା ଅଧିକ ଗଛ କାଟିବାକୁ ଯୋଜନା ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବେଶବିତ୍। ଖାଲି ସେତିକି ନୁହେଁ ନିଯୁକ୍ତି ନାଁରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ବି ପ୍ରତାରିତ କରାଯାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ପଢ଼ନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଦିନକୁ ଦିନ ସଫା […]

  • Friday, 23 July 2021
g1
ଗ୍ୟାଙ୍ଗଷ୍ଟରର ଗାର୍ଲଫ୍ରେଣ୍ଡ; ପ୍ରେମିକ କ୍ରାଇମ୍‌ ଦୁନିଆର କୁଇନ୍ ସାଜିଥିଲା

ଭୁବନେଶ୍ୱର: ପ୍ୟାର୍, ଇସ୍କ ଆଉ ମୋହବତ୍‌ର ମାୟା ଦେଖାଇ ସିଲ୍‌ଭର୍ ସିଟିରେ କୁଖ୍ୟାତ୍ ଅପରାଧୀ ଚଳାଉଛନ୍ତି ଅପରାଧର ଗୋଟି। ଧଳସାମନ୍ତ ବ୍ରଦର୍ସ ପରେ ପରେ ସାମ୍ନାକୁ ଆସିଥିବା ସକିଲ ଅହମ୍ମଦ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ପତିଆରା କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। ଯିଏ ନିଜ କ୍ରାଇମ କୁଇନ୍‌କୁ ମାଧ୍ୟମ କରି ଜେଲ୍‌ରେ ରହି ଦାଦାବଟି ଆଦାୟ ସହ ନା ନା ଅପରାଧ ଭିଆଉଥିଲା। ଯାହାର ଖୁଲାସା କରିବା ପରେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ […]

  • Friday, 23 July 2021
tigress
ଚିଠି ଲେଖିଲେ ରାଜ୍ୟ ସରକାର; ସୁନ୍ଦରୀକୁ ନେଇଯାଅ

ଅନୁଗୁଳ: ବାଘୁଣୀ ସୁନ୍ଦରୀକୁ ଫେରାଇବାକୁ ରାଜି ହୋଇଛନ୍ତି ରାଜ୍ୟ ସରକାର। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବାକୁ MP ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଏହି ଚିଠି ପରେ ଏବେ ଯେକୌଣସି ସମୟରେ ମଧ୍ୟ ପ୍ରଦେଶ ସରକାର ବାଘୁଣୀକୁ ଫେରାଇ ନେବେ। ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍ଡ ଲାଇଫ ଓ୍ୱାର୍ଡେନ ହରିଶଙ୍କର ଉପାଧ୍ୟାୟ। ଅନ୍ୟପଟେ ହାତୀ-ମଣିଷ ଲଢ଼େଇ ରୋକିବାକୁ ବି ପ୍ରକ୍ରିୟା ଆରମ୍ଭ ହୋଇଛି। ଆମ ରାଜ୍ୟର ବନ କର୍ମଚାରୀଙ୍କୁ ତାଲିମ […]

  • Friday, 23 July 2021