• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ga
ବଡ଼ବଡ଼ିଆଙ୍କୁ ପକ୍କା ଘର; କିନ୍ତୁ ଯୋଗ୍ୟ ହିତାଧିକାରୀ ପଲିଥିନ ତଳେ

ଭୁବନେଶ୍ୱର: ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନ ଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ, ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ ଭଳି ବଡ଼ବଡ଼ିଆଙ୍କୁ ଆବାସ ଯୋଜନାରେ ଘର […]

  • Saturday, 24 July 2021
plus-2
ନକଲି ପରୀକ୍ଷାର୍ଥୀଙ୍କୁ ରୋକିବାକୁ ଯୁକ୍ତ ୨ ପରୀକ୍ଷାରେ ଏମିତି ହେବ ଚେକିଂ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସମସ୍ତ ୧୧୪୩ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ରକୁ ଜଗିବ ସିସିଟିଭି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଏଭଳି କିଛି ଗାଇଡଲାଇନ୍ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ୍ ମେମ୍ବର, ଜିଲ୍ଲା […]

  • Saturday, 24 July 2021
manasika rogi
ଅସହାୟତାର ସୁଯୋଗ ନେଇ କେହି ଜଣେ ପଶୁ ସାଜିଥିଲା; ଏମାନେ କିନ୍ତୁ ଦେବତା ହୋଇ ଉଦ୍ଧାର କଲେ

ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି। କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଏହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଗର୍ଭବତୀ ଥିଲେ। ଗତକାଲି ମହିଳା ଜଣଙ୍କ ବନ୍ତ ଛକ ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାସହ […]

  • Saturday, 24 July 2021
train
କଟକ ରୁ ଭୁବନେଶ୍ୱର ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଟ୍ୱିନ୍‌ସିଟିବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ। ଆସନ୍ତାକାଲିଠୁ ୩୧ ତାରିଖ ଯାଏଁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ। ତା’ପରେ ପର୍ଯ୍ୟାୟ କ୍ରମେ ନିୟମିତ ଟ୍ରେନ୍‌ ଗଡ଼ିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। ପୁଣି କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍‌ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। […]

  • Saturday, 24 July 2021
mnidr
ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ: ୨୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପ ପାଇଁ ରାଜ୍ୟସରକାର ୨୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୁରୀର ମାଟିତୋଟା ମୌଜାରେ ପ୍ରତିଷ୍ଠା ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ୧୫ ଏକର ଜମିରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ।   ତେବେ ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]

  • Saturday, 24 July 2021
fsdf
ରୁଦ୍ଧଦ୍ୱାର ବୈଠକରେ କର୍ମୀ ଓ ନେତାଙ୍କୁ ଗୁପ୍ତମନ୍ତ୍ର ଦେଲେ ଶାହ

ଭୁବନେଶ୍ୱର: ସରିଲା ଶାହାଙ୍କ ରୁଦ୍ଧଦ୍ୱାର ବୈଠକ। ଭୁବନେଶ୍ୱରରେ ଦଳର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ସଂଗଠନ ମଜଭୁତ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ୍ ଶାହା। ବୈଠକ ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଶାହା ଗୁରୁତ୍ୱପୂର୍ଣ୍ଣ ଟାସ୍କ ଦେଇଛନ୍ତି। ସବୁର ହିସାବ କିତାବ ହୋଇଛି। ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି। ସମସ୍ତେ କାମରେ ଲାଗିବେ ୩୭ ହଜାର ବୁଥ୍‌କୁ ମଜଭୁତ୍ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ବୈଠକରେ […]

  • Saturday, 24 July 2021
kd
ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦; ଭାଙ୍ଗିବ ତାତିର ସବୁ ରେକର୍ଡ

ଭୁବନେଶ୍ୱର: ତାତିରେ ସବୁ ରେକର୍ଡକୁ ପଛରେ ପକାଇ ଦେଇପାରେ ୨୦୨୦ର ଖରା। ପୂର୍ବ ବର୍ଷଠାରୁ ଏବର୍ଷ ପ୍ରବଳ ଖରା ସାଙ୍ଗକୁ ଗରମ ହେବ। ଏବର୍ଷ ଆହୁରି ତାଉ ଦେଖାଇବ ତାତି। ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦। ଆକାଶରୁ ନିଆଁ ଝୁଲ ଖସିବା ଭଳି ଟାଣ ଖରା ହେବ। ତତଲା କଡ଼େଇରେ ଭାଜି ହେବ ଓଡ଼ିଶା ସମେତ ଦେଶର କୋର୍ ହିଟ୍ ୱେଭ୍ ଜୋନ୍‌ରେ ଆସୁଥିବା ବିଭିନ୍ନ ରାଜ୍ୟ। ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ […]

  • Saturday, 24 July 2021
amit shha
ଭୁବନେଶ୍ୱରରେ ଶାହଙ୍କ ଗର୍ଜନ; ଦଙ୍ଗା ପାଇଁ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କଲେ

ଭୁବନେଶ୍ୱର: ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ପରେ ପ୍ରଥମ ଥର ପାଇଁ କୌଣସି ସମାବେଶରେ ଯୋଗ ଦେଇ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧିତ କରି ଦଙ୍ଗା ପାଇଁ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କରିଛନ୍ତି ଶାହ। ବିରୋଧୀ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ବିଭ୍ରାନ୍ତିମୂଳକ ତଥ୍ୟ ଦେଇ, ଲୋକଙ୍କୁ ଉସ୍‌କାଇ ହିଂସା ଘଟାଉଛନ୍ତି ବୋଲି ସିଧାସଳଖ ଆରୋପ କରିଛନ୍ତି ଶାହ। ଏଥିସହିତ ସିଏଏ […]

  • Saturday, 24 July 2021
cheque
ସରକାର କରିଥିବା ଋଣ ସୁଝିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ପଠାଇବେ ବରିଷ୍ଠ ଲେଖକ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ମୁଣ୍ଡପିଛା ଋଣ। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଉଛି। ପ୍ରତି ବଜେଟ୍‌ରେ ସରକାର ପ୍ରତିଶ୍ରୁତି ଦେଉଛନ୍ତି ଏଥିପ୍ରତି ଦୃଷ୍ଟି ଦିଆଯିବ। କିନ୍ତୁ ଶେଷରେ ଫଳ ଶୂନ ହୋଇଥାଏ। ତେବେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଲକ୍ଷ୍ୟ କରି ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଲେଖକ ଦାଶ ବେନହୁର ଅଭିନବ ପଦକ୍ଷେପ ନେଇଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ୧୮୫୦୦ ଟଙ୍କାର ଏକ ଚେକ୍‌ ପଠାଇବାକୁ ମନସ୍ଥ କରିଛନ୍ତି। […]

  • Saturday, 24 July 2021
s
ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର

କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ମାନ୍ୟତା ବଢ଼ାଇ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଲାଗୁ କରିବାକୁ କୋର୍ଟ କହିଛନ୍ତି। ୨୦୧୬ ମସିହାରେ ହୋମଗାର୍ଡଙ୍କୁ ମାନ୍ୟତା ବଢ଼ାଇ ଦରମା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବନିମ୍ନ ପୁଲିସ କର୍ମଚାରୀଙ୍କ ଦରମା ତତୁଲ୍ୟ ଦେବାକୁ କହିଥିଲେ। ୮ଟି […]

  • Saturday, 24 July 2021
fhh
ଓଡ଼ିଶାର ଗାନ୍ଧି ପ୍ରତାପ ଷଡ଼ଙ୍ଗୀ: ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶାର ଗାନ୍ଧି ପ୍ରତାପ ଷଡ଼ଙ୍ଗୀ। ଶୁକ୍ରବାର ଭୁବନେଶ୍ୱରରେ ସିଏଏ ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କଲାବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏଭଳି ସମ୍ବୋଧନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନିଜର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦକୁ ସମ୍ବୋଧନ କରିଥିଲେ ଶାହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବୋଧନ କଲା ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ ” ମନ୍ତ୍ରୀପରିଷଦରେ ମୋ ବନ୍ଧୁ, ଓଡ଼ିଶାର ଗାନ୍ଧୀ ବୋଲି ଯାହାଙ୍କୁ ସମସ୍ତେ ଜାଣନ୍ତି ଆମର […]

  • Saturday, 24 July 2021
biju
ଇଣ୍ଡୋନେସିଆ ଦୂତାବାସର ଫଟୋ ପ୍ରଦର୍ଶନରେ ବିଜୁବାବୁଙ୍କ ଫଟୋ

ନୂଆଦିଲ୍ଲୀ: ନେହରୁ ସ୍ମୃତି ଭବନରେ ଭାରତ-ଇଣ୍ଡୋନେସିଆର ୭୦ତମ କୂଟନୈତିକ ସମ୍ପର୍କ ବାର୍ଷିକୀରେ ସ୍ଥାନିତ ହୋଇଛି ବିଜୁବାବୁଙ୍କ ବିରଳ ଫଟୋ ଚିତ୍ର। ଏହି ଅବସରରେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଆୟୋଜିତ ହୋଇଛି ଫଟୋ ପ୍ରଦର୍ଶନୀ। ଏଥିରେ ଭୂମି ପୁତ୍ର ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନର ଉଡ଼ାଣ ସମୟର ଫଟୋ ମଧ୍ୟ ରହିଛି। କଳିଙ୍ଗ ବାଲିଯାତ୍ରା ସମୟରେ ଫଟୋ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି।   […]

  • Saturday, 24 July 2021
loo
ଭୁବନେଶ୍ୱର ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର: ଖଣ୍ଡଗିରି ଶିଶୁ ବିକ୍ରି ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଶିଶୁର ବାପା ଓ  ବିକ୍ରିରେ ମଧ୍ୟସ୍ଥତା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ଆଗରୁ ଶିଶୁକୁ କିଣିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଥିଲା। ତେଣୁ ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କଲାଣି ପୋଲିସ। ନିଜର ୧୯ ଦିନର ନବଜାତ ଶିଶୁକୁ ବିକି ଦେଇଥିଲେ ଖଣ୍ଡଗିରି ଅଞ୍ଚଳର ଶ୍ରମିକ ଶ୍ରେଣୀର ଦମ୍ପତି। ୧୦ ହଜାର ଟଙ୍କାରେ ସେମାନେ […]

  • Saturday, 24 July 2021
bbsr-2-750x420
ନବୀନଙ୍କ ସହ ମିଶି ଓଡ଼ିଆ ଖାଦ୍ୟର ମଜା ନେଲେ ଗୃହମନ୍ତ୍ରୀ ଆମିତ ଶାହ, ମମତା ଓ ନୀତୀଶ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନ୍‌ସିଲ ବୈଠକ ଶେଷ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକ ପରେ ନବୀନ ନିବାସରେ ଭୋଜିର ଆୟୋଜନ ହୋଇଥିଲା। ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁହେଁ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି। ନବୀନ ନିବାସକୁ ଅତିଥି ହୋଇ ଆସିଥିବା ଗୃହମନ୍ତ୍ରୀଙ୍କ ପାଇଁ ଆଜି ପରସା ଯାଇଛି ଓଡ଼ିଆ ଖାଦ୍ୟ। ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, […]

  • Saturday, 24 July 2021
lop
ରାଜ୍ୟ ସରକାରଙ୍କୁ ଖଣି ନିଲାମର ହିସାବ ମାଗିଲା ବିଜେପି

ଭୁବନେଶ୍ୱର : କୋଲ୍ ରୟାଲିଟି ବୃଦ୍ଧି କରିବା ନେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ଖଣିଜ ସମ୍ପଦର ନିଲାମି ଯୋଗୁଁ ଓଡ଼ିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଇଛନ୍ତି ବୋଲି ରାଜ୍ୟ ସରକାର ଆଦୌ ଅସ୍ୱୀକାର କରିପାରିବେ ନାହିଁ। କେବଳ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ୍ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୭ କୋଟି ଟଙ୍କା ମିଳିଛି। ହେଲେ ଦୁଃଖ ଓ […]

  • Saturday, 24 July 2021
BeFunky-collage-8
ଅନୁପ ସାଏଙ୍କ ନାର୍କୋ ଟେଷ୍ଟକୁ ନା

ଭୁବନେଶ୍ୱର: ନାର୍କୋ ଟେଷ୍ଟକୁ ନା। ଛତିଶଗଡ଼ ହମିରପୁର ଡବଲ ମର୍ଡର ମାମଲାରେ ଫସିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କର ନାର୍କୋ ଟେଷ୍ଟ କି ବ୍ରେନ୍ ମ୍ୟାପିଂ ହୋଇପାରିବନି। କାରଣ ନାର୍କୋ ଟେଷ୍ଟ ପାଇଁ ପୋଲିସ ଯେଉଁ ଆବେଦନ କରିଥିଲା ତାକୁ ଖାରଜ କରିଦେଇଛନ୍ତି କୋର୍ଟ। ଚକ୍ରଧରନଗର ପୋଲିସ ନାର୍କୋ ଟେଷ୍ଟ ଏବଂ ବ୍ରେନ୍ ମ୍ୟାପିଂ ପାଇଁ ରାୟଗଡ଼ CJMଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ସିଧାସଳଖ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯେହେତୁ ଟେଷ୍ଟ ପାଇଁ ଅଭିଯୁକ୍ତ […]

  • Saturday, 24 July 2021
llop
ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍

ଭୁବନେଶ୍ୱର: ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଜାପାନ୍। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାପାନ୍ ରାଷ୍ଟ୍ରଦୂତ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସୂଚନା ମିଳିଛି। ବୈଠକ ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ତାଙ୍କ ଦେଶ ଆଗ୍ରହୀ ବୋଲି କହିଛନ୍ତି। ଜାପାନ ରାଷ୍ଟ୍ରଦୂତ ସାନ୍‌ଟୋସି ସୁଜ୍‌କୀ ୨୦୧୮ ଭଳି ଏବର୍ଷ ହେବାକୁ ଥିବା ମେକ୍  ଇନ୍ ଓଡ଼ିଶାରେ ମଧ୍ୟ ପାର୍ଟନର ହେବାକୁ […]

  • Saturday, 24 July 2021
congress
ପ୍ଲସ୍‌-୨ ପରୀକ୍ଷା: ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ...

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ପ୍ରାୟ ସାଢ଼େ ତିନି ଲକ୍ଷ ପିଲା ଏହି ପରୀକ୍ଷା ଦେବେ। ଏଥିଲାଗି ଜେରଦାର ପ୍ରସ୍ତୁତ ଚଳାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ପରିଚାଳନା ସହ ସଠିକ ସମୟରେ ମୂଲ୍ୟାୟନ ଓ ଫଳ ପ୍ରକାଶ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମେ ଶେଷ ସପ୍ତାହରେ ବିଜ୍ଞାନ ଓ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ।ମ୍ୟାଟ୍ରିକ ପରୀକ୍ଷା […]

  • Saturday, 24 July 2021
Capturejkjfs
କଟକ ଗୁଳିକାଣ୍ଡ ମାମଲାରେ ୫ ଗିରଫ

କଟକ: କଟକ କଲେଜ୍‌ ଛକ ଅଞ୍ଚଳରେ ଏକ ଗୁଳିକାଣ୍ଡ ମାମଲାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଏପିଆର କନେଷ୍ଟବଳ। ଗିରଫ କନଷ୍ଟେବଲଙ୍କ ନାଁ ଟିକେଶ୍ୱର ମହନ୍ତ। କଲେଜ ଛକରେ ଥିବା ଏକ ହେ।ଟେଲରେ ଟିକେଶ୍ୱର ତାଙ୍କ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିବା ସୂଚନା ମିଳିଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହେ।ଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଟିକେଶ୍ୱର ଓ ତାଙ୍କ ବନ୍ଧୁ […]

  • Saturday, 24 July 2021
shai
ହେଲ୍‌ମେଟ୍‌ ନପିନ୍ଧି କାର୍ ଚଲାଉଥିଲେ ବୋଲି ଫାଇନ୍‌

ସମ୍ବଲପୁର: ନିୟମ କଡ଼ାକଡ଼ି ହେବା ପରଠୁ ଟ୍ରାଫିକକୁ ନେଇ ସବୁଠି ଚର୍ଚ୍ଚା। ହେଲେ ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଇ ପୁଲିସ କାର୍ ଚାଳକଙ୍କୁ ହେଲମେଟ୍ ଫାଇନ୍ କରିବା ଘଟଣା ବି ଚର୍ଚ୍ଚା ସୃଷ୍ଟି କରିଛି। ହେଲମେଟ୍ ପିନ୍ଧି ନଥିବାରୁ କାର ଚାଳକଙ୍କୁ  ୧ ହଜାର ଟଙ୍କା ଫାଇନ୍ କରାଯାଇଛି। କାର୍ ଚାଳକଙ୍କୁ ଫାଇନ୍ କରିଛି ସମ୍ବଲପୁର ଟ୍ରାଫିକ ପୁଲିସ। ସମ୍ପୃକ୍ତ କାର ଚାଳକ ଜଣକ ହେଉଛନ୍ତି ସମ୍ବଲପୁର ଝାରୁପଦାର ଚନ୍ଦ୍ର କୁମାର ବେହେରା। ସେ ଏନେଇ ସମ୍ବଲପୁର ଆରଟିଓରେ […]

  • Saturday, 24 July 2021
k
ରାଜରାସ୍ତାରେ ଭିକ ମାଗୁଛନ୍ତି ଶିକ୍ଷୟତ୍ରୀ; କାହିଁକି ଜାଣିଛନ୍ତି ?

ଭୁବନେଶ୍ୱର: ଶିକ୍ଷା ଆଲୋକ ଦେଖାଇ ଦେଶର ଭବିଷ୍ୟତ ଗଢ଼ୁଥିବା ଗୁରୁ ଆଜି ରାଜରାସ୍ତାରେ ଭିକାରୀ ସାଜିଛନ୍ତି। ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ଭିକ ମାଗୁଛନ୍ତି ସରକାରୀ ଶିକ୍ଷୟତ୍ରୀ ଅନୁପମା ବିଶ୍ୱାଳ। ଜଣେ ଶିକ୍ଷୟତ୍ରୀଙ୍କ ଏ ଅବସ୍ଥା ହେଲା କିପରି ? ଆପଣଙ୍କର ମନରେ ଏପରି ପ୍ରଶ୍ନ ଆସୁଥିବ ନିଶ୍ଚୟ। ତେବେ ପଢ଼ନ୍ତୁ ପୂରା କାହାଣୀ… ଅଢ଼େଇ ବର୍ଷ ହେଲାଣି ଦରମା ନପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛନ୍ତି ଅନୁଗୁଳ ମ୍ୟୁନିସପାଲିଟି ସ୍କୁଲର ଅନୁପମା ବିଶ୍ୱାଳ। […]

  • Saturday, 24 July 2021
ami
'ଫମ୍ପା ଆବାଜ କରିବାକୁ ଆସୁଛନ୍ତି ଶାହ'

ଭୁବନେଶ୍ୱର: ଶାହଙ୍କ ଗସ୍ତ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳ ମଧ୍ୟରେ ବୟାନବାଜି। ଏପଟେ ଶାହ ଫମ୍ପା ଆବାଜ କରିବାକୁ ଆସୁଛନ୍ତି ବୋଲି କହିଛି କଂଗ୍ରେସ। ସିଏଏକୁ ନେଇ ଆଉ ବୁଝାଇବା ପରିସ୍ଥିତି ନାହିଁ। ବିଜେଡି କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ କରୁଛି। କାହିଁକି ଏତେ ଗୋଡାନିଆଁ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ଏପଟେ ବିଜେଡି କହିଛି, କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ କଣ ଲୋକେ ଜାଣିଛନ୍ତି। ତେଣୁ ସିଏଏ ବିଷୟରେ […]

  • Saturday, 24 July 2021
kkj
ଦୁନିଆର ଆଲୋକ ଦେଖିବା ଆଶାରେ ପର କଥାରେ ଡାକ୍ତରଖାନା ଗଲେ କିନ୍ତୁ...

ଢେଙ୍କାନାଳ: ଆଶା ଥିଲା ଆଖି ଅପରେସନ ପରେ ଭଲ ଭାବେ ଦୁନିଆକୁ ଦଖିପାରିବେ। ସେହି ଆଶାରେ ପରକଥାରେ ରାଜି ହେ।ଇ ବାର୍ଦ୍ଧକ୍ୟ ଅବସ୍ଥାରେ ଡାକ୍ତରଖାନା ଗଲେ। ଆଖି ଅପରେସନ ବି ହେଲେ। କିନ୍ତୁ ଅପରେନସନ୍‌ର ସାତ ଦିନ ପରେ ଆଖି ସାମ୍ନାରେ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ଏଭଳି ଦୁଃଖଦ ଘଟଣା ଘଟିଛି  କାମାକ୍ଷାନଗର ବଡବିଲାସାହିର ଧଳା ବେୱାଙ୍କ କ୍ଷେତ୍ରରେ। ଖବର ଅନୁଯାୟୀ,ଜାନୁୟାରୀ ୭ରେ ଏକ ସ୍ୱେଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି କଣ୍ଟାନାଳ ସ୍ଥିତ […]

  • Saturday, 24 July 2021
sahs
ଆସନ୍ତାକାଲି ଆସିବେ ଶାହ: ସନ୍ଧ୍ୟାରେ ରୁଦ୍ଧଦ୍ୱାର ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଲୋକସେବା ଭବନରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ସକାଳ ୧୦:୪୦ରୁ ଅପରାହ୍ମ ୨ଟା ଯାଏ ଶାହଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି। ଏହାପରେ ୨ଟା ୩୦ରୁ ଅପରାହ୍ଣ ୪ଟା ଯାଏଁ ଜନତା ମଇଦାନରେ CAA ସମର୍ଥନରେ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ନିଜ ଦଳର୨ଶହରୁ […]

  • Saturday, 24 July 2021
chhua
ରାଜଧାନୀରେ ବିକ୍ରି ହେଉଛି ମଣିଷ ଛୁଆ

ଭୁବନେଶ୍ୱର: କେଉଁ ଉପାନ୍ତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଏକ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ୧୯ ଦିନର ଶିଶୁପୁତ୍ରକୁ ଜଣେ ଶ୍ରମିକ ଶ୍ରେଣୀର ଦମ୍ପତି ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଛି। ସିଡବ୍ଲୁସି ଠାରୁ ଖବର ପାଇ ଶିଶୁର ବାପାମାଆଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ। ଏଥିସହ ଭରତପୁର ଅଞ୍ଚଳରୁ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଉ […]

  • Saturday, 24 July 2021