ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ନାନା ଅଭିଯୋଗ ଆସିବା ପରେ କଠୋର ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ପରୀକ୍ଷାର ଅବଶିଷ୍ଟାଂଶ ବିଷୟର ପରୀକ୍ଷା ଗୁଡ଼ିକରେ ଯେଭଳି ସ୍ୱଛତା ଅଣାଯାଇପାରିବ, ସେନେଇ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ବୋର୍ଡ ମଧ୍ୟରେ ଏକ ଭିଡ଼ିଓ କନ୍ଫରେନ୍ସିଂ ହୋଇଛି। କେଉଁ ଶିକ୍ଷକଙ୍କୁ କେଉଁ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ସେନେଇ ବିଧିବଦ୍ଧ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ […]
ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଆଇ. ରାମ ବ୍ରହ୍ମମ। ଏପରି ହେଲେ କୋରାପୁଟ ଅଂଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଏକା ସାଙ୍ଗରେ ଆବେଦନ କରିପାରିବେ। କୋରାପୁଟ […]
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ୱରରେ ଆୟୋଜିତ ନାଗରିକ ସଂଶୋଧନ ଆଇନ ବା ସିଏଏ ସପକ୍ଷରେ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ଏଥିସହିତ ୨୯ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଅମିତ ଶାହାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏନେଇ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ସୂଚନା […]
ବଣାଇ: ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ସାନ ଭାଇ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଘଟିଛି ଏଭଳି ଆଖି ଖୋସି ହୋଇଯିବା ଭଳି ଘଟଣା। ଭାଇ ଭାଉଜ ସହିତ ପୁତୁରା ଝିଆରି ମଧ୍ୟ ବର୍ତ୍ତିଲେନି ଦାଦାର ଟାଙ୍ଗିଆ ଚୋଟରୁ। ମୃତକମାନେ ହେଉଛନ୍ତି- କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା […]
ବଲାଙ୍ଗିର: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ। ତେଲେଙ୍ଗାନାରେ ଏକ ଇଟାଭାଟିରେ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ସର୍ଦ୍ଦାର ଓ ଇଟାଭାଟି ମାଲିକ। ଏଭଳି ଏକ ବର୍ବରକାଣ୍ଡର ଭିଡିଓ ଏବେ ଓଟିଭି ହାତରେ ଲାଗିଛି। କିଛି ମାସ ତଳେ ବଲାଗିଂର ବେଲପଡ଼ା ବ୍ଲକ୍ କୁଦୋଭଟା ଗାଁର କିଛି ଦାଦନ ଶ୍ରମିକ ଇଟା ଗଢ଼ିବା ପାଇଁ ତେଲେଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ଟୁକୁଗୁଡ଼ା ଅଂଚଳକୁ ଯାଇଥିଲେ। ହେଲେ ସେଠାରେ ନିର୍ଯାତନାର ଶିକାର ହେବା ପରେ ଶ୍ରମିକମାନେ ଏକ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ନଳିତାପାଟିଆ ଠାରେ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ତାଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ରାଜନଗରର ବିଧାୟକ ଧୃବ ସାହୁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ। ଭିତରକନିକାକୁ ଜାତୀୟ ଉଦ୍ୟାନ ମାନ୍ୟତା ମଳିବାର ଦୀର୍ଘ ୨୨ ବର୍ଷ ପରେ ପ୍ରଥମ […]
ଟିଟିଲାଗଡ଼: ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଆଜି ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନ୍ରେ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ଏହି ଦାଦନ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ଗତ ଦଶହାର ମାସରୁ ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ନିକଟ ଉର୍ବାନ ଜିଲ୍ଲାର ପି.ଭି ଗଣେଶ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ହେଲେ ଇଟାଭାଟି […]
ଭୁବନେଶ୍ୱର: ମହିଳା ରେଳଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁବ୍ରତଙ୍କ ତତ୍ପରତା ଓ ସାହସିକତା ଯୋଗୁ ଏକ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଥିବା ସେ ଟ୍ୱିଟ୍ କରିଛନ୍ତି। The promptness with which RPF Constable Subrat Moharana ran to protect a citizen’s life is a loud reassurance of our security staff’s vigilance […]
ଭୁବନେଶ୍ୱର: ଟ୍ରାଫିକ ଜାମ୍ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍ ସମସ୍ୟା କମିବ ବୋଲି କହିଛନ୍ତି ପୁଲିସ କମିଶନର। ଏଥିସହ ସେ କହିଛନ୍ତି, ଆମ୍ବୁଲାନ୍ସ ବାହାରିଲେ ଟ୍ରାଫିକ୍ ପୋଷ୍ଟରେ ମୁତୟନ କର୍ମଚାରୀ ପରବର୍ତ୍ତୀ ଟ୍ରାଫିକ୍ ପୋଲିସକୁ ସୂଚନା ଦେବେ। […]
ଭୁବନେଶ୍ୱର: ସରକାରୀ ଯୋଜନାରେ ପକ୍କାଘର ପାଇବାକୁ ଚିହ୍ନଟ ହିତାଧିକାରୀଙ୍କ ଯୋଗ୍ୟ-ଅଯୋଗ୍ୟ ବିବାଦ ଭିତରେ ହିତାଧିକାରଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହିତାଧିକାରୀ ତାଲିକାରେ ସାମିଲ୍ ହେବା ଓ ନାଁ କାଟିବା ସଂପର୍କିତ ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ତାରିଖ ଥିଲା। ତେବେ ଏହାକୁ ୨୨ ତାରିଖ ଯାଏଁ ବୃଦ୍ଧି କରିଛି ପଞ୍ଚାୟତିରାଜ ବିଭାଗ। ୨୨ ତାରିଖ ଭିତରେ ଅଭିଯୋଗ ପାଇଁ ପ୍ରତି ପଞ୍ଚାୟତ ଅଫିସ୍ରେ ସ୍ୱତନ୍ତ୍ର ବାକ୍ସ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସନ୍ଦେହ […]
ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ […]
ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଆଜି ଗୃହ ୯ଥର ମୁଲତବୀ ହୋଇଛି। ଏହାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ସନ୍ଧ୍ୟାରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଠିକ୍ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ। ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ ଛାଡ଼ି ଦେଇଛି। ଆଜି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାର ନିୟମ ରହିଥିଲା। ମାତ୍ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଧଳା ଡ୍ରେସ୍ […]
ଭୁବନେଶ୍ୱର: ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍ ହେବେ ନାହିଁ। ମିଶନ୍ ଜିରୋ ଫେଲ୍କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍ ସେଣ୍ଟରକୁ ପଠାଯାଉଛି। ଆଉ ଏପଟେ ପାଠ ପଢ଼ିବା ପାଇଁ ବହି ବଣ୍ଟା ଯାଉଛି। ଏହି ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଶିକ୍ଷକ ଓ […]
ସମ୍ବଲପୁର: ବହୁ ଚର୍ଚ୍ଚିତ ହମିର୍ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଓ ଲୁହା ରଡ୍ କୁଆଡ଼େ ଗଲା ତାର ଛାନଭିନ୍ ବି ଆରମ୍ଭ ହୋଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ […]
କଟକ: ବାଙ୍କୀ ବୈଦେଶ୍ୱର ଥାନା ଯୋକଲାଞ୍ଜିଠାରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଅପରାହ୍ନ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟସାରି ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଯୋକଲାଞ୍ଜିଠାରେ ଦୁର୍ବୁତ୍ତ ମାରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ […]
ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଭଳି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ସ୍କୁଲକୁ ନୂଆ ବହି ଦିଆଯାଉଛି। ଆଉ ଏଥିପାଇଁ ସ୍ଥାନୀୟ ଡିଏସ ହାଇସ୍କୁଲରୁ ସତ୍ୟବାଦୀ […]
ନୟାଗଡ଼: କାଠ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଚୋରା ଚାଲାଣ ବେଳେ ଧରା ପଡ଼ିଲା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ। ନୟାଗଡ଼ ବାଣିଗୋଚ୍ଛା ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକ୍କୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଟ୍ରକ୍ରେ ପ୍ରାୟ ଗୋଟିଏ ଟନ୍ ଓଜନର ଗଞ୍ଜେଇ ରହିଛି। ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ଗତକାଲି ରାତିରେ ଟ୍ରକ ଯାଉଥିବା […]
ସମ୍ବଲପୁର: ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଯୁକ୍ତ ୩ ତୃତୀୟ ସେମିଷ୍ଟର ଆଜିର ଗଣିତ ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ଗୋଟାଏରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା। ହେଲେ ତାପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ଇମେଲ୍ରେ ପ୍ରଶ୍ନ ପଠାଯିବ। ପ୍ରଶ୍ନପତ୍ର ଡାଉନ୍ଲୋଡ କରି ପରୀକ୍ଷା କରିବାକୁ କଲେଜଗୁଡ଼ିକୁ […]
ନବରଙ୍ଗପୁର: ଓଲିଟିଲା ବସ୍। ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିବାରୁ ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ଜେକେ ବସ୍ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଓଲଟି ପଡ଼ିଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଗୁରୁତର ହୋଇଛନ୍ତି। ଆଜି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଛି ଏହି ଘଟଣା। ଜେକେ ବସ୍ କୋରାପୁଟ୍ ଜିଲ୍ଲା ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଆସିଥିଲା। ତେବେ ପାପଡ଼ାହାଣ୍ଡି ଥାନା ମୃଗ ବିହାର ନିକଟରେ ବସ୍ ଅଗକୁ ହଠାତ ଏକ ଗାଈ […]
ଭୁବନେଶ୍ୱର: ମହାମହିମ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣି ରାଜଭବନ ସମ୍ମୁଖରେ ଧାରଣା ଦେଲା କଂଗ୍ରେସ। ରାଜ୍ୟପଳ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ଭଳି କାମ କରୁଛନ୍ତି। ଏଥିପାଇଁ ସେ କଂଗ୍ରେସ ପ୍ରତିନିଧି ଦଳକୁ ରାଜଭବନ ଭିତରକୁ ଛାଡୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସରଂକ୍ଷଣ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ଆସିଥିବା ପ୍ରଦେଶ କଂଗ୍ରେସର ଏକ ପ୍ରତିନିଧି ଦଳକୁ ରାଜଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିବା କଂଗ୍ରେସ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍ ପୁଲିସ ଟ୍ୱିଟ୍ରେ କିନ୍ତୁ ଅଲଗା କଥା କୁହାଯାଇଛି। ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥିବା ଟ୍ୱିଟ୍ରେ ଲେଖା ଅଛି। ଅନ୍ୟପକ୍ଷରେ ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ପୁଲିସ […]
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଭିଭାଷଣ ଦେଇଥିଲେ। ବିଧି ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ପ୍ରଥମେ ଦିଆଯାଇଥିଲା ଗାର୍ଡ ଅଫ ଅନର୍। ତେବେ ବଜେଟ୍ ଅଧିବେଶନ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂକୁ ନେଇ ଖପ୍ପା ହୋଇଥିଲେ ବିରୋଧୀ। ବାଚସ୍ପତିଙ୍କ ରୁଲିଂ ଏକଛତ୍ରବାଦ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ସେପଟେ […]
ଭୁବନେଶ୍ୱର: ରାଜନେତାର ଖୋଳପାରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସୈତାନୀ ଚେହେରା ଏବେ ସମସ୍ତ ସାମ୍ନାକୁ ଆସିଯାଇଛି। ଅନୁପ କଳ୍ପନା ଓ ନାବାଳିକା ଝିଅ ବବ୍ଲୀଙ୍କୁ ହତ୍ୟା କରିଛନ୍ତି। ଅନୁପଙ୍କୁ ଏହି ଡବଲ୍ ମର୍ଡର୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଳ୍ପନାଙ୍କ ପ୍ରଥମ ସ୍ୱାମୀ ସୁନିଲ ଶ୍ରୀବାସ୍ତବ। ସେ ଅନୁପ ସାଏଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ସୁନୀଲ କଳ୍ପନାଙ୍କ ସହ ଡିଭୋର୍ସ ହୋଇଥିବା ସୁନୀଲ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଳ୍ପନାଙ୍କ ସହ ତାଙ୍କର ପ୍ରେମ […]