ଗଞ୍ଜାମ: ପୁଣି ସେହି ଗଞ୍ଜାମ ଜିଲ୍ଲା ସେହି ପ୍ରାଣଘାତି ବିଦ୍ୟୁତ ଆଘାତ। ଏଥର ବିଦ୍ୟୁତ ଆଘାତରେ ଟଳିପଡ଼ିଲେ ଜେଜେମା ଓ ନାତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋକଲୁଣ୍ଡା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଲେ ରାଜେଶ ଜେନା, ଶିଶୁଳା ଜେନା। ଦିନ ୩ଟାରେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଲୁହା ରଡ଼ ଉପରେ ଶୁଖାଇବା ସମୟରେ ବିଦ୍ୟୁତ ଆଘାତରେ ଲାଗିଥିଲା। ନାତି ଛଟପଟ ହେବା ଦେଖି ଜେଜେମା ଦୌଡ଼ି ଯାଇ ନାତିକୁ […]
ଭୁବନେଶ୍ୱର: ରେଲଓ୍ୱର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କଲେ ଏହାକୁ ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଟଙ୍କା ଯୋଗାଇଦେବ। ରେଳ ବଜେଟରେ ରାଜ୍ୟକୁ କମ୍ ଅନୁଦାନ ଅଭିଯୋଗ କରି ରେଳ ମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଗୃହ କମିଟିକୁ ଏଭଳି କହିଛନ୍ତି ପୀୟୂଷ ଗୋୟଲ। କେବଳ ସେତିକି ନୁହେଁ, ଜୋନ୍ ହିସାବରେ ବଜେଟରେ ପ୍ରଚୁର ଟଙ୍କା ଦିଆଯାଇଥିବା ନେଇ ରେଳମନ୍ତ୍ରୀ ହିସାବ ମଧ୍ୟ ଦେଖାଇଛନ୍ତି। ଓଡ଼ିଶାକୁ ୫ହଜାର ୨୯୬ କୋଟି ମିଳିଥିବା […]
କଟକ: SCB ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ମାସେ ଭିତରେ ସରକାରୀ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ କରି SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମେଡିକାଲର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କର୍ମଚାରୀଙ୍କ ଦାବି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି SCB ପ୍ରଶାସନିକ ଅଧିକାରୀ କହିଛନ୍ତି। ଅନ୍ୟପଟେ ଆଜି […]
ସମ୍ବଲପୁର: ଭୁଲ ଇଂଜେକସନ ଯୋଗୁଁ ବୁର୍ଲାର ଯୁବତୀଙ୍କ ମୁହଁରେ ସଂକ୍ରମଣ ଘଟଣାରେ ଦୁଇ ଡାକ୍ତରଙ୍କ ନାଁରେ ଏତଲା ଦେଲେ ପରିବାର ଲୋକେ। ବୁର୍ଲା ଥାନାରେ ଏହି ଏତଲା ଦିଆଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଇଛି। ଏବେ ଯୁବତୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରି ହେବ। ଭୁଲ୍ ଇଂଜେକସନ […]
ଭୁବନେଶ୍ୱର: ଚର୍ଚ୍ଚାରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ। ସଉକ ପାଇଁ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଗୋଟିଏ ଅଧେ ନୁହେଁ, ତିନି ତିନିଟା ବନ୍ଧୁକ ତାଙ୍କ ପାଖରେ ରହିଛି। ସେଥିମଧ୍ୟରୁ ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ। ଏହି ଆଗ୍ନେୟାସ୍ତ୍ର ରଖି ଚର୍ଚ୍ଚାକୁ ଆସିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ନିଜ ସଂପତ୍ତି ତାଲିକା ଘୋଷଣା କରିବା ପରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ ଜଣାପଡ଼ିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ଧୁକ ରଖିବାକୁ ନେଇ ଚର୍ଚ୍ଚା ହେବା ପରେ ନବ […]
ଭୁବନେଶ୍ୱର: ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭ ପ୍ରିତଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ଓ ରାଜ୍ୟରେ ଓବିସି କମିଶନ ନିଯୁକ୍ତି ନ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ। ଆଜି ଅପରାହ୍ନରେ ମୁଖ୍ୟ […]
ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା। ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ ତାର […]
ଭୁବନେଶ୍ୱର: ଗଞ୍ଜାମ ଗୋଳନ୍ଥରା ବସ୍ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡ଼ମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ, ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ୧୦ବର୍ଷ ତଳୁ ଆରମ୍ଭ ହୋଇଥିବା କାପେକ୍ସ ଯୋଜନା ବାଟ ହୁଡ଼ିଥିବା ବେଳେ ଏହି ସମୟ ଭିତରେ ବିଦ୍ୟୁତ ଆଘାତରେ ଗଲାଣି ୧୪ ଶହରୁ ଅଧିକ ଜୀବନ। ମୟୂରଭଞ୍ଜ ଜିଲ୍ଲା […]
ଭୁବନେଶ୍ୱର: ତଥ୍ୟ ମାଗି ସରକାରଙ୍କ ମୁଖା ଖୋଲୁଥିବା ଆର୍ଟିଆଇ କର୍ମୀଙ୍କ କିଲିଂ ଜୋନ୍ ପାଲଟିଯାଉନି ତ ଓଡ଼ିଶା ? କାରଣ କେନ୍ଦ୍ରାପଡ଼ାର ରଂଜନ ଦାସ ହୁଅନ୍ତୁ କି କନ୍ଧମାଳର ଅଭିମନ୍ୟୁ ପଣ୍ଡା, ଉଭୟଙ୍କ ମୃତ୍ୟୁ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ଦେଶର ବିଭିନ୍ନ ସ୍ଥାନର ୧୮ ଜଣ ଅବସରପ୍ରାପ୍ତ ପ୍ରଶାସକ। ଉଭୟ […]
ଗଞ୍ଜାମ: ମେଣ୍ଡରାଜପୁର ଗାଁ ଛକରେ ୧୧ କେଭି ତାର ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସାଉଥ୍କୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଗଞ୍ଜାମ ଜିଲ୍ଲା କଂଗ୍ରେସ। କଂଗ୍ରେସର କର୍ମୀ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ଅତି ଶୀଘ୍ର ତଦନ୍ତ କରିବାକୁ ଦାବି କରିଛନ୍ତି। ୫ ବର୍ଷରୁ ଅଧିକ ଦିନ ଧରି ୧୧ କେଭି ତାର ଝୁଲି ରହିଥିଲେ ମଧ୍ୟ ସାଉଥ୍କୋ ଅଧିକାରୀ ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। […]
ଭୁବନେଶ୍ୱର: ଓଡ଼ିଶାରେ ବିମ୍ଷ୍ଟେକ୍ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍ଷ୍ଟେକ୍ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ଡିଜି ଅଭୟ, […]
ପୁରୀ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରୁଣା କିର୍ତ୍ତୀରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ମିଛ। ସୋଶାଲ୍ ମିଡିଆରେ ପ୍ରକାଶ ପାଇଥିବା ଏଭଳି ଟ୍ୱିଟ୍କୁ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି ଏଏସ୍ଆଇ। ତାସହ ଟ୍ୱିଟ୍ରେ ଦର୍ଶାଯାଇଥିବା ଦୁଇଟି ଯାକ ଚିତ୍ର ମନ୍ଦିରର ୨ଟି ଭିନ୍ନ ଭିନ୍ନ ସ୍ଥାନର ବୋଲି ଦର୍ଶାଇଛି ସଂସ୍ଥା। ଯାହାମଧ୍ୟରୁ ଗୋଟିଏ ଫଟୋ ନାଟ ମଣ୍ଡପ କିର୍ତ୍ତୀରାଜିର ହୋଇଥିବାବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର। ଯାହା ସାଧାରଣ ପଥରରେ ନିର୍ମିତ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ଗୋଳନ୍ଥରା ଥାନା ମେଲକୋତୁର ନିକଟରେ ବଡ଼ ଧରଣର ଅଘଟଣ । ନିର୍ବନ୍ଧ ଲାଗି ଯାତ୍ରୀ ନେଇ ଯାଉଥିବା ବସ୍ରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଗୋଳନ୍ଥରା ଥାନା ମେଲକୋଟୁର ନିକଟରେ ଏହି ଅଘଟଣ ଘଟିଛି । ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯିବା ବେଳେ ଏହି ଅଘଟଣ ଘଟିଛି । ବିଦ୍ୟୁତ୍ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥର ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଆଶା ରଖିଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ […]
ଭୁବନେଶ୍ୱର: ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି। ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି ବୋଲି ସୂଚନା ଦେଇଛି ସେସୁ । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି। ୨୧ ହଜାର ୩୩୯ ଜଣ ଦେୟ […]
ଭୁବନେଶ୍ୱର: ଭିନ୍ନ ମୋଡ଼ ନେଲା ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣାରେ ତାଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଭୁବନେଶ୍ୱର SDJMଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ସମ୍ମୁଖରେ ସଂଘବଦ୍ଧ ଭାବେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୁଲିସ୍ର ଭୂମିକାକୁ […]
ଭୁବନେଶ୍ୱର: ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର ରୂପରେଖ ପ୍ରସ୍ତୁତ ହୋଇନାହିଁ। ବିଏମ୍ସି, ବିଡିଏ ଓ କମିଶନରେଟ୍ ପୁଲିସ ମିଳିତ ଭାବରେ ଏହି ନୀତି ପ୍ରସ୍ତୁତ କରିବେ। ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମାଇବା ଏହି […]
ଭୁବନେଶ୍ୱର: ୪ ଦିନ ଧରି ମୃତ୍ୟୁର ଯନ୍ତ୍ରଣାକୁ ସହି ଜୀବନ ପାଇଁ ସଂଗ୍ରାମ କରୁଥିବା ରଶ୍ମିତା ଦାସ ଶେଷରେ ଆଖିବୁଜିଛନ୍ତି। ଯୌତୁକ ନିଆଁରେ ତାଙ୍କୁ ଜାଳି ଦେଇଥିଲେ ଶଶୂଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଛି। ଶରୀରର ୯୦% ପୋଡ଼ିଯାଇଥିବା ତାଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ୨୦୧୮ ଜୁନ୍ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲୋଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। […]
ଭୁବନେଶ୍ୱର : ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି। ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍ ଓ ଅନ୍ୟାନ୍ୟ ଘରକରଣା ଜିନିଷ। ଯାହାର ଚାହିଦା ଭାରତୀୟ ମାର୍କେଟରେ ଅଧିକ ରହିଛି। ଆକର୍ଷଣୀୟ ଲୁକ ସାଙ୍ଗକୁ କମ୍ ଦାମ୍ ଥିବାରୁ ଓଡ଼ିଶା ସମେତ ପୂରା ଦେଶର ଖୁଚୁରା ବଜାରରେ ବଢିଥିଲା ଚାଇନିଜ୍ […]
ନିଆଳି: ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସବୁ ସରକାରୀ ସହାୟତାକୁ ବୋହୂ ହଡ଼ପ କରି ନେବା ପରେ ଏବେ ସେମାନେ ଅସହାୟ ବୋଲି ଅଭିଯୋଗ କରିଛନ୍ତି। ପୁଲଓ୍ୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା କଟକ ନିଆଳିର ମନୋଜ ବେହେରାଙ୍କ ବାପା। ବୋହୂ […]
କଟକ: ଘୋଡ଼ାନାଚରେ ମସ୍ଗୁଲ୍ ଡକ୍ଟର ଉତ୍ସବ ଚରଣ ଦାସ। କେତେବେଳେ ପୌରାଣିକ କଥାବସ୍ତୁ, ତ ଆଉ କେତେବେଳେ ଲୋକକଥା ଓ ଜନ ସଚେତନତା ବାର୍ତ୍ତା। ଏସବୁକୁ ସଂଗୀତର ରୂପ ଦେଇ ସାଥି କଳାକାରଙ୍କ ସହ ଦେଶର କୋଣ ଅନୁକୋଣରେ ଘୋଡ଼ାନାଚ ପ୍ରଦର୍ଶନ କରିଛନ୍ତି କଟକ ଚୌଦ୍ୱାର ଅଞ୍ଚଳର ଉତ୍ସବ ଚରଣ ଦାସ। ନିଜ ପେଟ ପାଇଁ ନୁହେଁ, ବରଂ ଓଡ଼ିଶାର ଅନ୍ୟତମ ଏହି ଲୋକନୃତ୍ୟ ଘୋଡ଼ାନାଚକୁ ବଞ୍ଚାଇ ରଖିବା ପାଇଁ ସେ ଆଜୀବନ ସଂଘର୍ଷରତ। ତାଙ୍କର ଏହି […]
ଭଦ୍ରକ(ପାର୍ଥସାରଥୀ ନାୟକ): ମୁଁ ଅତୁଲ୍ୟ, ଆପଣଙ୍କୁ ଗୁହାରି କରୁଛି। ମୋ ସ୍ତ୍ରୀକୁ ଖୋଜି ଆଣନ୍ତୁ। ଏମିତି ବି ଲାଗୁଛି ସେ କାହା ସହ ଚାଲି ଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ଯୁବକ ନିଜ ପତ୍ନୀ ନିଖୋଜ ହେବା ପରେ ଗୁହାରି କରୁଛନ୍ତି। ତାଙ୍କ ସ୍ତ୍ରୀ ମନ୍ଦିର ମନ୍ଦିର ଯିବା ପରେ କୁଆଡ଼େ ଚାଲିଯାଇଛନ୍ତି ବୋଲି ଦର୍ଶାଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଗତ ଜାନୁଆରୀ ୨୯ରେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନରେ ଥିବା […]
କଟକ: ମାତାଲ ପ୍ରଧାନଶିକ୍ଷକଙ୍କ ସ୍କୁଲରେ ଉନ୍ମତକାଣ୍ଡ। ସ୍କୁଲକୁ ମଦ ପିଇ ଆସି ଛାତ୍ରଛାତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କଲେ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମେରିପୁର ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲର ପ୍ରଧାନଶିକ୍ଷକ ରବିନ୍ଦ୍ର ଦେଉରୀ ମଦ ପିଇ ସ୍କୁଲ ଭିତରକୁ ଆସି ଟଳମଳ ଅବସ୍ଥାରେ ବୁଲୁଥିଲେ। ଚାଲିବାକୁ ସକ୍ଷମ ନଥିଲେ ବି ସ୍କୁଲ ଭିତରେ ବୁଲିଥିଲେ ଶିକ୍ଷକ। ଆଉ ଏହାରି ଭିତରେ କିଛି ଅଭିଭାବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ପ୍ରଧାନଶିକ୍ଷକ ମହାଶୟ। […]
ଭୁବନେଶ୍ୱର: ରାଜ୍ୟରେ ବିଜୁଳୀ ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରିବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ ଉପରେ ଜଳକର ବାବଦକୁ ୫୧୫ କୋଟି ବାକିଥିବାବେଳେ ୨୬ଟି ବଡ଼ ବଡ଼ ଶିଳ୍ପସଂସ୍ଥାଗୁଡ଼ିକ ଉପରେ ବାକି ଅଛି ୧୮୭୪ କୋଟି ଟଙ୍କା। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପରେ […]
ପୁରୀ: ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହା ହିନ୍ଦୁଙ୍କ ପାଇଁ କୋଠାରାଘାତ। ବାବର ଜଣେ ବଡ଼ ଆତଙ୍କବାଦୀ ଥିଲା। ଜାତିସଂଘ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରିବର୍ତ୍ତେ ଏହାର ଇତିହାସକୁ ଗୌରବାନ୍ୱିତ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏବେ ଅଯୋଧ୍ୟାରେ ଏକତା, ଶାନ୍ତି ଫେରି ଆସିଛି। କିନ୍ତୁ ଏଭଳି କରିବା କେତେ ଦୂର ଠିକ୍ ? ଏଭଳି […]