ଭୁବନେଶ୍ୱର: ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ କାର୍ଯ୍ୟାନୁଷ୍ଠାନ। ଏକ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି […]
ଝାରସୁଗୁଡ଼ା: ୨୨ ଘଣ୍ଟାର ଧାରଣା ପରେ ଆନ୍ଦୋଳନରୁ ହଟିଲେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣା ଦେଇଥିଲେ। ତେବେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ପରିବାରଲୋକେ। ଏହାସହ ତାଙ୍କ ଅଭିଯୋଗକୁ ନେଇ ଗୃହ ବିଭାଗକୁ ଅବଗତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କରିଛନ୍ତି ଗିରଫ ଅଭିଯୁକ୍ତ ଅନୁପ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଏଥିସହ ୨ ଟି ଟ୍ରାକ୍ଟର୍ ମଧ୍ୟ ଜବତ କରାଯାଇଛି। ଏହି ପାହାଡ଼ରେ ୧୪୪ ଧାରା ଲାଗଥିବା ସତ୍ତ୍ୱେ ରାତି ଅଧିଆ ବ୍ଲାଷ୍ଟିଂ କରି ଖଣି ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ଟିମ୍ ଶନିବାର ରାତିରୁ ଖଣି ଅଞ୍ଚଳରେ ଲୁଚି ରହିଥିଲା। ରାତି ଅଧିଆ ବ୍ଲାଷ୍ଟିଂ […]
ଭୁବନେଶ୍ୱର: ବିଧାନସଭାରେ ଗୃହକୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏଭଳି ଅଭିଯୋଗ ଉଠାଇ ଭୁବନେଶ୍ୱରରେ ଏକ ପ୍ରେସ୍ମିଟରେ ବର୍ଷିଛି କଂଗ୍ରେସ। ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି କଂଗ୍ରେସ। ନୟାଗଡ଼। ଶରଣକୂଳ ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ ଦ୍ୱାରା ଗାଆଁରୁ ବାସନ୍ଦ ପ୍ରାୟ ପନ୍ଦର ପରିବାରକୁ ଗାଁକୁ ଫେରାଇ ନେବା ପାଇଁ ଉଦ୍ୟମ କରାଯାଇଥିବା ନେଇ ବିଧାନସଭାରେ ଗୃହକୁ ତଥ୍ୟ ଦେଇଥିଲେ ମନ୍ତ୍ରୀ ଦିବ୍ୟ ଶଙ୍କର। ହେଲେ […]
ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳରେ ଜଣେ ଶିଶୁକୁ ଦୁଷ୍କର୍ମ ଅଭିଯୋଗ। ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ଦାସ ନାମକ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଶିଶୁଟି ଚିତ୍କାର କରିବାରୁ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରିଥିଲେ। ଚକଲେଟ ଦେବା ବାହାନାରେ ଡାକି ପିଲାଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
ଗଞ୍ଜାମ: ପାଳ ଘରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାର ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି। ଏହାସହ ଆହତ ଥିବା ଶିଶୁର ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ […]
ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି ଜାଣିନଥିଲେ ସେ ଜଣେ ମେଧାବୀ, ଆଉ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବନ୍ଧୁ ବୋଲି। ତାଙ୍କର ନାଁ ହେଉଛି ସୁଜିତ […]
ଭୁବନେଶ୍ୱର: ଛତିଶଗଡ଼ ହମିରପୁର କଳ୍ପନା ଦାଶ ଓ ତାଙ୍କ କୁନିଝିଅ ମର୍ଡର ମାମଲାରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ଏହି ମର୍ଡରେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି। ଏହାର ସୁରାକ ମିଳିଛି। ତେବେ ଏହି ତୃତୀୟ ଅଭିଯୁକ୍ତ ଜଣକ କିଏ? ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ଚଢ଼ଉକୁ ଜୋରଦାର କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ଅନୁପ ସାଏଙ୍କ ବଡ଼ ଭାଇ ଓ ପତ୍ନୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ […]
ନବରଙ୍ଗପୁର: ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲୁଛି ଭାଇରାଲ୍ ଭିଡିଓ। ଏବେ ପରିବହନ ବିଭାଗ ଅଧିକାରୀଙ୍କ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାୟୀ ଚାକିରି କରାଇଦେବା ପାଇଁ ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଜଣେ ବ୍ୟକ୍ତିଙ୍କଠାରୁ ୨ଟି କିସ୍ତିରେ ୪୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ଭିଡିଓ ଛାଡ଼ିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ବଡ଼କୁମୁଲି ଗାଁର ଆକାଶ ହରିଜନଙ୍କଠାରୁ ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର ଏହି ଟଙ୍କା ନେଇଥିଲେ। […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ପାଇଁ ସବୁବେଳେ ଖାଲି ବ୍ୟବସ୍ଥାକୁ ଦୋଷ ଦେଲେ ଚଳିବନି। ଛାତ୍ର ହୁଅନ୍ତୁ କି ଅଭିଭାବକ ନିଜର ନୀତି ଓ ନୈତିକତାକୁ ବି ପ୍ରଥମେ ଦେଖିବାକୁ ପଡ଼ିବ। ଯାହାର ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ। କାମାକ୍ଷାନଗରରେ ଇଂରାଜୀ ପରୀକ୍ଷା ବେଳେ ଖୁଲମଖୁଲା କପି ପାଇଁ ଅଭିଭାବକ-ପୁଲିସ ମୁହାଁମୁହିଁ ହୋଇଥିବାବେଳେ ପୁରୀ କନକଦୁର୍ଗା ସେଣ୍ଟରରେ ଧରାପଡ଼ିଛି ଜାଲ୍ ପରିକ୍ଷାର୍ଥୀର ଚାଲାକି। ଢେଙ୍କାନାଳ ଜିଲ୍ଲା ବିରିବୁଲେଇ ଜନତା ସରକାରୀ ଉଚ୍ଚ […]
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ତଥ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ତିନିଟି ପ୍ରସଙ୍ଗରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ବେକାରୀରେ ଦେଶରେ ରାଜ୍ୟ ଏକ ନମ୍ବର, ୭୦ ଲକ୍ଷ ପରିବାର ଉତ୍କଟ ଗରିବୀରେ ଥିବା ଓ କାଳିଆର ୮ ଲକ୍ଷ ଚାଷୀଙ୍କ ହିସାବ ନ ମିଳିବା ଏବେ ବିରୋଧୀଙ୍କ ପାଇଁ ସରକାରଙ୍କୁ ଘେରିବାକୁ ଅମୋଘ ଅସ୍ତ୍ର ହୋଇଛି। ବଡ଼କଥା ହେଉଛି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀଙ୍କ ଗରିବୀ […]
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡର ଘଟଣାରେ ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ୍ କରିଛି ରାୟଗଡ଼ ପୁଲିସ। ସମସ୍ତଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ହୋଇଥିବା ସୂଚନା ମିଳିଛି। ବ୍ରାଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଏବଂ ବଘରାଚକାରେ ରହୁଥିବା କଳ୍ପନାଙ୍କ ଭାଉଜଙ୍କୁ ମଧ୍ୟ ନୋଟିସ ହୋଇଛି। ଏପଟେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ ଅବଧି ଆଜି ସରୁଛି। ଅନୁପଙ୍କୁ ୩ ଦିନିଆ […]
ଭଦ୍ରକ: ଜାଗର ରାତିରେ ମହାଦେବଙ୍କୁ ଦର୍ଶନ ସାରି ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ। ଭଣ୍ଡାରିପୋଖରୀର ରହଣିଆ ପଞ୍ଚାୟତ ଅଞ୍ଚଳରେ ଜଣେ ମହିଳା ଜାଗର ଯାତ୍ରା ପାଇଁ ଗାଁ ନିକଟ ଶିବ ମନ୍ଦିରକୁ ଯାଇଥିଲେ। ଠାକୁର ଦର୍ଶନ ସାରି ଫେରିବା ବେଳେ ରାସ୍ତାରୁ ଦୁଇ ଜଣ ଅଜଣା ଯୁବକ ମହିଳାଙ୍କୁ ନିକଟ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ […]
ଭୁବନେଶ୍ୱର: AIIMSରେ ଓଡ଼ିଆ ଭାଷା ବ୍ୟବହାର ନ ହେବାକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ବିଜେଡିର ଏକ ଟିମ୍। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଆଜି ଏମ୍ସ ଯାଇ ଏହାର ନିର୍ଦ୍ଦେଶିକାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏମ୍ସ ନିର୍ଦ୍ଦେଶିକାଙ୍କ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଜେଡି ଟିମ୍ ସଦସ୍ୟଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶିକା […]
ଭୁବନେଶ୍ୱର: ବିମୁଦ୍ରାକରଣ ପରେ ପରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ରେ ଯୋଗଦେଇ ଏହା କହିଛନ୍ତି CPM ମହାସଚିବ ସୀତାରାମ ୟେଚୁରୀ। ଏଥିସହ ପିଇବା ପାଣି, ନୂଆ ସଡ଼କ ନିର୍ମାଣ ଆଦି ଭିତ୍ତିଭୂମି କ୍ଷେତ୍ରରେ ଆବଶ୍ୟକତା ଢେର ଅଧିକ ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେବଳ ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ନିଯୁକ୍ତି […]
ଭୁବନେଶ୍ୱର: ପରଲୋକରେ ଓଡ଼ିଶା ସାହିତ୍ୟର ଧୁରିଣ ସିପାହୀ ଯୁଗଳ କିଶୋର ଦତ୍ତ। ଓଡ଼ିଆ ସାହିତ୍ୟର ଅନ୍ୟତମ ବିଶିଷ୍ଟ ଲେଖକ ତଥା ପ୍ରସିଦ୍ଧ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଆଜି ୯୨ ବର୍ଷରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ଶ୍ରୀଯୁକ୍ତ ଦତ୍ତ ଓଡ଼ିଆ ସାହିତ୍ୟର ଶତାଧିକ କାଳଜୟୀ କୃତିକୁ ବଙ୍ଗଳାରେ ଅନୁବାଦ କରି ରେକର୍ଡ ସୃଷ୍ଟି କରିଥିଲେ। ଯୁଗଳ କିଶୋର ଦତ୍ତଙ୍କର ଜନ୍ମ ୨୪ ଡିସେମ୍ବର, ୧୯୨୮ରେ, ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ […]
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ଶୈବପୀଠ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ମହାଦୀପ ଦର୍ଶନ ଦର୍ଶନ କରିଛନ୍ତି। ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ଏକାମ୍ର କ୍ଷେତ୍ର। ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ ଲାଗିଛି। ଗହଳି ଚହଳିରେ ଫାଟି ପଡ଼ୁଛି ସମଗ୍ର ପରିବେଶ। ନିର୍ଜଳ ଉପବାସ ରଖିବା ସହ ହଜାର […]
ଭୁବନେଶ୍ୱର: ଆସନ୍ତାକାଲି ଓଟିଭିର ଦଶମ ବାର୍ଷିକ କନଭେନସନ ଫୋରସାଇଟ୍ ଆୟୋଜିତେ ହେବ। ଏଥିରେ ରାଜନୀତି, ଅର୍ଥନୀତି, ସଂସ୍କୃତି ସହ ଜଡ଼ିତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ହେବ ବିତର୍କ ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ପ୍ରାରମ୍ଭିକ ସେସନ୍ରେ ବିତର୍କରେ ଭାଗ ନେଇ ନିଜସ୍ୱ ମତବ୍ୟକ୍ତ କରିବା ସହ ମାନସମନ୍ଥନ କରିବାର ପ୍ରସଙ୍ଗ ରହିଛି ‘SLOWDOWN AND BEYOND: IDEAS FOR A SUSTAINABLE […]
ଭୁବନେଶ୍ୱର: ମ୍ୟାଟ୍ରିକ୍ ବିଭ୍ରାଟ୍ ରୋକିବାକୁ ବାଟ ଖୋଜୁଛି ବୋର୍ଡ। ପ୍ରଶ୍ନପତ୍ର ଭାଇରାଲରେ ରୋକ ଦେବାକୁ ଗଣଶିକ୍ଷା ବିଭାଗ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପରେ ଗୁରୁବାର ବୋର୍ଡ କର୍ତ୍ତୃପକ୍ଷ, ରାଜ୍ୟର ସମସ୍ତ ବିଇଓ ଓ ଡିଇଓଙ୍କୁ ଭିଡିଓ କନଫରେନ୍ସିଂରେ ତାଗିଦ କରିଛନ୍ତି। ସଫା ସଫା କୁହାଯାଇଛି, ପରୀକ୍ଷା ହଲ୍କୁ କୌଣସି ହାଲତରେ ଯାଇ ପାରିବନି ମୋବାଇଲ୍ ଫୋନ୍ ବା ଡିଜିଟାଲ୍ ଘଣ୍ଟା। ସ୍କୁଲ ହତାରେ ପଶି ପାରିବେନି […]
ଖୋର୍ଦ୍ଧା: ମାଲିକ ପ୍ରତି ବିଶ୍ୱସ୍ଥତା ଦେଖାଇ କେବେ ବିପଦ ସମୟରେ ବନ୍ଧୁ ସାଜିଛି ତ ଆଉ କେବେ ଆସନ୍ନ ବିପଦରୁ ରକ୍ଷା କରିଛି। ସେଥିପାଇଁ ତ କୁକୁରକୁ ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ସେହି ବିଶ୍ୱସ୍ତ ପ୍ରାଣୀର ଆଉ ଏକ ଅବିଶ୍ୱସନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ। ଘରକୁ ପଶିବା ପାଇଁ ଉଦ୍ୟମରତ ଏକ ବିଷଧର ନାଗକୁ ମାତ୍ର ୮ ମିନିଟରେ ଖିନଭିନ୍ କରି ସଫା କରିଦେଇଛନ୍ତି ପୋଷା କୁକୁର। ଖୋର୍ଦ୍ଧା […]
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରରେ ଚଳଚଂଚଳ ସମସ୍ତ ଶୈବପୀଠ। ଜାଗର ଯାତ୍ରା ଲାଗି ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲିକପିଳେଶ୍ୱର ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଏହି ପୀଠକୁ। ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚନା ଓ ଦୀପ ଦାନ କରିଛନ୍ତି। ନୀତିକାନ୍ତି ଅନୁଯାୟୀ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। ରାତି ୨ଟାରେ ରେ ମହାଦୀପ ଉଠିବା ପାଇଁ ସମୟ ର୍ନିଘଣ୍ଟ ହୋଇଛି। […]
ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ […]
ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ଗାୟତ୍ରୀ ବିହାର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଯାଇଥିବା ତିନି ଜଣ ଛାତ୍ରୀଙ୍କୁ ଆଜି ପୁଲିସ୍ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ସୂଚନା ଅନୁସାୟୀ, ଗତକାଲି ଗାୟତ୍ରୀ ବିହାର ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ଦୁଇ ଝିଅ ସ୍କୁଲ୍ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ସ୍କୁଲ ନ ଯାଇ ସେମାନେ କୁଆଡ଼େ ନିଖୋଜ ହୋଇଯାଇଥିଲେ। […]
ଗଞ୍ଜାମ: ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍ଙ୍କର ଏ କି ପାଗଳପଣ। ଏମିତି ଉତ୍ସାହ ହେଲେ ଚେୟାର୍ ଟେବୁଲ୍ ଫିଙ୍ଗା ଫୋପଡ଼ା କଲେ। ଶେଷରେ ସ୍ଥିତି ଏମିତି ହେଲା ଯେ ଉକ୍ତ ସ୍ଥାନରେ ମାତ୍ର ୧୫ ମିନିଟ୍ ରହି ଚାଲିଆସିଲେ ଅଭିନେତ୍ରୀ। ଅଭିନେତ୍ରୀ ଶୀତଲଙ୍କୁ ଦେଖିବା ପାଇଁ ଏଭଳି କାଣ୍ଡ ଘଟାଇଥିଲା ଫ୍ୟାନ୍। ଗଞ୍ଜାମ ଖଲିକୋଟ ଆର୍ସିଏମ୍ କଲେଜ୍ରେ ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଗତକାଲି ଆଶିଥିଲେ ଅଭିନେତ୍ରୀ ଶୀତଲ। ହେଲେ ତାଙ୍କୁ ଦେଖିବାକୁ ପିଲାଙ୍କ ମଧ୍ୟରେ ଏତେ […]
ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ ଜିଲ୍ଲାରେ […]