/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743492763.jpg)
Ashwini Kumar
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ସୋମବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସାମ୍ନାସାମ୍ନି ହୋଇଥିଲେ ୫ ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚକୁ ମୁମ୍ବାଇ ୮ ୱିକେଟରେ ଜିତିଥିଲେ ମଧ୍ୟ ଗୋଟିଏ ନାଁ ୧୪୦ କୋଟି ଭାରତୀୟଙ୍କ ପାଖରେ ପହଞ୍ଚିଥିଲେ। କିଏ ଏହି ଖେଳାଳି ଯିଏ ନିଜ ଆଇପିଏଲ ପଦାର୍ପଣରେ ଚମକ ସୃଷ୍ଟି କରିଥିଲେ ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଡେବ୍ୟୁ କରିଥିବା ଅଶ୍ବିନୀ କୁମାର ୪ ୱିକେଟ ନେବା ସହିତ ମ୍ୟାଚର ମୋଡ ବଦଳାଇ ଦେଇଥିଲେ। ମ୍ୟାଚକୁ ସମ୍ପୂର୍ଣ୍ଣ ଭାବରେ ମୁମ୍ବାଇ ହାତକୁ ନେଇ ଆସିଥିଲେ ଅଶ୍ବିନୀ। ସେ ପ୍ଲେୟର ଅଫ ଦ ମ୍ୟାଚ ମଧ୍ୟ ହୋଇଥିଲେ।
ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍ରେ ବନିଗଲେ IPL ଷ୍ଟାର
ଅଶ୍ବିନୀ କୁମାର। ଆଇପିଏଲ କ୍ୟାରିୟରରେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ଆରମ୍ଭ ରହିଥିଲା। ୨୩ ବର୍ଷୀୟ ଏହି ପେସର ତାଙ୍କ ଡେବ୍ୟୁରେ ପ୍ରଥମ ବଲରେ ଆଜିଙ୍କ୍ୟ ରାହାଣେଙ୍କୁ ଆଉଟ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ସତ୍ୟନାରାୟଣ ରାଜୁଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ। ପାୱାର ପ୍ଲେର ଚତୁର୍ଥ ଓଭରରେ ଅଶ୍ବିନୀ ବୋଲିଂ କରିବାକୁ ଆସିଥିଲେ। ରାହାଣେଙ୍କ ପାଇଁ ଚମତ୍କାର ଯୋଜନା କରିବା ସହ ଆଉଟ କରିଥିଲେ। ରାହାଣେ ଷ୍ଟେପ ଆଉଟ କରି ବଡ ଶଟ ଖେଳିବାକୁ ପ୍ରୟାସ କରିଥିବା ବେଳେ ଡିପ ବ୍ୟାକୱାର୍ଡ ପଏଣ୍ଟରେ ତିଲକ ବର୍ମା ଏକ ଚମତ୍କାର କ୍ୟାଚ ନେଇଥିଲା।
ରାହାଣେଙ୍କ ୱିକେଟ ପରେ ଅଶ୍ବିନୀ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଏହାପରେ ଆଉ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେଙ୍କୁ, ବର୍ତ୍ତମାନର ଫିନିଶର ରିଙ୍କୁ ସିଂଙ୍କୁ ଆଉଟ କରିଥିଲେ। ପରେ ବିପଜ୍ଜନକ କାରିବିୟାନ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଷ୍ଟମ୍ପ ଭାଙ୍ଗି ଦେଇଥିଲେ ଅଶ୍ବିନୀ। ପ୍ରଥମ ଥର ଜଣେ ଭାରତୀୟ ବୋଲର ଆଇପିଏଲ ଡେବ୍ୟୁରେ ୪ଟି ଉଇକେଟ ନେଇଥିଲେ।
ମୋହାଲୀରେ ଜନ୍ମିତ ଅଶ୍ବନୀ ପଞ୍ଜାବ ପାଇଁ ମାତ୍ର ୫ଟି ଟି୨୦ ମ୍ୟାଚ ଖେଳିଛନ୍ତି। ପଞ୍ଜାବ ପକ୍ଷରୁ ଏତେ ସଫଳ ହୋଇ ନ ଥିଲେ ମଧ୍ୟ ମୁମ୍ବାଇର ସ୍କାଉଟିଙ୍ଗ ଟିମର ନଜର ତାଙ୍କ ଉପରେ ପଡିଥିଲା। ପଞ୍ଜାବର ଘରୋଇ ଟି୨୦ ଟୁର୍ନାମେଣ୍ଟ ଶେର-ଏ-ପଞ୍ଜାବରେ ଅଶ୍ବିନୀଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ମୁମ୍ବାଇର ସ୍କାଉଟିଙ୍ଗ ଟିମର ନଜର ପଡିବା ପରେ ୨୩ ବର୍ଷୀୟ ଅଶ୍ବିନୀଙ୍କୁ ଅକ୍ସନରେ କିଣିଥିଲା ମୁମ୍ବାଇ। ତାଙ୍କୁ ଆଇପିଏଲ ୨୦୨୫ ମେଗା ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ୩୦ ଲକ୍ଷ ଟଙ୍କାରେ କିଣିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)