ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିମେଣ୍ଟ କାରଖାନାରେ ବିସ୍ଫୋରଣ ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ ସିମେଣ୍ଟ କାରଖାନାରେ ଘଟିଛି। ଆଜି ଅପରାହ୍ନରେ OCL ସିମେଣ୍ଟ କାରଖାନାର ବ୍ଲାଷ୍ଟଫର୍ଣ୍ଣେସ୍ରେ ସଫେଇ ଚାଲି ଥିଲା। ଶ୍ରମିକମାନେ ସଫେଇ କରୁଥିବା ବେଳେ ହଠାତ୍ ବ୍ଲାଷ୍ଟଫର୍ଣ୍ଣେସ୍ରେ ବିସ୍ଫୋରଣ ହୋଇଥିଲା। ଫଳରେ ରଶ୍ମିତା କୁଜୁରୁ ନାମକ ଜଣେ […]
ଭୁବନେଶ୍ୱର: ପୁଅର ସଫଳତାରେ ମାଆର ଛାତି ଗର୍ବରେ ଫୁଲି ଉଠେ। ସବୁ ମାଆରେ ଗୋଟିଏ ସ୍ୱପ୍ନ ଥାଏ ପୁଅର ସଫଳତାକୁ ନିଜ ଆଖି ଆଗରେ ଟିକେ ଦେଖି ଆତ୍ମତୃତ୍ପି ଲଭିବାକୁ। ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ମାଆଙ୍କର ମଧ୍ୟ ଠିକ୍ ସେମିତି ଗୋଟି ସ୍ୱପ୍ନ ଥିଲା। ଆଉ ଆଜି ତାଙ୍କର ଏହି ସ୍ୱପ୍ନ ପୂରା ହୋଇଛି। ସୁଧାଂଶୁଙ୍କ ମାଆ ମା’ଙ୍କର ସ୍ୱପ୍ନ ଥିଲା ପୁଅ ଚାକିରୀ କରୁଥିବା ଅଫିସ୍ ଆଡ଼େ ଟିକେ ବୁଲିଆସିବେ। ଆଉ ଆଜି […]
ଭୁବନେଶ୍ୱର: ନ୍ୟାୟ ପାଇଁ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଭୁବନେଶ୍ୱରରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂହ। ଆଜି ସେ ନିଜ ପରିବାର ସହ ଯାଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କାହିଁକି ୩୦୭ ଧାରା ଲାଗୁ ହେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଗଡିକୁ ପକାଇ ତାଙ୍କ ଧର୍ମକୁ ଅସମ୍ମାନ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମସ୍ତ ୩୦ ଜିଲ୍ଲାର ମୁଖ୍ୟ ମେଡିକାଲ ଅଧୀକ୍ଷକ ଓ ହସ୍ପିଟାଲ ମ୍ୟାନେଜରଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମୁଖ୍ୟତଃ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ କରୋନା ଭାଇରସରେ ସଂକ୍ରମଣକୁ ନେଇ ପ୍ରସ୍ତୁତ ରହିବାକୁ ସତର୍କ […]
ଯାଜପୁର: ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ। ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ୍ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା। ଆଜି ଏହି ଦନ୍ତାହାତୀକୁ ଏକ ଟ୍ରକ୍ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଥିଲା। ଅନ୍ୟପକ୍ଷରେ ହାତୀକୁ […]
ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍ ମହାନ୍ତି ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ରସଗୋଲାର ପରିଚୟକୁ ବଳିଷ୍ଠ କରିବାକୁ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି।
ଏମିତିରେ ପରିବାରରେ ଚୁଲି ଜଳିବା ମଧ୍ୟ ବହୁ କଷ୍ଟକର ହୋଇପଡୁଛି । ଆଉ ଦେହ ଖରାପ ହେଲେ ପେଟରେ ଓଦାକନା ପକାଇ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ସଂଧ୍ୟା ହେଲେ ଡିବିରି ଆଳୁଅରେ ପୁଅର ପାଠପଢା ଚାଲିଛି
ମାଲକାନଗିରି: ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ। ଏଥିରେ ଗୁରୁତର ଅବସ୍ଥାରେ ହୋମଗାର୍ଡ ଟୁନା ବୈରାଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ସଂଧ୍ୟାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କାଙ୍କରପଡ଼ା ଛକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ଏଣୁ ସ୍ଥାନୀୟ ପୁଲିସ ସହ ଅବକାରୀ ବିଭାଗ ସେଠାରେ ପହଞ୍ଚି ଚେକିଂ କରୁଥିଲା। ଏତିକିବେଳେ ବିପରୀତ ଦିଗରୁ ଗୋଟିଏ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ମାଡ଼ି ଆସୁଥିବା ଦେଖି ତାକୁ ଟୁନା ଅଟକାଇବାକୁ ଚେଷ୍ଟା କରିଥିଲେ। […]
ବଲାଙ୍ଗିର : ଯୌବନର ବନ୍ୟାରେ ଜୀବନକୁ ଅସ୍ଥିର ଆବେଗରେ ଭସାଇ ନେବାକୁ ଅନେକ ସାଥୀ ମିଳିଯିବେ, ହେଲେ କୂଳରେ ଲଗାଇବା ପାଇଁ କେହି ଆସିବେନି। ସେମିତି ଏକ ଅସ୍ଥିର ଆବେଗରେ ଚହଲି ଯାଇ ପ୍ରେମିକର ପ୍ରୀତି ସୁଅରେ ଭାସିବା ପାଇଁ ସ୍ୱାମୀର ଭରସା ଭାଙ୍ଗି ଘର ଛାଡ଼ିଥିଲେ ମହିଳା। ହେଲେ ଦଗାଦିଆ ପ୍ରେମିକ ଦଗା ଦେଲା, ମିଛ ପ୍ରେମର ଉଜାଣି ସୁଅରେ ଏମିତି ବୁଡ଼ାଇ ମାରିଲା ଯେ ଶେଷରେ ଜୀବନର ଶେଷ ରାସ୍ତା ବାଛିନେଲେ ମହିଳା। ଏଭଳି […]
ରାଉରକେଲା: ରାଉରକେଲା ସହରରେ କୁକୁର ଆତଙ୍କ। ୩ ଦିନ ମଧ୍ୟରେ ୨ଶହରୁ ଅଧିକ ଲୋକଙ୍କୁ ଆକ୍ରମଣ କଲେଣି ଏକାଧିକ କୁକୁର। ରବିବାର ଦିନ ୮୯ ଜଣ ଏବଂ ଗତକାଲି ୧୪୧ ଜଣ ଲୋକ କୁକୁର ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ସେକ୍ଟର ଅଞ୍ଚଳ, ଝିରିପାଣି, ଜଗଦା, କୋଏଲ୍ ନଗର, ମାଲଗୋଦାମ, ମଧୁସୂଦନ ପାଲି, ଜଲଦା ଅଞ୍ଚଳରେ ୮ରୁ ୧୦ଟି କୁକୁର ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ କାମୁଡୁଛନ୍ତି । ଏହାପରେ କୁକୁର କାମୁଡ଼ା […]
ଭୁବନେଶ୍ୱର: ସୁରତ ପରେ ଏବେ ବାରାଣସୀକୁ ଉଡ଼ିବ ବିମାନ। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଭୁବନେଶ୍ୱରରୁ ଦିନ ୧୨ଟା ୧୫ ମିନିଟ୍ରେ ଛାଡ଼ି ୨ଟା ୫ରେ ବାରାଣସୀରେ ପହଞ୍ଚିବ। ପୁଣି ଅପରାହ୍ନ ୨ଟା ୩୦ରେ ବାରାଣସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓ ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱର ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା। ରାଜ୍ୟରେ ୨ଦିନ ଧରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ଉତ୍ତର ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ସାମାନ୍ୟ ବର୍ଷା […]
ଭୁବନେଶ୍ୱର: ଏଥର ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମିଳିଛି ପୁରସ୍କାର। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମେଢକୁ ଦ୍ୱିତୀୟ ଶ୍ରେଷ୍ଠ ମେଢ଼ ଭାବେ ପୁରସ୍କାର ମିଳିଛି। ଆଜି ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପୁରସ୍କାର ଦେବେ ବୋଲି ପ୍ରଜ୍ଞାପନ ମେଢ଼ର ଡିଜାଇନର ଶିଳ୍ପୀ ଗଜେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ […]
ବାରିପଦା(ମାଣିକଲାଲ ପାଣି): ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଜି ସକାଳୁ ଘରକୁ ଫେରିଥିବା ଜଣାପଡ଼ିଛି। ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଅଧିକ ଲୋକ ବାନ୍ଦି କରିଥିଲେ। ଏଥିସହିତ ସେମାନଙ୍କର ପେଟବ୍ୟଥା ଆରମ୍ଭ ହୋଇଥିଲା। […]
ରାୟଗୁଡ଼ା:ସୀମା ପାର ହେଲା ସାବତ ମାଆର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ବୁଝାଇବା ପରିବର୍ତ୍ତେ କଡ଼ା ଶାସ୍ତି ଦେଇଛି ମାଆ। ଏପରି କିଛି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ତାଙ୍କ ପୁଅକୁ ଚେଙ୍କ ଦେଇଥିବା ନେଇ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା କରିଥିଲେ। ଖବର ପାଇଁ ପୁଲିସ୍ ଅଭିଯୁକ୍ତ […]
ଭୁବନେଶ୍ୱର: ଆଜି ବସିବ ପଦୋନ୍ନତି ଅଦାଲତର ପ୍ରଥମ ରାଉଣ୍ଡ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସକାଳ ୧୦ଟାରେ ବସିବାକୁ ଥିବା ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଯୋଜନା ବିଭାଗ ପଦନ୍ନୋତି ମାମଲାର ଶୁଣାଣି ହେବ। ସେହିଭଳି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ, ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଭବନ ଅଡିଟୋରିୟମରେ, ଆର.କେ ଶର୍ମା କଳିଙ୍ଗ ଷ୍ଟାଡିୟମ କନଫରେନ୍ସ ହଲରେ ଶୁଣାଣି କରିବେ। […]
ନୂଆଦିଲ୍ଲୀ: କରୋନାରୁ ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବେ। କରୋନାକୁ ନେଇ ଜିଲ୍ଲା ଚିକିତ୍ସାଳୟରେ କ’ଣ ସବୁ ବ୍ୟବସ୍ଥା ହୋଇଛି ? ସ୍ୱତନ୍ତ୍ର ୱାର୍ଡ ଖୋଲିବା ଏବଂ ଲୋକଙ୍କୁ ଏହି ସକ୍ରମଣ ସମ୍ପର୍କରେ ଅବଗତ କରିବାକୁ ବୈଠକରେ ଆଲୋଚନା ହେବ। ଗତକାଲି କରୋନା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ଚୀନ୍ର […]
ଭୁବନେଶ୍ୱର: ସରକାରୀ କିମ୍ବା ଅଣସରକାରୀ କଲେଜ ଅଧ୍ୟାପକ ହୋଇ ଘରୋଇ କୋଚିଂ ଦେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ କରିବ ଉଚ୍ଚ ଶିକ୍ଷା ବିଭାଗ। ଏପରି ଅଧ୍ୟାପକଙ୍କ ଉପରେ କଡ଼ା ନଜର ରଖିଛି ଉଚ୍ଚ ଶିକ୍ଷା ବିଭାଗ। ସେମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରି ସାରିଲାଣି। କିଛିଦିନ ତଳେ ଅଭିଭାବକ ସଂଘର ଏକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘରୋଇ କୋଚିଂ ଦେଉଥିବା ଅଧ୍ୟାପକଙ୍କୁ ତାଗିଦ୍ କରିଥିବା ପରେ ଏପରି ଅଧ୍ୟାପକଙ୍କ ନାଁ ଥିବା ଏକ ଲମ୍ବା ତାଲିକା ସୋଶାଲ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ କୁକୁଡାମରା ଅଭିଯାନ। ଭୁବନେଶ୍ୱର ଶିରିପୁର ସ୍ଥିତ OUAT କ୍ୟାଂପସ୍ ଭିତରେ ଥିବା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ନିଷ୍ପତ୍ତି ହୋଇଛି। ଏହି ଫାର୍ମର କୁକୁଡ଼ା ସାମ୍ପଲକୁ ଭୋପାଳ ଟେଷ୍ଟିଂ ଲ୍ୟାବ୍କୁ ପଠାଯାଇଥିଲା। ସାମ୍ପଲ୍ ପଜେଟିଭ୍ ଚିହ୍ନଟ୍ ହେବା ପରେ ଏବେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ବାର୍ଡ ଫ୍ଲୁ ନେଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା OUAT ପାଥୋଲୋଜି ବିଭାଗ ମୁଖ୍ୟ ସୁଶେନ୍ ପଣ୍ଡା ସୂଚନା […]
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ପଦ୍ମ ପୁରସ୍କାର ପାଇବେ ୧୧ଜଣ ଓଡ଼ିଆ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ। ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ୨୧ଜଣଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର। ଏଥର ମୋଟ ୧୦ଜଣ ଓଡ଼ିଆଙ୍କୁ ପଦ୍ମ […]
ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ଏହି ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା କ୍ଷେତ୍ରରେ ୨ ଜଣ ଏବଂ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ୧୧ଜଣ ପୁଲିସଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ASI ମନୋରଂଜନ ସାମଲଙ୍କୁ ବିଶିଷ୍ଟ ସେବା […]
ଭୁବନେଶ୍ୱର: “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢ଼ିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି। ଆଜି ଜାତୀୟ କନ୍ୟା ଦିବସରେ ଜାଣିବା ଏମିତି କିଛି ସଫଳ କନ୍ୟାରତ୍ନଙ୍କ କାହାଣୀ। ଗଜପତି ଏସ୍ପି ସାରା ଶର୍ମା କଥା ଜାଣନ୍ତୁ। ଗୀତ ଗାଇବାର ରୁଚି […]
ପୁରୀ: ବାହାରୁ ଆସିଥିବା ଅଙ୍ଗାରରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ୪ ଦ୍ୱାରରେ ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ରୋଷଶାଳା ପ୍ରବେଶ ପଥରେ ସୁପରଭାଇଜର୍ ଓ କମାଣ୍ଡରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିପରି ଉଷୁନା ଚାଉଳ, ପାମୋଲିନ ତେଲ ସହ ପଚା […]
ଭୁବନେଶ୍ୱର: ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଥିରେ କୁହାଯାଇଛି ଯେ, ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ହେବେ ଏଡିଏମ୍ ବା ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ହିଁ କଲେଜ ସଭାପତି ରହିବେ। ଏକାଧିକ ଏଡିଏମ୍ ଥିଲେ ଜିଲ୍ଲାପାଳ ଜଣେ ଏଡିଏମ୍ଙ୍କୁ ଦାୟିତ୍ୱ ଦେବେ। ସେହିଭଳି ସଦର ମହକୁମା ବାହାରେ ଥିବା କଲେଜର ମୁଖ୍ୟ ହେବେ ଉପଜିଲ୍ଲାପାଳ। ନିର୍ଦ୍ଦେଶନାମା […]
ଭଞ୍ଜନଗର: ଘରୁ ଡାକି ଆଣି ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁଇ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଆଜି ଦିନ ଦି’ ପ୍ରହରରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗାଁର ସନ୍ତୋଷ ନାୟକ ଘରେ ଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଆଣିଥିଲେ। ଗାଁ ମଝିରେ ଥିବା ବିଶ୍ରାମାଗାର ନିକଟରେ କୌଣସି […]