• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Tiger census
ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା।

MLA  Bhoji
କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି। 

Gold Price Hike
ପୁଣି ବଢିଲା ସୁନା ଦର : ୧୦ ଗ୍ରାମ ପ୍ରତି ୪୬,୭୫୩

ଭାରତୀୟ ସୁନାରୂପା ବଜାରରେ ଆଜି ଅର୍ଥାତ୍ ଜୁଲାଇ ୨୬, ୨୦୨୧ରେ ସୁନା ମୂଲ୍ୟରେ ଏକ ତୀବ୍ର ବୃଦ୍ଧି ଦେଖାଦେଇଛି। ଏହା ଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୪୬,୭୫୩ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

Drink From Tap Mission
ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

dcp sagarika
ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି, ମୋ ଜୀବନର ମୋଟୋ ହେଲା କଭି ଅଲ୍‌ବିଦା ନା କହନା। ପୋଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା। ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ। ତେବେ କମିଶନରେଟ ପୋଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି ସେ […]

  • Monday, 26 July 2021
assmbly-odsha
ସେପ୍ଟେମ୍ବରରେ ବସିବ କି ବିଧାନସଭା ? ସଂକେତ ଦେଲେ ବାଚସ୍ପତି

ଭୁବନେଶ୍ୱର: ସେପ୍ଟେମ୍ବରରେ ବସିବ କି ବିଧାନସଭା ? ବାଚସ୍ପତିଙ୍କ କଥାରୁ ଏହାର ସଂକେତ ମିଳିଛି। ମାର୍ଚ୍ଚରେ ବସିଥିଲା ବିଧାନସଭା। ଆଇନ ଅନୁସାରେ ୬ ମାସ ଭିତରେ ପୁଣି ଥରେ ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବରରେ ଅଧିବେଶନ ଜରୁରୀ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଅଧିବେଶନ ବେଳେ ପ୍ରେସ୍ ଗ୍ୟାଲେରିରେ ବସିପାରନ୍ତି ବିଧାୟକ। ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି ସଂସଦ। ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ […]

  • Monday, 26 July 2021
bjd
ବିଜେଡିର ୩୬ ଜଣ ନେତାଙ୍କୁ ସାଧାରଣ ସଂପାଦକ ସହ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ SC ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ସୁଧିର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ମୋ  ପରିବାର , ଜଗନ୍ନାଥ ସାରକା, […]

  • Monday, 26 July 2021
police
କଟାମୁଣ୍ଡ ନେଇ ଥାନାରେ ହାଜର ହତ୍ୟାକାରୀ

ଯାଜପୁର: ଯାଜପୁର ଦାନଗଦିରେ ଅନ୍ଧବିଶ୍ୱାସରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ମୃତକ ହେଲେ ନନ୍ଦିନୀ ପୂର୍ତ୍ତି। ଏହାପରେ ଅଭିଯୁକ୍ତ ଜଣକ କଟାମୁଣ୍ଡ ଓ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି। ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଛତରା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଦାଦାପୁଅ ଭାଇର ମୃତ୍ୟୁ ପାଇଁ ଦାୟୀ କରି ବୃଦ୍ଧାଙ୍କୁ ନୃଶଂସ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ କାର୍ତ୍ତିକ କରେଇକୁ ଅଟକ ରଖି […]

  • Monday, 26 July 2021
aditya-dash
ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଭଡ଼ା ଘର ମାଲିକଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ଜେରା କରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ଜଣାପଡ଼ିଛି। ସେହିଭଳି ବଲାଙ୍ଗିରେ ଥିବା ଆଦିତ୍ୟଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନୋଟିସ୍ କରିଛି ଜିଆରପି। ସେ ହାଜର ହେଲେ ତାଙ୍କୁ […]

  • Monday, 26 July 2021
gas cylinder
ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗ୍ୟାସ ସିଲିଣ୍ଡର ଫାଟି ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗାଁର ବୋଲି ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଯୁବତୀ ଜଣକ ହେଲେ ଗାହକିଆ ଗାଁର ବରଣୀ ପ୍ରଧାନ। ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି […]

  • Monday, 26 July 2021
harichandan
ପ୍ରାଧାନମନ୍ତ୍ରୀ ଆବାସ ଯୋଜନା; ଲୋକଙ୍କ ଆବେଦନପତ୍ର ପୋଡ଼ା, ଫିଙ୍ଗା ହେଉଥିବା ଅଭିଯୋଗ

କୃଷ୍ଣପ୍ରସାଦ: ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଆଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜ କହିଛନ୍ତି, ତିନି ତିନି ଥର ସର୍ଭେ ପରେ ହୀତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବିଜେପିର ଦାବିର ପରେ ବ୍ଲକ୍ ପ୍ରଶାସନ ଦରଖାସ୍ତ ଗ୍ରହଣ କରିଥିଲେ, ହେଲେ ସେସବୁକୁ  ଯାଞ୍ଚ୍ ନକରି ଆବେଦନପତ୍ର ଥିବା […]

  • Monday, 26 July 2021
flight
ଭୁବନେଶ୍ୱରକୁ ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ

ଭୁବନେଶ୍ୱର: ଭୁବନେଶ୍ୱରକୁ ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ। ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ AI0940 ବିମାନ ପହଞ୍ଚିବ। ବାହାରିନ୍‌ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ନେଇ […]

  • Monday, 26 July 2021
jeee
JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘରେ ପୂରାଇ ତାଲା ପକାଇଦେଲେ

କଟକ: ମନରେଗା କାମ ବିବାଦରୁ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁ ଲୋକେ। କାମ ବନ୍ଦ କରିଦେବାରୁ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ। ମନରେଗା କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଏହି ଦୁଇ ଅଧିକାରୀ କାମ ବନ୍ଦ କରିଦେଇଥିଲେ।  ଏହାକୁ ବିରୋଧ କରିବା ସହ ଲୋକେ କାମ ଚାଲୁ ରଖିବା ଓ ବକେୟା […]

  • Monday, 26 July 2021
roda
କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ କମିଶନରେଟ ପୋଲିସର ପ୍ରସ୍ତାବ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଏବଂ ଦୁର୍ଘଟଣା କମିବ ବୋଲି ଚିଠିରେ […]

  • Monday, 26 July 2021
maO-ENCOUNER
ପୁଣି ମାଓ ଏନ୍‌କାଉଣ୍ଟର: ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ମାଓ ଏନ୍‌କାଉଣ୍ଟର। ଗତକାଲି ସାରେ ଲାଲ୍‌ବାହିନୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୁଣି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ସୁରକ୍ଷାବାହିନୀର  କମ୍ବିଂ ଅପରେସନ୍ ବେଳେ ଏହି ଏନ୍‌କାଉଣ୍ଟର ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ୨ଟି ଅସ୍ତ୍ରଶସ୍ତ୍ର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ସେପଟେ ଗତ ୫ ତାରିଖ ଦିନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା […]

  • Monday, 26 July 2021
snake
ବିରଳ ଧଳା ରଙ୍ଗର ସାପ: ରାତିରେ ରାସ୍ତା ପାର୍ ହେଉଥିବା ସମୟରେ ହଠାତ୍...

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାଲିସୁଆଁ ଗାଁରୁ ଉଦ୍ଧାର ହୋଇଛି ବିରଳ ଧଳା ରଙ୍ଗର ସାପ। ସଂପୂର୍ଣ୍ଣ ଧଳା ରଙ୍ଗର ଦେହ ଓ କଳା ରଙ୍ଗର ଆଖି ଥିବା ଏହି ସାପକୁ ବାଲିସୁଆଁର ଯୁବକ ଅବିନାଶ ସ୍ୱାଇଁ ଗତ ରାତିରେ ରାସ୍ତା ପାର୍ ହେଉଥିବା ଦେଖିଥିଲେ। ଏଭଳି ଧଳା ସାପ ଆଗରୁ ଦେଖିନଥିବାରୁ ସେ ଏକ ବାଡ଼ିରେ ସାପକୁ ଅଟକାଇ ପ୍ଲାଷ୍ଟିକ ଡବାରେ ପୂରାଇ ଆଣିଥିଲେ। ଏହାପରେ ଫଟୋ ଉଠାଇ ସ୍ନେକ ହେଲପ ଲାଇନର ସଂପାଦକ […]

  • Monday, 26 July 2021
adity-dash
ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର : ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି […]

  • Monday, 26 July 2021
rain
ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ହେଲେ ୮ ଓ ୯ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୮ ଓ ୯ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ […]

  • Monday, 26 July 2021
bbsr2
ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ। ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି। ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ଆଉ ୨ ମୁଣ୍ଡ ନେବା ସହ ୪୬୯ ଲୋକଙ୍କୁ ଆକ୍ରାନ୍ତ କରିଛି। ଏଣେ ସ୍ଥିତି ଧୀରେ ଧୀରେ  ଅଣାୟତ୍ତ ହେଉଥିବାରୁ କିଛି ଅଞ୍ଚଳରେ ପୁଣି ସଟଡାଉନ୍ ସହ କଟକଣା ଜାରି କରିଛନ୍ତି ବିଭିନ୍ନ ଜିଲ୍ଲା ପ୍ରଶାସନ। ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୁକ୍ରବାର ୫୬୧, ଶନିବାର ୪୯୫ ପରେ ଆଜି ଚିହ୍ନଟ ହୋଇଛନ୍ତି […]

  • Monday, 26 July 2021
ganjam
ପର୍ବତ ଉପରେ ଐତିହାସିକ କିମ୍ବଦନ୍ତୀ : ଗୁମ୍ଫା ଭିତରେ ପୂଜା ପାଉଛନ୍ତି କୋଟେଶ୍ୱର ମହାଦେବ

ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ

dri
ମହଙ୍ଗା ପଡ଼ିଲା ଘରୋଇ ଗାଡ଼ି ଡ୍ରାଇଭରଙ୍କ ପୋଲିସଗିରି

ଝାରସୁଗୁଡ଼ା: ଜଣେ ଘରୋଇ ଗାଡ଼ି ଡ୍ରାଇଭରଙ୍କୁ ପୋଲିସଗିରି କରିବା ମହଙ୍ଗା ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରୁ ବାହାର କରିବାକୁ ଏମସିଏଲକୁ ଚିଠି ଲେଖିଛନ୍ତି ଝାରସୁଗୁଡ଼ା ଏସପି। ସୂଚନା ମୁତାବକ, ଗତକାଲି ସଟଡାଉନ ବେଳେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଉଠବସ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ନହୋଇ ବି ଏଭଳି କାମ କରିଥିବାରୁ ସଂପୃକ୍ତ ଡ୍ରାଇଭରଙ୍କ […]

  • Monday, 26 July 2021
representational-image
୯ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା; କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, […]

  • Monday, 26 July 2021
misbehave
ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା: ଭିଡିଓ ଭାଇରାଲ୍

କୋରାପୁଟ: ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ ବି ଉପସ୍ଥିତ ଥିବାର ଦେଖାଯାଉଛି। ତାଙ୍କ ସହ ୩ରୁ ୪ ଜଣ ପୋଲିସ କର୍ମଚାରୀ ମହିଳା ଜଣଙ୍କୁ ଠେଲି ଠେଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଉଛି।  ଭାଇରାଲ୍ ହୋଇଥିବା ଦୃଶ୍ୟଟି କୋରାପୁଟ ଜିଲ୍ଲା ଆଦର୍ଶ ଥାନାର। ସମ୍ପୃକ୍ତ ମହିଳାଙ୍କ ପୁଅ କରୋନା କଟକଣା ଉଲଙ୍ଘନ କରିଥିବାରୁ ପୋଲିସ […]

  • Monday, 26 July 2021