Advertisment

ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

Tiger census

ଭୁବନେଶ୍ୱର: ଓଡ଼ିଶାରେ ବାଘ ସଂଖ୍ୟା କେତେ ? ଗଲା ୪ ବର୍ଷ ଭିତରେ ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଛି ନା ବିଲୋପ ହୋଇଛି? ଆମ ରାଜ୍ୟରେ ବାଘଙ୍କ ସଂଖ୍ୟା ଜାଣିବା ଲାଗି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବ୍ୟାଘ୍ର ଗଣନା ପ୍ରକ୍ରିୟା। ଏ ନେଇ ରାଜ୍ୟ ବନ ବିଭାଗ ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏନଟିସିଏ ମଧ୍ୟରେ ଆଲୋଚନା ସରିଛି। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରତ ଶଶୀ ପଲଙ୍କ ସୂଚନା ଅନୁସାରେ ବାଘ ଗଣନା ଲାଗି ରାଜ୍ୟ ସ୍ତରରେ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ। ଏହାପରେ ଏନଟିସିଏ ପକ୍ଷରୁ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ।୪ଟି ପର୍ଯ୍ୟାୟରେ ଗଣନା କରାଯିବ। ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଗଣନା ବନ ବିଭାଗ କରିବାକୁ ଥିବା ବେଳେ ବେଳେ ଦ୍ୱିତୀୟ ଓ ଚତୁର୍ଥ ପର୍ଯ୍ୟାୟ ଗଣନା କରିବ। ଏନଟିସିଏ ପ୍ରଥମ ପର୍ଯ୍ୟାୟ ଗଣନା ପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି। ତୃତୀୟ ପର୍ଯ୍ୟାୟ ଗଣନା ବେଳେ କ୍ୟାମେରା ଟ୍ରାପ୍ ବ୍ୟବହାର କରାଯିବ ପରେ ସବୁ ତଥ୍ୟ ତର୍ଜମା ପରେ ସଂଖ୍ୟା ପ୍ରକାଶ ପାଇବ।

Advertisment

ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ତେବେ ୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ତେଣୁ ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା। ଏପରିକି ୨୦୦୬ରେ ବାଘ ସଂଖ୍ୟା ୪୫କୁ ଖସି ଆସିଥିବା ବେଳେ ୨୦୧୦ରେ ୩୨କୁ ହ୍ରାସ ପାଇଥିଲା। ତେବେ ପୂର୍ବରୁ ପଗ୍ ମାର୍କ ପଦ୍ଧତିରେ ଗଣନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ କ୍ୟାମେରା ଟ୍ରାପ୍ ପଦ୍ଧତି ବ୍ୟବହାର ହେବାରୁ ସଂଖ୍ୟା କମିଥିଲା। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ବାଘ ଶୀକାର ଘଟଣା ବାଘ ବଂଶ ବୃଦ୍ଧି ଉପରେ ଆଶଙ୍କା ଟାଣିିଥିବା ବେଳେ ଏପଟେ ପଗମାର୍ଗ ପଦ୍ଧତି ହିଁ ସଠିତ ତଥ୍ୟ ଦେବ ବୋଲି ମତ ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

କୌଣସି ଅଞ୍ଚଳରେ ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କୃଷ୍ଟ ଜୈବ ବିବିଧତାକୁ ଦର୍ଶାଇଥାଏ। ତେବେ ଏଥର ଗଣନାରେ ଅଧିକ ଅଞ୍ଚଳ ସାମିଲ କରାଯାଉଥିବାରୁ ରାଜ୍ୟରେ ବାଘ ସଂଖ୍ୟା କେତେ ଆସୁଛି ଓ ବନ ବିଭାଗ ଏ ସଂଖ୍ୟାକୁ କିଭଳି ଗ୍ରହଣ କରୁଛି, ତା ଉପରେ ସମସ୍ତଙ୍କ ନଜର।

Advertisment

ରିପୋର୍ଟ: ଅରିନ୍ଦମ ଦାସ

Odisha News Odisha Forest Officials Odisha Tiger Census
Advertisment
Advertisment