ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସ୍କୁଲ ପିଲାଙ୍କ ଗୀତ 'ବଚ୍ପନ୍ କା ପ୍ୟାର୍ ମେରା ଭୁଲ ନହୀ ଜାନାରେ' ସବୁଆଡେ ହଇଚଇ ସୃଷ୍ଟି କରୁଛି। ଏହି ଗୀତକୁ ଦୁଇ ବର୍ଷ ପୂର୍ବେ ସାହଦେବ ଦିର୍ଦୋ ଗାଇଥିଲେ। ସହଦେବଙ୍କ ଏହି ଗୀତ ଶୁଣିବା ପରେ ରାପର୍ ବାଦଶାହା ସେହି ପିଲାକୁ ଏକ ଭିଡିଓ କଲ୍ ମାଧ୍ୟମରେ ଚଣ୍ଡିଗଡ଼କୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ, ବାଦଶାହ ସହଦେବଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେବାରେ ଲାଗିଛି।
ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି'ରେ ଏକାଠି ହେଲେ ବିରୋଧୀ । ସରକାରଙ୍କ ବିରୋଧରେ ସଂଗଠନକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ଜଳଖିଆ ପାଇଁ ଡାକିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି
କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ରେଜଲ୍ଟ ମଧ୍ୟାହ୍ନ ୧୨ରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀ ଫଳ ସିବିଏସ୍ଇର ଅଫିସିଆଲ ସାଇଟ୍ cbseresults.nic.inକୁ ଯାଇ ଦେଖିପାରିବେ।
ଥରିଲା ପୋର୍ଟ ବ୍ଲେୟାର। କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡମାନା ଏବଂ ନିକୋବର ଆଇଲାଣ୍ଡର ପୋର୍ଟବ୍ଲେୟାରରେ ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ହୋଇ ଯାଇଛି।
କଠିନ ପରିଶ୍ରମ ଆଗରେ ହାର ମାନିଲା ମାନସିକ ଚାପ ଓ ବ୍ୟକ୍ତିଗତ କାରଣ । ମାତ୍ର ୨୨ ବର୍ଷରେ ପ୍ରଥମ ପ୍ରୟାସରେ ଆଇଏଏସ୍ ହୋଇ ସଫଳତା ପାଇଲେ ହରିୟାଣାର ହିମାଂଶୁ ନାଗପାଳ । ତାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ ।
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ବଞ୍ଚି ଥାଉ ଥାଉ ଏକାଠି କରାଇ ଦେଲେନି, ମରିଗଲା ପରେ ବିବାହ କରାଇଲେ । ସାଥୀ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିଲେ, ସାଥୀ ହୋଇ ହାତ ଧରାଧରି ହୋଇ ଚାଲିଗଲେ ।
ନାଥ ଶିଶୁଟିଏ ଏଣିକି ଆଉ ଅସହାୟ ବୋଲି ଭାବି ଭଙ୍ଗି ପଡିବନି। ବାପା଼ମା’ଙ୍କ ସ୍ନେହ, ମମତାରୁ ବଞ୍ଚିତ ଶିଶୁଟିର ଭବିଷ୍ୟତ ଆଉ ଅନ୍ଧାର ମଧ୍ୟରେ ହଜି ଯିବନି। କାରଣ, ଏପରି ପିଲାଙ୍କୁ ଏଣିକି ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା।
ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ ।
ପ୍ରଥମ କ୍ୱାର୍ଟରରେ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ଗୋଲ ସୁଝାଇବାକୁ ବାରମ୍ବାର ଉଦ୍ୟମ କରିଥିଲା।ବେଲଜିୟମର ଆଲେକଜାଣ୍ଡାର ହେଣ୍ଡେରିକ୍ସ ୧୯ତମ ମିନିଟରେ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ।
ବୈଦେଶିକ ବିଭାଗ ଗୃହ କମିଟିର ମୁଖ୍ୟ ରିପବ୍ଳିକାନ ମାଇକ୍ ମ୍ୟାକକଲ୍ ଏହି ରିପୋର୍ଟ ଜାରି କରିବା ସହ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ପରୀକ୍ଷଣ ବେଳେ ଉହାନ ଲ୍ୟାବରେ ପର୍ଯ୍ୟାପ୍ତ ସୁରକ୍ଷାଗତ ବ୍ୟବସ୍ଥା ନଥିଲା।
ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାର ପ୍ରାୟ ୨ ସପ୍ତାହ ବିତିଲାଣି । ହେଲେ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ।
ଟୋକିଓରେ ଚମକିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ କ୍ରୀଡ଼ା ଇତିହାସରେ ଯୋଡିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି ମହିଳା ଟିମ୍। ତାହା ପୁଣି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମୂଳରୁ ହିଁ ଟପ୍ ଫେଭରାଇଟ୍ ଥିଲା। ମାତ୍ର ଅଣ୍ଡର ଡଗ୍ ଭାବେ ପଡ଼ଇାକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ଜବରଦସ୍ତ ଟକ୍କର ଦେଇଥିଲା।
ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ସେମାନଙ୍କ ଟଙ୍କା ପହଁଚିବା ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ଇ-ରୁପି ବିକଶିତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଇ-ରୁପି ଜରିଆରେ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି।
ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍ଙ୍କ ପରି ନୁହେଁ। ତାଙ୍କ ଭାଗ୍ୟକୁ ବଦଳେଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ ଦୁଇ ଦୁଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି।
ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।
କିଛି ଦିନ ପୂର୍ବରୁ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କମ୍ପାନୀ ଏହାର କରୋନା ଟିକାକୁ ମଞ୍ଜୁର କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛି। ତେବେ କମ୍ପାନୀର ଏହି ପଦକ୍ଷେପ ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏହି ସୂଚନା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଉତ୍ସରୁ ଜଣାପଡିଛି।
ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ସକାଳ ୯ଟା ୩୦ରେ ଜଳଖିଆ ଖାଇବା ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଛନ୍ତି। ଉଭୟ ଗୃହର ବିରୋଧୀ ଦଳର ନେତାମାନଙ୍କୁ ଏଠାକୁ ଡକାଯାଇଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ଲାଗି ସମସ୍ତଙ୍କୁ ଜଳିଖିଆ ଖାଇବା ଲାଗି ଡାକିଛନ୍ତି । ଏହି ବୈଠକରେ ଟିଏମସି ମଧ୍ୟ ସାମିଲ ହେଉଥିବା ନେଇ ସୂଚନା ମିଳିଛି।
କରୋନା କାଳରେ, ସୋନୁ ସୁଦ ନିଜର ମହତ କାମ ପାଇଁ ଦେଶବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏପରି କିଛି ଖବର ଆସୁଛି ଯାହାକୁ ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ନିଜର ଖୁସିକୁ ଅଟକେଇ ପାରିବେ ନାହିଁ। ସୋନୁ ସୁଦଙ୍କୁ ସ୍ପେଶାଲ ଅଲିମ୍ପିକ୍ସ ଭାରତର ବ୍ରାଣ୍ଡ୍ ଆମ୍ବାସାଡର କରିଦିଆ ଯାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି।
ରେଳ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଭାରତୀୟ ରେଳବାଇକୁ କବାଡ଼ିଆ ମୁକ୍ତ କରିବା ଅଭିଯାନରେ ବିଭିନ୍ନ କାମ କରୁଛି। 'ମିଶନ୍ ଜିରୋ ସ୍କ୍ରାପ୍' ଅଧୀନରେ ଏହାର ସମସ୍ତ ରେଳ ୟୁନିଟକୁ କବାଡ଼ିଆ ମୁକ୍ତ କରିବା ଅଭିଯାନର ଏକ ଅଂଶ ଭାବରେ ପାଶ୍ଚାତ୍ୟ ରେଳବାଇ ଚଳିତ ଆର୍ଥିକ ବର୍ଷରେ କେବଳ କବାଡ଼ିଆ ଜିନିଷ ବିକ୍ରି କରି ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଚର୍ଚ୍ଚ ଏଇଥି ପାଇଁ ହେଉଛି କାରଣ., କବାଡ଼ିଆମାନେ ରେଳବାଇର ବିଭିନ୍ନ ଅଂଶକୁ ନେଇ ବିକ୍ରି କରି ନିଜର ଗୁଜୁରାଟ ମେଂଟାଇ ଥାଆନ୍ତି। କିନ୍ତୁ ତାହାକୁ ବନ୍ଦ କରିବା ଲାଗି ରେଳବାଇ ଯୋଜନା କରିବା ସହ କାର୍ଯ୍ୟକାରୀ ମଧ୍ୟ କରିଛି।
ବିଶ୍ୱର ସବୁଠାରୁ ସନ୍ତସନ୍ତିଆ ବା ଆର୍ଦ୍ରତା ସ୍ଥାନ ଭାବରେ ମେଘାଳୟର ମାସିନ୍ରାମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। ବଙ୍ଗୋପସାଗର ଯୋଗୁଁ ଏଠାରେ ବହୁତ ଆର୍ଦ୍ରତା ଦେଖାଯାଏ। ଆହୁରି ମଧ୍ୟ, ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି। ଏହି ବର୍ଷା ଏତେ ଅଧିକ ଯେ ରିଓ ଡି ଜେନେରିଓରେ ଥିବା ୩୦ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍ ଖ୍ରୀଷ୍ଟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଆସିଯାଏ।
ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୪୦,୧୩୪ ଜଣ କରୋନା ଆକ୍ରାନ୍ତ ହେଲେ ଚିହ୍ନଟ ହୋଇଛନ୍ତି। ଏହାସହ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ସାରା ଦେଶରେ ମୋଟ୍ ୩,୧୬,୯୫,୯୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪,୨୪,୭୭୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଠିକ୍ ସେହିପରି ସୁସ୍ଥତାସଂଖ୍ୟା ୩,୦୮,୫୭,୪୬୭ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ବି ଆକ୍ଚିଭ୍ କେସର ସଂଖ୍ୟା ୪,୧୩,୭୧୮ ରହିଛି।
ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା।
ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଉତ୍ତର କେନ୍ଦ୍ରୀୟ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଉତ୍ତର କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯଥା RRC / NCR Prayagraj, rrcpryj.org କୁ ଯାଇ ଆବେଦନ କରିପାରିବେ ।ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆବେଦନ କରିବାର ଏହା ଏକ ବଡ଼ ସୁଯୋଗ ।
ଯଦି ଆପଣ ଜ୍ୟୋତିର୍ବିଜ୍ଞାନକୁ ବିଶ୍ୱାସ କରନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ବାସ୍ତବରେ, ଆଜି ସକାଳ ୧୧.୩୦ରେ ଶନି ଗ୍ରହ ପୃଥିବୀର ଅତି ନିକଟତର ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ କହିଥିଲେ। ଏହି ସମୟରେ ଶନି, ପୃଥିବୀ ଏବଂ ସୂର୍ଯ୍ୟ ଏକ ପାର୍ଶ୍ୱରେ ରହି ସୂର୍ଯ୍ୟ ଚାରିପଟେ ଘୂରି ବୁଲିବେ। ଆଜି ରାତିରେ ଆପଣ ଏହି ଦୃଶ୍ୟ ଦେଖିପାରିବେ। ଏହି ଚମତ୍କାର ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିହେବ।
ଅସୁଦିଆ ହୋଇଛି କହି ସ୍ତ୍ରୀକୁ ହତ୍ୟା କଲା । ମଧ୍ୟପ୍ରଦେଶର ଦତିଆରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଚଟଣୀ ସ୍ୱାଦହୀନ ହୋଇଥିବା କହି ଜଣେ ସ୍ତ୍ରୀକୁ ହତ୍ୟା କରିଛି । ତେବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ ।