ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି। ତଥାପି କିଛି ପିଲା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏଇ ଖୁସି ଖବର। ବୋର୍ଡ ଘୋଷଣା କରିଛି ଅଫ୍ ଲାଇନ ପରୀକ୍ଷା ତାରିଖ।
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।
ତ୍ରିରଙ୍ଗା ଉଚ୍ଚତା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ତ୍ରିରଙ୍ଗାର ଉଚ୍ଚତାକୁ ୧୦୦ ଫୁଟ୍ ବଢାଯିବା ପରେ ଏହାର ଉଚ୍ଚତା ୪୬୦ ଫୁଟ୍ ହେବ ଏବଂ ଏହାକୁ ଏସିଆର ସବୁଠୁ ଉଚ୍ଚତମ ପତାକା କୁହାଯିବ । ବର୍ତ୍ତମାନ ପୋଲର ଉଚ୍ଚତା ୩୬୦ ଫୁଟ ଏବଂ ଓଜନ ୫୫ ଟନ୍ ରହିଛି । ତ୍ରିରଙ୍ଗାକୁ ପାକିସ୍ତାନ ସୀମା ନିକଟକୁ ସ୍ଥାନାନ୍ତର କରିବାର ଯୋଜନା ମଧ୍ୟ ରହିଛି । ଯାହା ଫଳରେ ଏହି ତ୍ରିରଙ୍ଗାକୁ ପାକିସ୍ତାନର ଜନ ସାଧାରଣ ମଧ୍ୟ ଦେଖିପାରିବେ ।
ପର୍ଯ୍ୟଟକଙ୍କ ପାଇଁ କଟକଣା କୋହଳ କଲା ୟୁଏଇ । ଆସନ୍ତା ୫ ତାରିଖରୁ ଟିକାର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ୟୁଏଇ ଯାଇପାରିବେ । ତେବେ ଏଥିପାଇଁ ଭାରତୀୟ ନାଗରିକଙ୍କ ପାଖରେ ବୈଧ ପ୍ରମାଣପତ୍ର ସହ ଟିକାର ଡବଲ୍ ଡୋଜ୍ ସାର୍ଟିଫିକେଟ୍ ଜରୁରୀ ।
ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ R-ଫ୍ୟାକ୍ଟର ଅଧିକ ରହିବା ଉଦ୍ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପିଭି ସିନ୍ଧୁଙ୍କୁ ବିପୁଳ ସମ୍ପର୍ଦ୍ଧନା ଦିଆଯାଇଛି । ସ୍ୱାଗତ ପରେ ଏହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ବୋଲି କହିଛନ୍ତି ସିନ୍ଧୁ । ବ୍ୟାଡମିଣ୍ଟନ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଲେ ସିନ୍ଧୁ। ତାଙ୍କୁ ସମସ୍ତେ ସହଯୋଗ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ।
ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣିମ ସ୍ପପ୍ନ ଆଶା ଧୂଳିସାତ୍ । ୪ ଦଶନ୍ଧି ପରେ ପୁଣି ଥରେ ଗୋଲ୍ଡ ଜିତିବା ଆଶାରେ ଥିବା ଭାରତୀୟ ହକି ଟିମ୍କୁ ଝଟ୍କା ଦେଇଛି ଓ୍ୱାର୍ଲଡ ଚାମ୍ପିୟନ୍ ବେଲ୍ଜିୟମ୍ ।
ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।
ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗୋଷ୍ଠୀ ନେତୃତ୍ୱାଧୀନ ରୁଚି ସୋୟା ଆସାମ, ତ୍ରିପୁରା ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ତାଳ ତେଲ କମ୍ପାନୀ ଖୋଲିବା ନେଇ ଯୋଜନା କରିଛନ୍ତି। ଆସାମ, ତ୍ରିପୁରା ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ରୁଚି ସୋୟା ନିଜର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ଏବଂ ତାଳ କ୍ରୟ କରିବ।
ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍ ଶାହାଙ୍କୁ ଭେଟିଛନ୍ତି ଶରଦ
ଏକ ବର୍ଷ ପରେ ଚୀନ୍ର ଉହାନରେ କରୋନା ଭାଇରସ୍ ସଂକ୍ରମଣର ନୂଆ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସମଗ୍ର ଜନସଂଖ୍ୟାର କୋଭିଡ -୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଉହାନ ହେଉଛି ଚୀନ୍ର ସେହି ସହର ଯେଉଁଠାରେ ପ୍ରଥମ ଥର କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିଲା ଏବଂ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଉହାନ ସହରରେ ସ୍ଥାନୀୟ କରୋନା ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।
ଏହାସହ ଲବ୍ କହିଛନ୍ତି ଯେ, ଦେଶର ୪୪ ଜିଲ୍ଲାରେ କେସ୍ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି, ଯାହାକୁ ନେଇ ଚିନ୍ତା ବଢିଛି । କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ପଜିଟିଭିଟି ରେଟ୍ । ସେହିପରି ମଣିପୁରରେ ୯, ମିଜୋରାମରେ ୬, ନାଗାଲାଣ୍ଡର ୪ ଜିଲ୍ଲା ୧୦% ଉପରେ ରହିଛି ପଜିଟିଭିଟି ରେଟ୍ । ଏହାସହ ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି, ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାପ୍ରକଟ କରିଛନ୍ତି । ପଜିଟିଭିଟି ୧୦% ଉପରେ ଥିବା ୪୪ ଜିଲ୍ଲା ଭିତରେ ଓଡ଼ିଶାର କିଛି ଜିଲ୍ଲା ନାହିଁ, ଯାହାକି ଏକ ଆଶ୍ୱସ୍ତିକର ଖବର ।
ଅଭିନେତ୍ରୀ ଗୀତା ବସ୍ରା ଓ ତାଙ୍କ ସ୍ୱାମୀ କ୍ରିକେଟର ହରଭଜନ ସିଂ ଜୁଲାଇ ଆରମ୍ଭରେ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ଅଛି, ଯାହାର ନାମ ହିନାୟା। ଜୁଲାଇ ୧୦ରେ ଦୁହେଁ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଆଜିକାଲି ଗୀତା ପୁଅର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୂଚନା ମୁତାବକ, ଗୀତାଙ୍କୁ ପୁଣିଥରେ ମା’ ହେବା ସେତେ ସହଜ ନ ଥିଲା।
ଦେଶରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ୪୨୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦,୫୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୬ ହଜାର ୫୦୭ ରେ ପହଞ୍ଚିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ୧୯୫କୁ ବୃଦ୍ଧି ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ଆକ୍ଟିଭ୍ କେସର ସଂଖ୍ୟା ୪,୦୪,୯୫୮ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୦୮,୯୬,୩୫୪ରେ ପହଞ୍ଚିଛି।
କ୍ରୀଡାବିତ୍ ପରିବାରରେ ଜନ୍ମ ନେଇଥିବା ସିନ୍ଧୁଙ୍କ ପିଲାଦିନୁ ଖେଳ ପ୍ରତି ବେଶ୍ ରୁଚି ଥିଲା । ବାପା ପି.ଭି. ରମନ୍ନା ଓ ମାଆ ପି. ବିଜୟା ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବାରୁ ଏହାର ପ୍ରଭାବ ସିନ୍ଧୁଙ୍କ ଉପରେ ପଡିଥିଲା । ବ୍ୟାଡ୍ମିଣ୍ଟନ ଷ୍ଟାର୍ ପୁଲେଲା ଗୋପିଚାନ୍ଦଙ୍କ ଏକାଡେମୀରୁ ସିନ୍ଧୁ ଟ୍ରେନିଂ ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ବିଶ୍ୱର ଶ୍ରେଷ୍ଠ ୨୦ ଜଣ ଖେଳାଳିଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା। ୨୦୧୩ରେ ୱାଲର୍ଡ଼ ଚାମ୍ପିୟନଶିପରେ ଭାରତ ପାଇଁ ପ୍ରଥମ ବ୍ରୋଂଜ ପଦକ ଜିତିଥିଲେ ସିନ୍ଧୁ ।
ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖେଲା ହେବ ଯୋଜନାରେ ପଶ୍ଚିମବଙ୍ଗର ୩୦୩ଟି ଫୁଟବଲ କ୍ଲବକୁ ୧୦ଟି ଲେଖାଏଁ ଫୁଟବଲ ବଣ୍ଟନ କରାଯିବ । ପ୍ରତି ଫୁଟବଲରେ ଜୟ ଫୁଟବଲ ଲେଖାଯାଇଛି ।
ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ସେପଟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମଡେଲ୍ ଓ ଅଭିନେତ୍ରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗତ ଏପ୍ରିଲରେ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶେର୍ଲିନ ଚୋପ୍ରା କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ, କୁନ୍ଦ୍ରା ୨୦୧୯ରେ ତାଙ୍କୁ ଇଚ୍ଛା ବିରୁଦ୍ଧରେ କିସ୍ କରିଥିଲେ ଓ ଶିଳ୍ପାଙ୍କ ସହ ତାଙ୍କର ସଂପର୍କ ଜଟିଳ ଥିବା କହିଥିଲେ।
ବଲିଉଡ୍ରେ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ଦର୍ଶକେ ଶୁଣିଛନ୍ତି। ତେବେ ଏହାକୁ ନେଇ ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି।
ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି । ସେଥିରେ କେତେ ଜଣ ସବାର ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।
ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ଏହି ପ୍ରସଙ୍ଗରେ ନିଜର ସମ୍ମତି ପ୍ରଦାନ କରିଛନ୍ତି । ଭାରତ ଆଗାମୀ ସମୟରେ କିପରି ବିଶ୍ୱରେ ନମ୍ବର ୱାନ ସ୍ଥାନରେ ରହିବ ତାହାର କାରଣ ମଧ୍ୟ କହିଛନ୍ତି ରିଚାର୍ଡ ଭର୍ମା । ଭାରତକୁ ପୁଣି ଥରେ ବିଶ୍ୱର ଗୁରୁ କରିବା ପାଇଁ ଉଦ୍ୟମ ଚାଲିଛି ।
ଗାୟକ ଓ ନିର୍ଦେଶକ ପଲାଶ ମୁଚ୍ଛେଲ ୱେବ ସିରିଜ୍ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି ଫିଲ୍ମରେ ଅଭିନେତା ତଥା କମେଡିଆନ୍ ରାଜପାଲ ଯାଦବ ଲିଡ୍ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍ ଓ ହିତେନ୍ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଇଛନ୍ତି । ରୁବିନାଙ୍କ ବିଷୟରେ ରାଜପାଲ ଯାଦବ କହିଛନ୍ତି ଯେ 'ଏହି ଫିଲ୍ମରେ ମୋ ସହିତ ରୁବିନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଅତୀତର ନିରାଶାକୁ ଭୁଲି ଏକ ସୁବର୍ଣ୍ଣ ଭବିଷ୍ୟତ ଆଶାରେ ମୂଳଦୁଆ ପକାଇଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଭଳି କିମ୍ବଦନ୍ତୀ ଟିମ୍ଠାରୁ ଜିତି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ସମଗ୍ର ଭାରତ ଉତ୍ସବମୁଖର ହୋଇଛି। ତେବେ ଏହାର ସବୁ ଶ୍ରେୟ ଦଳର ଅଧିନାୟକ ରାଣୀ ରାମ୍ପାଲ୍ଙ୍କ ଉପରକୁ ଯାଉଛି।
ବିଶ୍ୱର ସବୁଠାରୁ ବିଜ୍ଞ, ମେଧାବୀ ଛାତ୍ର କିଏ ଜାଣନ୍ତି ? ଜାଣିଲେ ଖୁସି ହେବେ, ସେ ହେଉଛନ୍ତି ଜଣେ ଭାରତୀୟ ମୂଳ ଛାତ୍ରୀ ।
ପ୍ରକାଶ ପାଇଲା କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ।
ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଥିବା କଥା ବୈଠକରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ଇ-ରୂପି ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।