ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ସମୟରେ ପ୍ରଶଂସକମାନଙ୍କୁ ସେମାନଙ୍କର ସୁନ୍ଦର୍ ପୋଷ୍ଟ୍ରେ ଖୁସି କରିଦିଅନ୍ତି। ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଅଛନ୍ତି। ଅଗଷ୍ଟ ୪ରୁ ଇଂଲଣ୍ଡରେ ଭାରତକୁ ଇନ୍ଲିସ୍ ଟିମ୍ ବିପକ୍ଷରେ ପାଞ୍ଚଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତେବେ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ବିରାଟ ଏବଂ ଅନୁଷ୍କା ପ୍ରାୟତଃ ସୋସିଆଲ୍ ମିଡିଆ ସେମାନଙ୍କର ଫଟୋ ସେୟାର କରୁଛନ୍ତି।
ଟ୍ରିପଲ ତଲାକ ବିରୋଧରେ ଆଇନର କାର୍ଯ୍ୟକାରିତାକୁ ମନପକାଇ ଗତକାଲି ଦେଶର ବିଭିନ୍ନ ସଂଗଠନ ମୁସଲମାନ ମହିଳା ଅଧିକାର ଦିବସ ପାଳନ କରିଛନ୍ତି । ଏହି ଆଇନ ପ୍ରଣୟନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ ।
ବର୍ତ୍ତମାନ ସମୟରେ ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକା ଯଦି ଦେଖାଯାଏ ତେବେ ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ବାଦ ପଡିବେ ନାହିଁ। ଜାହ୍ନବୀ ଏପର୍ଯ୍ୟନ୍ତ ୪ ଟି ଫିଲ୍ମ କରିଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସେ ପ୍ରସ୍ତୁତ ହେଉଥିବା ଜଣାଯାଏ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଜାହ୍ନଭୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସହ ନିଜ ବିବାହ ସବୁ ଯୋଜନାର କରିବାରେ ମଧ୍ୟ ଲାଗିପଡିଛନ୍ତି।
ଯେବେ କମେଡି କିଙ୍ଗ୍ କପିଲ ଶର୍ମା ଓ ଭାରତୀ ସିଂ ଏକାଠି ନଜର ଆସିଥାନ୍ତି ସେଇଠି ହସି ହସି ବେଦମ ହୋଇଯାନ୍ତି ଦର୍ଶକ । କପିଲ ଶର୍ମା ଏବଂ ଭାରତୀ ସିଂ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଉଭୟଙ୍କର ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଭାରତୀ ଓ କପିଲଙ୍କୁ ଭେଟିବା ପାଇଁ ତାଙ୍କର ଜଣେ ଫ୍ୟାନ୍ ମଝି ରାସ୍ତାରେ ଆସି ପହଞ୍ଚି ଯାଇଥିଲେ । ସେହି ସମୟ ମଧ୍ୟରେ ଉଭୟ କପିଲ ଓ ଭାରତୀ ଏପରି କିଛି କଲେ ଯେ ଫ୍ୟାନ୍ସ ଜଣଙ୍କ ନିଜ ହସକୁ ବନ୍ଦକରି ପାରିଲେ ନାହିଁ ।
ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ୧୨ର ଲୋକପ୍ରିୟତା ଚର୍ଚ୍ଚାରେ ଥିବା ବେଳେ କେତେବେଳେ ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଯୋଗୁଁ ହେଉ ବା କେତେବେଳେ ବିଚାରପତିମାନଙ୍କ ଯୋଗୁଁ ହେଉ ଶୋ’ ଆଲୋଚନାରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ବର୍ତ୍ତମାନ ଅନୁ ମଲିକ ଇଣ୍ଡିଆନ୍ ଆଇଡଲ୍ର ଜଜ୍ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ଏକ ଖବର ମୁତାବକ ସେ ଟ୍ରୋଲର ଶିକାର ହୋଇଛନ୍ତି। ଇସ୍ରାଏଲର୍ ଜିମ୍ନାଷ୍ଟ ଡୋଲଗୋପୟାତ ଜିମ୍ନାଷ୍ଟରେ ସ୍ୱର୍ଣ୍ଣ ମେଡାଲ ଜିତିବା ପରେ ଅନୁ ମଲିକ ଟ୍ରୋଲ୍ ହେଉଛନ୍ତି।
ସୀମାରେ ସୁରକ୍ଷା ବାହିନୀଙ୍କ କଡ଼ା ପହରା ଯୋଗୁଁ ଅନୁପ୍ରବେଶରେ ବିଫଳ ହେବା ପରେ ବର୍ତ୍ତମାନ ଗତ କିଛି ମାସ ଧରି ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି କରିଛି ଶତ୍ରୁ ଦେଶ । ରବିବାର ଦିନ ଜମ୍ମୁର ସାମ୍ବାରେ ପୁଣି ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି ।
ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି।
୯୦ ପଇସାରେ କିଣିଥିଲେ, ୨ ଲକ୍ଷରେ ବିକ୍ରି କଲେ । ରାତାରାତି ଲକ୍ଷପତି ହୋଇଗଲେ ଲଣ୍ଡନର ଜଣେ ବ୍ୟକ୍ତି । ରାସ୍ତା କଡ଼ରୁ କିଣିଥିବା ଏକ ଭଙ୍ଗା ପୁରୁଣା ଚାମଚକୁ ଅନଲାଇନ ନିଲାମୀରେ ୧୨ ଗୁଣରୁ ଦାମରେ ଅଧିକ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି ।
ଦେଶରେ ତୃତୀୟ ଲହରୀ ଚଳିତ ମାସରୁ ଆରମ୍ଭ ହୋଇପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସର୍ବାଧିକ ସାଂଘାତିକ ସ୍ଥିତିରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିପାରେ ।
ଭାରତରେ ୨୬ ଜୁଲାଇରୁ ୧ ଅଗଷ୍ଟ ମଧ୍ୟରେ ଭାରତରେ ୨.୮୬ ଲକ୍ଷ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ସପ୍ତାହ ତୁଳନାରେ ୭.୫ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମଣ । ଗତ ସପ୍ତାହରେ ଏହି ସଂଖ୍ୟା ଥିଲା ୨.୬୬ ଲକ୍ଷ
ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟ୍ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି।
ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା
ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ଇତିହାସ କରିବାକୁ ଯାଉଛନ୍ତି। ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ବୈଠକରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ରବିବାର ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।
ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।
ଦେଶରେ କରୋନା ଭାଇରସ୍ ସଂକ୍ରମଣର ଅବସ୍ଥା ଏବେ ବି ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧିପାଉଛି। ଏହି ସମୟରେ, କରୋନାର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତର ଆର୍ ଭେଲ୍ୟୁ ଲଗାତର ଭାବେ ବଢିବାରେ ଲାଗିଛି, ଯାହା ଚିନ୍ତାର କାରଣ ହୋଇଛି।
ଗ୍ରାହକଙ୍କ ସୁବିଧା ପାଇଁ ଏସବିଆଇ ସବୁବେଳେ କିଛି ନା କିଛି ଅଫର ଆଣିଥାଏ । ଭାରତର ସର୍ବବୃହତ ଋଣଦାତା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକା ଅଫର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୃହ ଋଣ ଉପରେ ପ୍ରୋସୋସିଂ ଫି ଛାଡ କରିବ ବୋଲି ଘୋଷଣା କରିଛି । ଅଗଷ୍ଟ ଶେଷ ଯାଏଁ ଗ୍ରାହକଙ୍କୁ ଆଉ ଏହି ଅର୍ଥ ପୈଠ କରିବାକୁ ପଡିବନାହିଁ। ଏନେଇ SBI ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଏଲଓସିରେ ନୁହେଁ ବରଂ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ୪୦ ରୁ ଅଧିକ ଆତଙ୍କବାଦୀ ରହିଥିବା ନେଇ ସୂଚନା ମିଳିଛି। ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ୍-ଇ-ମହମ୍ମଦ ଭଳି ପ୍ରମୁଖ ଆତଙ୍କବାଦୀ ସଙ୍ଗଠନ ରହିଥିଲେ ମଧ୍ୟ ପାକିସ୍ତାନ ଅଲ୍ବାଦର ନାମକ ଏକ ନୂଆ ସଙ୍ଗଠନ ସୃଷ୍ଟି କରିଛି ।
ଦେଶରେ ପେଟ୍ରୋଲ ମୂଲ୍ୟ ଅନେକ ରାଜ୍ୟରେ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ପ୍ରତି ମାସରେ ଏହି ମୂଲ୍ୟ ମୁଦ୍ରାସ୍ଫୀତିର ଏକ ନୂଆ ରେକର୍ଡ ସୃଷ୍ଟି କରୁଛି। ପେଟ୍ରୋଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ଓ ବିଜେପି ପରସ୍ପରକୁ ଅଭିଯୋଗ କରିବାରେ ଲଗିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଝଡ ଉଠୁଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ତେବେ ଏହାରି ମଧ୍ୟରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ଦେଶରେ ବର୍ତ୍ତମାନ ୩,୧୬,୫୫,୮୨୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୨୪,୩୫୧ରେ ପହଞ୍ଚିଲାଣି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ବି ଦେଶରେ ୪,୧୦,୯୫୨ ଆକ୍ଟିଭ୍ କେସ ରହିଛି। ଆଉ ଏହାରି ମଧ୍ୟରେ ୪୭,୦୨,୯୮,୫୯୬ଜଣ କରୋନା ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି।
ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି।
କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ କରୋନା ଜୀବାଣୁର ପରବର୍ତ୍ତୀ ଭାରିଆଣ୍ଟ୍ ଅଧିକ ମାରାତ୍ମକ ହୋଇପାରେ।
ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।
କୋର୍ଟ କହିଛନ୍ତି ଯେ, ଅଦାଲତକୁ ଏମିତି କୌଣସି ପ୍ରମାଣ ମିଳିନାହିଁ ଯେଉଁଥିରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଉପରେ ଯୌନ ଉତ୍ପୀଡ଼ିନ ହୋଇଛି। କେବଳ ଏତିକି ନୁହେଁ ବରଂ ବିଚାରପତି ସ୍ପଷ୍ଟ କରିଥିଲେ,କୋର୍ଟକୁ ଏମିତି କୌଣସି ପ୍ରମାଣ ମିଳୁନାହିଁ ଯେଉଁଥିରେ କି ଅପରାଧୀ ଜଣକ ଲଗାତର ଭାବରେ ନାବାଳିକାଙ୍କ ପିଛା କରିଥିଲେ ବୋଲି ଓ ଏକ ଶୂନଶାନ୍ ସ୍ଥାନକୁ ନେଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ