Advertisment

ସୋନୁ ସୁଦ ହେଲେ ସ୍ପେଶାଲ ଅଲିମ୍ପିକ୍ ଭାରତର ବ୍ରାଣ୍ଡ୍ ଆମ୍ବାସଡର୍

କରୋନା କାଳରେ, ସୋନୁ ସୁଦ ନିଜର ମହତ କାମ ପାଇଁ ଦେଶବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏପରି କିଛି ଖବର ଆସୁଛି ଯାହାକୁ ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ନିଜର ଖୁସିକୁ ଅଟକେଇ ପାରିବେ ନାହିଁ। ସୋନୁ ସୁଦଙ୍କୁ ସ୍ପେଶାଲ ଅଲିମ୍ପିକ୍ସ ଭାରତର ବ୍ରାଣ୍ଡ୍‌ ଆମ୍ବାସାଡର କରିଦିଆ ଯାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି।

author-image
Pramod Behera
ସୋନୁ ସୁଦ ହେଲେ ସ୍ପେଶାଲ ଅଲିମ୍ପିକ୍ ଭାରତର ବ୍ରାଣ୍ଡ୍ ଆମ୍ବାସଡର୍

Sonu Sood

ମୁମ୍ବାଇ: ବଲିଉଡ୍‌ ତଥା ଟଲିଉଡ୍‌ ଅଭିନେତା ସୋନୁ ସୁଦ ଗତ ଜୁଲାଇ ୩୦ରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଥିଲେ। ଏପରିକି ସେମାନଙ୍କ ପ୍ରିୟ ତାରକାଙ୍କୁ ଭେଟିବା ପାଇଁ ମାଇଲ ମାଇଲ ବାଟ ଯାତ୍ରା ମଧ୍ୟ କରିଥିଲେ। କରୋନା କାଳରେ, ସୋନୁ ସୁଦ ନିଜର ମହତ କାମ ପାଇଁ ଦେଶବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏପରି କିଛି ଖବର ଆସୁଛି ଯାହାକୁ ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ନିଜର ଖୁସିକୁ ଅଟକେଇ ପାରିବେ ନାହିଁ। ସୋନୁ ସୁଦଙ୍କୁ ସ୍ପେଶାଲ ଅଲିମ୍ପିକ୍ସ ଭାରତର ବ୍ରାଣ୍ଡ୍‌ ଆମ୍ବାସାଡର କରିଦିଆ ଯାଇଛି। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି।

Advertisment

ଆସନ୍ତା ବର୍ଷ (୨୦୨୨) ଋଷ୍‌ରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳର ଏକ ଅଂଶ ହେବେ ସୋନୁ ସୁଦ୍‌। ଏକ ଭର୍ଚୁଆଲ୍ ଇଭେଣ୍ଟରେ, ସୋନୁ ସୁଦ୍ ୫୦୦ରୁ ଅଧିକ ଆଥ୍‌ଲେଟ୍, କୋଚ୍ ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କର କ୍ରୀଡା ସଫଳତାକୁ ପ୍ରଶଂସା କରିବା ସହ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment

ଏହି ବାର୍ତ୍ତାଳାପରେ ସୋନୁ ସୁଦ କହିଛନ୍ତି ଯେ “ଆଜି ମୋ ପାଇଁ ଏକ ବିଶେଷ ଦିନ। କାରଣ, ଆଜି ମୁଁ ସ୍ପେଶାଲ ଅଲିମ୍ପିକ୍ସ ଭାରତ ସହିତ ଏହି ଯାତ୍ରାରେ ଯୋଗ ଦେଉଛି। ମୁଁ ଏହାକୁ ନେଇ ବହୁତ ଖୁସି। ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ମନେକରେ ଯେ ମୁଁ ଏହି ପରିବାରର ଏକ ଅଂଶ ହେବାର ସୁଯୋଗ ପାଇଲି।”

ସୋନୁ ସୁଦ୍‌ ଆହୁରି କହିଛନ୍ତି ଯେ “ମୁଁ ଏହି ପ୍ଲାଟ୍‌ଫର୍ମକୁ ଆହୁରି ବଡ଼ କରିବାକୁ ଏବଂ ଏହାକୁ ସମଗ୍ର ଦେଶର ଲୋକଙ୍କ ସହ ପ୍ରତିନିଧିତ୍ୱ କରିବାକୁ ପ୍ରତିଜ୍ଞା କରୁଛି। ମୁଁ ସ୍ପେଶାଲ ଅଲିମ୍ପିକ୍ସ ଭାରତକୁ ସମର୍ଥନ କରୁଛି। ମୁଁ ସମାବେଶ ବିପ୍ଳବକୁ ସମର୍ଥନ କରେ। ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ ଶୀତକାଳୀନ ଖେଳ ପାଇଁ ଋଷ୍‌ରେ ଆମ ଟିମ୍ ସହିତ ରହିବାର ସୁଯୋଗ ପାଇ ମୁଁ ଗର୍ବିତ। ଆମେ ସବୁ ମିଶି ଆମର ଆଥ୍‌ଲେଟୀମାନଙ୍କୁ ଆମର ସର୍ବଶ୍ରେଷ୍ଠ ପ୍ରଦାନ କରିବାକୁ ଉତ୍ସାହିତ କରିବୁ।

Mumbai Sonu Sood Bollywood
Advertisment
Advertisment