Advertisment

ଏହି ସହରରେ ୫୦ ହଜାର ଟପିଲା ସୁନା ଦର

ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଏହି ସହରରେ ୫୦ ହଜାର ଟପିଲା ସୁନା ଦର

gold ornaments

ନୂଆଦିଲ୍ଲୀ: ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା। ଅନ୍ତର୍ଜାତୀୟ ମୂଲ୍ୟରେ ବୃଦ୍ଧି ହେତୁ ଘରୋଇ ବଜାରରେ ସୁନା ଦରରେ ବୃଦ୍ଧି ଘଟିଛି। ତେବେ ଦିଲ୍ଲୀ ଓ କୋଲକାତାରେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କା ପାର୍‌ କରିଛି। ମୁମ୍ବାଇ,ଚେନ୍ନାଇ ଓ ଭୁବନେଶ୍ୱରରେ ମଧ୍ୟ ସୁନା ଦର ୫୦ ହଜାର ଟଙ୍କା ପାଖାପାଖି ରହିଛି। 

Advertisment

ଶୁକ୍ରବାର ଦିଲ୍ଲୀ ସର୍ରାଫା ବଜାରରେ ସୁନା ୨୯୪ ଟଙ୍କା ବୃଦ୍ଧି  ସହ ପ୍ରତି ୧୦ ଗ୍ରାମକୁ ୪୭,୪୪୨ ଟଙ୍କାରେ ବଜାର ବନ୍ଦ ହୋଇଥିଲା। ଏହା ପୂର୍ବରୁ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୧୪୮ ଟଙ୍କାରେ ବଜାର ବନ୍ଦ ହୋଇଥିଲା। ରୂପା ଦର ୧୭୦ ଟଙ୍କା ହ୍ରାସ ସହ ରୂପା ପ୍ରତି କିଲୋକୁ ୬୬,୨୭୪ ଟଙ୍କାରେ ଥିଲା। 

ଆଜି ସକାଳେ GoldPrice.org ଅନୁସାରେ, ଅନ୍ତଃରାଷ୍ଟ୍ରୀୟ ବଜାରରେ ଭାରତୀୟ ସମୟ ସକାଳ ୮ଟା ୧୫ରେ Multi Commodity Exchange(MCX)ରେ ସୁନା ୦.୦୧୧ ପ୍ରତିଶତ ହ୍ରାସ ଘଟିଥିଲା ଓ ରୂପା ୦.୧୪ ପ୍ରତିଶତ ହ୍ରାସ ପାଇଥିଲା। 

Advertisment

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୩୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୮୫୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୧୭୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୩୮୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price
Advertisment
Advertisment