ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆର୍ଏଫ୍) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେ ହିନ୍ଦୁ। ଇସ୍ଲାମ୍ ଧର୍ମ ଗ୍ରହଣ କରିନାହାନ୍ତି। ଏହାର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ ମିରଟ ମ୍ୟାନ ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ସଂକ୍ରମଣ କମିବାର ଅର୍ଥ ନୁହେଁ ଆମେ କରୋନା ନିୟମ ଭୁଲିଯିବା ଏବଂ ମନଇଚ୍ଛା କାମ କରିବା। ଏମିତି କଲୋ ପୁଣି ଥରେ କରୋନା ସଂକ୍ରମଣ ବଢିପାରେ। ତେଣୁ ଏବେ ବି ଆମେ ସତର୍କ ରହିବା ସହ ପୂରାପୂରି କରୋନା ନିୟମ ମାନିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ସେହିପରି କର୍ଣ୍ଣାଟକରେ ମଙ୍ଗଳବାର ଦିନ ୧.୪୬ ପ୍ରତିଶତ ଟିଆରପି ସହିତ ୧୫୦୧ରୋଗୀ ଥିବାବେଳେ କେରଳରେ କୋଭିଡ -୧୯ ରୋଗୀଙ୍କ ଗ୍ରାଫ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି । ମୋଟ ରୋଗୀଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି କେରଳ ।
R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି ।
ଭାରତୀୟ ନିରାପତ୍ତା ବଳକୁ ପ୍ରତି ଦିନ ‘ଫେକ୍ କଲ୍ ଆସୁଛି । ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଯବାନଙ୍କୁ କଲ କରାଯାଉଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେଳ ଲାଗିଛି ।
ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ବୁଡ଼ିଲେ ବା ଦେବାଳିଆ ହେଲେ ସୁରକ୍ଷିତ ରହିବେ ଗ୍ରାହକ। ୯୦ ଦିନ ମଧ୍ୟରେ ପାଇବେ ୫ ଲକ୍ଷର ବୀମା ରାଶି।
ବିରୋଧୀଙ୍କୁ ନିଜ କାମ କରାଇ ଦେଉନଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି । ଏହାସହ ସଂସଦର ସମୟ ନଷ୍ଟ ହେବା ଉଚିତ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ତାଙ୍କ ମତରେ ମୁଦ୍ରାସ୍ଫତି, କୃଷକ ଏବଂ ପେଗାସସ୍ ଉପରେ ଆଲୋଚନା ହେବା ଉଚିତ୍ ।
ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।
ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।
ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।
ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଆଜି ବି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।
ଆମେ ସମସ୍ତେ ଜାଣୁ ଯେ ମହର୍ଷି ବାତ୍ସାୟନ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିକ୍ରୟ ପୁସ୍ତକ କାମସୂତ୍ରର ଲେଖକ। କିନ୍ତୁ ଅଧିକାଂଶ ହୁଏତ ଜାଣି ନ ଥିବେ ବାତ୍ସାୟନ ଜଣେ ଆଜୀବନ ବ୍ରହ୍ମଚାରୀ ଥିଲେ। ଏହା ସତ୍ତ୍ୱେ ତାଙ୍କର ଯୌନ ସମ୍ବନ୍ଧରେ ପ୍ରଗାଢ ଜ୍ଞାନ ଥିଲା। ସେ ଏହି କଳାକୁ ଅନେକ ନୂତନ ଏବଂ ସୁନ୍ଦର ଦିଗ ଦେଇଥିଲେ।
ପ୍ରବଳ ବର୍ଷା ଯୋଗୁଁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି ।ତେବେ ଦିଲ୍ଲୀରେ ଗତକାଲି ପ୍ରବଳ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ସେପଟେ, ମହାରାଷ୍ଟ୍ରରେ ଜଳ ପ୍ରଳୟ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଜଣେ ଶିକାରୀ ସବୁବେଳେ ଶିକାରୀ ହିଁ ହୋଇଥାଏ। ତେଣୁ ତାକୁ ସବୁବେଳେ ଚାରିଆଡ଼େ ଶିକାର ହିଁ ଦେଖାଯାଏ। ଏହି ଚକ୍କରରେ ସେ ଅନେକ ଥର ଏପରି କିଛି ଭୁଲ କରିବସେ ଯାହାକୁ ଦେଖିବା ମାତ୍ରେ ହସ ଆସେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।
ଏଥିସହ ମେନ୍ ବ୍ୟାଟଲ୍ ଟ୍ୟାଙ୍କ ଅର୍ଜୁନର MK-1A ଭର୍ସନରେ ୧୪ ପ୍ରକାର ପ୍ରମୁଖ ଉନ୍ନତୀକରଣ କରାଯାଇଛି । ଯାହାକି ମିଜାଇଲ୍ ଫାୟାର୍ କରିବାକୁ ମଧ୍ୟ ସକ୍ଷମ । ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏଭିତରେ ଭାରତ ୧୭୫୦ଟି ଉନ୍ନତ ମେନ୍ ବ୍ୟାଟଲ ଟ୍ୟାଙ୍କ କମ୍ବାଟ୍ ଭେହିକିଲ୍ (FICV) ପାଇଁ ରିକ୍ୱେଷ୍ଟ୍ ଫର୍ ଇନଫର୍ମେସନ୍ ଜାରି କରିଛି । ସେଗୁଡ଼ିକ ସମତଳ, ମରୁ ଓ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାକୁ ସମର୍ଥ ହେବ ଏବଂ କେମିକାଲ୍, ବାୟୋଲୋଜିକାଲ୍ ଓ ନ୍ୟୁକ୍ଲିଅର ଆକ୍ରମଣରେ ସୈନ୍ୟଙ୍କୁ ସୁରକ୍ଷା ଦେବ।
ଭାରତୀୟ ମୂଳ ବ୍ରିଟିଶ ଔପନ୍ୟାସିକ ସଞ୍ଜୀବ ସହୋଟା ୧୩ ଜଣ ଲେଖକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯାହାଙ୍କ ପୁସ୍ତକ 'ଚାଇନା ରୁମ୍' ଚଳିତ ବର୍ଷର ବୁକର୍ ପୁରସ୍କାର ଦାବିଦାର ତାଲିକାରେ ସ୍ଥାନ ପାଇଛି। ୪୦ ବର୍ଷୀୟ ସହୋଟାଙ୍କ ଜେଜେବାପା ୧୯୬୦ ଦଶକରେ ପଞ୍ଜାବରୁ ଏଠାକୁ ଯାଇଥିଲେ।
ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ଗୁଜୁରାଟର ହରପ୍ପା ଯୁଗର ସହର କୁହାଯାଉଥିବା ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି ।
କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି
୧୯୭୨ରେ ଅରୁଣାଚଳପ୍ରଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବା ବେଳେ ୧୯୮୭ରେ ଏହା ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ସେହିପରି ଆସାମକୁ ଭାଗ ଭାଗ କରି ନୂଆ ରାଜ୍ୟ ଗଠନ କରାଯାଇଥିଲା। ୧୯୬୩ରେ ନାଗାଲ୍ୟାଣ୍ଡ, ୧୯୭୨ରେ ମେଘାଳୟ, ୧୯୮୭ରେ ମିଜୋରାମକୁ ରାଜ୍ୟର ମାନ୍ୟତା ମିଳିଥିଲା। ନାଗା, ଖାସି, ଗାରୋ ଓ ମିଜୋଙ୍କ ରାଜନୈତିକ ଅଭିଳାଷା ପୂରଣ ଲାଗି ଏହି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଜାତି, ଓ ସଂପ୍ରଦାୟ ଭିତ୍ତିରେ ରାଜ୍ୟଗଠନ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜନୈତିକ ମାନ୍ୟତା ତ ଦେଇଥିଲା ମାତ୍ର ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ଠିକରେ ହୋଇନଥିବାରୁ ନୂଆ ବିବାଦର ସୂତ୍ରପାତ ହୋଇଥିଲା।
ବଡ ପରଦାରେ ଅଭିନୟ କରି ଦର୍ଶକଙ୍କ ହୃଦୟେରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ଅଭିନେତ୍ରୀ ହୁମା କୁରେଶି ଜୁଲାଇ ୨୮ରେ ଅର୍ଥାତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍ ବ୍ୟତୀତ ହୁମା କୁରେଶି ନିଜ ଅଭିନୟ ଯାଦୁରେ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ଉଗ୍ରରୂପ ଧାରଣ କରିଛି ଆସାମ-ମିଜୋରାମ ସୀମା ବିବାଦ। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଗୁଳିବିନି ମୟ ଘଟି ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି। ୮୦ରୁ ଅଧିକ ଆହତ ହୋଇଛନ୍ତି। ମିଜୋରାମ ପୋଲିସ ଲାଇଟ୍ ମେସିନ୍ ଗନ୍ ବ୍ୟବହାର କରିଥିବା ଅଭିଯୋଗ ଆସୁଛି। ଏଥିରୁ ସ୍ଥିତି କେତେ ସଂଗୀନ ତାହା ବୁଝା ପଡୁଛି