ଆସନ୍ତା ଅକ୍ଟୋବରରୁ ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ କୋଭାଭାକ୍ସ ଟିକା। ଅକ୍ଟୋବର ସୁଦ୍ଧା କୋଭାଭାକ୍ସ ଟିକା ଦେଶରେ ଉପଲ୍ଲବ୍ଧ ନେଇ ଆଶାବାଦୀ ଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି।
ଅଲିମ୍ପିକ୍ସର ଏମିତି କିଛି ଦୃଶ୍ୟ । ଯାହା ବିଚଳିତ କରିଛି ସାରା ଦେଶବାସୀଙ୍କୁ । ପୁରୁଷ କୁସ୍ତି ସେମିଫାଇନାଲ୍ ମୁକାବିଲାରେ କାଜକିସ୍ତାନର କୁସ୍ତି ଯୋଦ୍ଧା ନୁରିସ୍ଲାମ ସାନାୟେଭ ଏବଂ ଭାରତର କୁସ୍ତି ଯୋଦ୍ଧା ରବି ଦହିୟା ମୁହଁମୁହିଁ ହୋଇଥିଲେ ।
ଆମେରିକାର ମିସୌରୀରେ ବିମାନ ବାତିଲ ହେବା ପରେ ଜଣେ ମହିଳାଙ୍କ ଭାଗ୍ୟ ଖୋଲିଗଲା। ସୂଚନା ମୁତାବକ ଏହି ମହିଳା ନୂଆ ବିମାନକୁ ଅପେକ୍ଷା କରିଥିବାବେଳେ କିଛି ଲଟେରୀ ଟିକେଟ୍ କିଣିଥିଲେ। ଏହି ଟିକେଟ୍ ମଧ୍ୟରୁ ଗୋଟିଏରେ ତାଙ୍କୁ ୧୦ ଲକ୍ଷ ଡଲାର (୭କୋଟି ୪୧ ଲକ୍ଷ ୫୫ ହଜାର ୬୫୦) ପୁରସ୍କାର ମିଳିଛି। ତେବେ ସେ ଟାଇମ୍ ପାସ୍ କରିବାକୁ କିଣିଥିବା ଲଟେରୀ ଟିକେଟ୍ ଯେ ତାଙ୍କ ପାଇଁ ଅର୍ଥ ଭଣ୍ଡାର ଖୋଲିଦେବ ତାହା ସେ ଜଣି ନ ଥିଲେ। ଏହି ଖବର ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି।
ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ ।
ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ୪୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିଛି। ଦଳର ସଫଳତା ପାଇଁ, କେବଳ ଯେ ଖେଳାଳିମାନେ ଦିନରାତି ଏକାଠି କରିଥିଲେ ତାହା ନୁହେଁ, ସପୋର୍ଟ ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ କଠିନ ପରିଶ୍ରମ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ।
ରାଜସ୍ଥାନରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରେଳବାଇରେ ରାହୁଲ ନାମକ ଜଣେ ବ୍ୟକ୍ତି କାମ କରନ୍ତି। ରାହୁଲ କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ
ଆମେରିକା ଫାର୍ମା କମ୍ପାନୀ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଭାରତରେ କରୋନା ବିରୋଧରେ ସିଙ୍ଗଲ୍ -ଡୋଜ୍ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମାଗିଛି। ଯଦି ଏହାକୁ ସରକାର ମଞ୍ଜୁର କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି। ପ୍ରକାଶଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିରାଟ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନୋଟି ହେଉଛି ଡବଲ୍-ଡୋଜ୍ ଟିକା।
ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ୟୁପି ସରକାର ଅନ୍ଲାଇନ କ୍ଲାସ ଆରମ୍ଭ କରିଛନ୍ତି। କେବଳ ଉତ୍ତର ପ୍ରଦେଶ ନୁହେଁ, ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଅନ୍ଲାଇନ୍ରେ ସଂସ୍କୃତ ଶିକ୍ଷା କରିପାରିବେ।
ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା।
ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍ଫରେନସିଂ ଜରିଆରେ କଥା ହେଲେ ନରେନ୍ଦ୍ର ମୋଦି। ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ସାବାସୀ ମଧ୍ୟ ଜଣାଇଲେ। ଏହାସହ ଆପଣମାନେ ସମସ୍ତେ ଭଲ ଖେଳିଲେ ବୋଲି ଖେଳାଳିଙ୍କୁ କହିଲେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହେଁ ବରଂ ସାରା ଦେଶ ଆପଣଙ୍କ ପାଇଁ ଗର୍ବ କରୁଛି ବୋଲି ମୋଦି ସେମାନଙ୍କୁ କହିଛନ୍ତି
ନୋରା ଫତେହୀ ହେଉଛନ୍ତି ଜଣେ କାନାଡୀୟ ମଡେଲ-ନୃତ୍ୟଶିଳ୍ପୀ ଯିଏ ବର୍ତ୍ତମାନ ବଲିଉଡରେ କାମ କରୁଛନ୍ତି। ଜଣେ ବିଦେଶିନୀ ହୋଇଥିବାରୁ ଆଧୁନିକ ପୋଷାକରେ ନୋରାଙ୍କୁ ଦେଖିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ, କିନ୍ତୁ ଯେତେବେଳେ ସେ ଭାରତୀୟ ପୋଷାକରେ ଶାଢୀ ପିନ୍ଧିଥିବାର ଦେଖାଯାଆନ୍ତି ସେତେବେଳେ ସେ ନିଜ ସୌନ୍ଦର୍ଯ୍ୟରେ ଲୋକଙ୍କୁ ପାଗଳ କରିଦିଅନ୍ତି।
ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ମଦିରା ବେଦୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି। ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି ମନ୍ଦିରା ।
ବଦଳିଲା ଖେଳରତ୍ନ ପୁରସ୍କାରର ନାମ। ଖେଳରତ୍ନ ପୁରସ୍କାର ନାମ ବଦଳିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜୀବ ଗାନ୍ଧି ଖେଳରତ୍ନ ବଦଳରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ହେବ ବୋଲି ସୂଚନା ମିଳିଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା, ତେଣୁ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରସ୍କାରର ନାମ ପରିବର୍ତ୍ତନ ହୋଇଥିବା କହିଲେ ମୋଦି।
ତେବେ ପୂର୍ବରୁ ଅଗଷ୍ଟ ୧ରେ ମୁମ୍ବାଇ POCSO କହିଥିଲେ, କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଦେଇଥିଲେ କୋର୍ଟ। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା
ବହୁ ବର୍ଷ ପୂର୍ବେ, ଯେତେବେଳେ ଅମିତାଭ ଲମ୍ବା ଚୁଟି ରଖିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ନକଲ କରିବା ସହ ସମାନ ହେୟାର୍ ଷ୍ଟାଇଲ୍ କରିବା ଆରମ୍ଭ କରିଦେଇଥିଲେ। ଏହା ପରେ, ଯେତେବେଳେ ଅମିତାଭ ଫ୍ରେଞ୍ଚ୍କଟ୍ ଦାଢି ରଖିଥିଲେ ତାଙ୍କୁ ଏହା ଖୁବ୍ ସୁଟ୍ କରିବା ସହିତ ତାଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଇଥିଲା। ଦୀର୍ଘ ଦିନ ଧରି ଅମିତାଭ ଏହି ଲୁକ୍ କରିଆସୁଛନ୍ତି। ତେବେ ଅମିତାଭଙ୍କ ଏହି ଫ୍ରେଞ୍ଚ୍କଟ୍ ଦାଢି ପଛରେ ଏକ ମଜାଦାର କାହାଣୀ ମଧ୍ୟ ଅଛି।
କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୪୧,୦୯୬ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥଙ୍କ ସଂଖ୍ୟା ୩,୧୦,୧୫,୮୪୪ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଆକ୍ଟିଭ୍ କେସର ସଂଖ୍ୟା ୪,୧୪,୧୫୯ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୯,୫୩,୨୭,୫୯୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ।
ବଲିଉଡରେ ଯଦି ଫିଟ୍ନେସ୍ ଅଭିନେତ୍ରୀଙ୍କ କଥା ଉଠେ ତେବେ ଦିଶା ପାଟନୀ ବାଦ ପଡିବେନି। ନିଜର ଫିଟ୍ନେସ୍ର ଯତ୍ନ ନେଉଥିବା ଦିଶା ଫିଟ୍ ଫିଜିକ୍ ଦୃଷ୍ଟିରୁ ଜଣେ ଆଗଧାଡିର ଅଭିନେତ୍ରୀ। ଫିଲ୍ମରେ ଅଭିନୟ ଏବଂ ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଥିବା ଦିଶା ନିକଟରେ ସମୁଦ୍ର କୂଳରେ ସୁନ୍ଦର ଚେହେରା ସହିତ ନଜର ଆସିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିନେତା ଟାଇଗର ଶ୍ରଫ୍ ଦିଶା ପାଟନୀଙ୍କୁ ଗୋଲାପୀ ବିକିନିରେ ସମୁଦ୍ର କୂଳରେ ସନ୍ବାଥ୍ ନେଉଥିବା ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ।
ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି।
ସ୍କୁଲ ଫିକୁ ଆଦାୟକୁ ନେଇ ସାରା ଦେଶରେ ଲାଗିଛି ଅସନ୍ତୋଷ। କରୋନା ମହାମାରୀ ଯୋଗୁ ଦେଢ ବର୍ଷ ହେଲା ପିଲା ସ୍କୁଲକୁ ଯାଉ ନାହାନ୍ତି। ତା ଛଡ଼ା କରୋନା ଯୋଗୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବା ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିଛି। ହେଲେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ନଛୋଡ ବନ୍ଧା। ଫି ଆଦାୟ ପାଇ ଅଡି ବସିଛନ୍ତି।
ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ ।
ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ପ୍ରଥମ ବାର୍ଷିକୀ ପାଳନ ହୋଇଛି । ଏଥିପାଇଁ ଅଯୋଧ୍ୟା ରାମ ଜନ୍ମ ଭୂମିରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା ।
ଦେଶରେ ବେରୋଜଗାରୀ ସମସ୍ୟା ବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସବୁ ପ୍ରସଙ୍ଗରେ କହିବେ, ହେଲେ ବେକାରୀ ସମସ୍ୟା ସଂପର୍କରେ ପଦୁଟିଏ କହିବେ ନାହିଁ ।
ପେଗାସସ୍ ଗୁଇନ୍ଦାଗିରି ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ରାଜନେତା, ସାମ୍ବାଦିକ ଓ ଅନ୍ୟମାନଙ୍କ ସଂପର୍କରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଖବରକାଗଜରେ ପ୍ରକାଶିତ ତଥ୍ୟ ଯଦି ସତ ହୋଇଥାଏ, ତା ହେଲେ ଘଟଣାଟି ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।