Advertisment

ଭଡ଼ାରେ ଲାଗିବ ପାକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ।

author-image
Minati Mishra
ଭଡ଼ାରେ ଲାଗିବ ପାକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

Pak PMs House

ନୂଆଦିଲ୍ଲୀ: ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ।  ପାକିସ୍ତାନ ସରକାର ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଭଡ଼ାରେ ଦେବା ଲାଗି ସ୍ଥିର ହୋଇଛି। ତେବେ ଏହା ରେଡ୍ ଜୋନ୍‌ରେ ଆସୁଥିବା ସମସ୍ତ ସୁରକ୍ଷା ବନ୍ଦୋବସ୍ତ ଭିତରେ ଏସବୁ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

Advertisment

ଦେବାଳିଆ ହୋଇଗଲାଣି ପାକିସ୍ତାନ ଅର୍ଥନୀତି ସ୍ଥିତି। ଏତେ ସାଂଘାତିକ ଯେ ଦୈନଦିନ ସରକାରୀ କାର୍ଯ୍ୟକ୍ରମ ଲାଗି ଅର୍ଥର ଅଭାବ ଦେଖାଦେଇଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନକୁ ଭଡ଼ାରେ ଦେବା ଲାଗି ନିଷ୍ପତ୍ତି ହୋଇଛି । ଇସଲାମାବାଦର ରେଡ୍ ଜୋନ୍‌ରେ ଏହି ଅଟ୍ଟାଳିକା ଥିବା ବେଳେ ଏଠାରେ ସାଧାରଣ ଲୋକଙ୍କ ପ୍ରବେଶ ମନା ।  ମାତ୍ର ଏବେଠାରୁ ଏଠାରେ ବିବାହ, ସାଂସ୍କୃତିକ, ଶିକ୍ଷାଭିତ୍ତିକ ଓ ଅନ୍ତର୍ଜାତୀୟ ସମ୍ମିଳନୀ ସାଙ୍ଗକୁ  ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବ ।

ଏଥିପାଇଁ ଦୁଇଟି କମିଟି ଗଠନ କରିଛନ୍ତି ପାକିସ୍ତାନ ସରକାର । ଘରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଯେଭଳି ନଷ୍ଟ ନହେବ ସେଥିପ୍ରତି କମିଟି ଦୃଷ୍ଟି ଦେବ। ପ୍ରଧାନମନ୍ତ୍ରୀଙ୍କ ବାସଭଭନରେ ଥିବା ଅଡିଟୋରିୟମ, ଅତିଥିମାନଙ୍କ ଲାଗି ଉଦ୍ଦିଷ୍ଟ ଦୁଇଟି ବ୍ଲକ ଏବଂ ଲନ୍  ଏସବୁ କାର୍ଯ୍ୟକ୍ରମ ଆୟୋଜନ ଲାଗି ବ୍ୟବହାର ହେବ। ସେହିପରି ପ୍ରଧାନମନ୍ତ୍ରୀ କାର୍ଯ୍ୟ କରିବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଅନ୍ତର୍ଜାତୀୟ ସମ୍ମିଳନୀ ଆଦି ଆୟୋଜନ କରାଯିବ।

Advertisment

ତିନି ବର୍ଷ ପୂର୍ବେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ପଦରେ ବସିବା ପରଠାରୁ ପାକିସ୍ତାନ ଅର୍ଥନୀତି ପ୍ରାୟ ୧୯ ବିଲିୟନ ଡଲାର ସଂକୁଚିତ ହୋଇଛି । ନିଜ କାର୍ଯ୍ୟକାଳ ଆରମ୍ଭରେ ଇମ୍ରାନ ସରକାରୀ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ କରିବା ସହ  ଅର୍ଥନୀତି ଉପରେ ବୋଝ କମାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାର କୌଣସି ସୁଫଳ ଦେଖିବାକୁ ମିଳିନଥିଲା।

ଅନ୍ୟପକ୍ଷରେ ଇମ୍ରାନ ସରକାର ପାକିସ୍ତାନ ଅର୍ଥନୀତି ସହିତ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲ । ଇମ୍ରାନ ଖାନ୍ ସରକାର ଦେଶର ଋଣ ଭାରକୁ ୪୫ ହଜାର ବିଲିୟନ ଟଙ୍କା ବଢାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ୨୦୧୯ରେ ଇମ୍ରାନଙ୍କ ସରକାରୀ ବାସଭବନକୁ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ଯୋଜନା କରାଯାଇଥିଲ॥  ସେଥିଲାଗି ଇମ୍ରାନଙ୍କୁ ଏହି ଘର ଖାଲି କରିବାକୁ ପଡିଥିଲା। ତେବେ ପରେ ପାକିସ୍ତାନ ସରକାର ଯୋଜନା ପରିବର୍ତ୍ତନ କରିବା ସହ ଏହାକୁ ଭଡ଼ା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଗୃହର ରକ୍ଷଣାବେକ୍ଷଣ ଲାଗି ୪୭ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସେତେବେଳେ ପାକିସ୍ତାନ ଶିକ୍ଷାମନ୍ତ୍ରୀ ସଫକତ୍ ମେହମ୍ମୁଦ୍ କହିଥିଲେ।

 ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ବାସଗୃହକୁ ପାକିସ୍ତାନ ସେନାର ବ୍ରିଗେଡିୟର ଓ୍ୱାସିମ୍ ଇଫ୍ଚିକାର ଚିମାଙ୍କ ଝିଅ ବାହାଘର ଲାଗି  ବ୍ୟବହାର କରାଯାଇଥିଲା । ତାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ସରିଫ୍ ଏଠାରେ ପାଳିଥିବା ୮ଟି ମଇଁଷୀଙ୍କୁ ବିକ୍ରି କରାଯାଇଥିଲା ଏ ବାବଦକୁ ୨୩ ଲକ୍ଷ ଟଙ୍କା ମିଳିଥିଲା  ସେପଟେ କିଛି ଦିନ ପାକିସ୍ତାନ ସରକାର ୬୧ଟି ଲକ୍ଜୁରୀ କାରକୁ ମଧ୍ୟ ନିଲାମ କରିଦେଇଥିଲେ  

Pakistan PM Pak PM Imran Khan
Advertisment
Advertisment