Advertisment

ଅମିତାଭଙ୍କ ଫ୍ରେଞ୍ଚ୍‌କଟ୍ ଦାଢି ପଛର କାହାଣୀ

ବହୁ ବର୍ଷ ପୂର୍ବେ, ଯେତେବେଳେ ଅମିତାଭ ଲମ୍ବା ଚୁଟି ରଖିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ନକଲ କରିବା ସହ ସମାନ ହେୟାର୍‌ ଷ୍ଟାଇଲ୍‌ କରିବା ଆରମ୍ଭ କରିଦେଇଥିଲେ। ଏହା ପରେ, ଯେତେବେଳେ ଅମିତାଭ ଫ୍ରେଞ୍ଚ୍‌କଟ୍ ଦାଢି ରଖିଥିଲେ ତାଙ୍କୁ ଏହା ଖୁବ୍ ସୁଟ୍ କରିବା ସହିତ ତାଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଇଥିଲା। ଦୀର୍ଘ ଦିନ ଧରି ଅମିତାଭ ଏହି ଲୁକ୍ କରିଆସୁଛନ୍ତି। ତେବେ ଅମିତାଭଙ୍କ ଏହି ଫ୍ରେଞ୍ଚ୍‌କଟ୍ ଦାଢି ପଛରେ ଏକ ମଜାଦାର କାହାଣୀ ମଧ୍ୟ ଅଛି।

author-image
Pramod Behera
ଅମିତାଭଙ୍କ ଫ୍ରେଞ୍ଚ୍‌କଟ୍ ଦାଢି ପଛର କାହାଣୀ

Amitabh Bachchan

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଏକ ଚଳଚ୍ଚିତ୍ର 'କାଲିଆ'ର ଏକ ସଂଳାପ ହେଉଛି “ହମ ଯହା ଖଡେ ହୋତେ ହେଁ, ଳାଇନ୍ ଓହୀଁ ସେ ଶୁରୁ ହୋତୀ ହୈ।” ଏହି ସଂଳାପ ଏତେ ଲୋକପ୍ରିୟ ହୋଇଗଲା ଯେ ଏହାକୁ ପ୍ରାୟ କଳାକାର ଡବିଂ କରିଥାନ୍ତି। ଖାଲି ସଂଲାପ ନୁହେଁ ଅମିତାଭଙ୍କ ଲୁକ୍ ସହିତ ମଧ୍ୟ ସେମିତି ହୋଇଥାଏ। ବହୁ ବର୍ଷ ପୂର୍ବେ, ଯେତେବେଳେ ଅମିତାଭ ଲମ୍ବା ଚୁଟି ରଖିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ନକଲ କରିବା ସହ ସମାନ ହେୟାର୍‌ ଷ୍ଟାଇଲ୍‌ କରିବା ଆରମ୍ଭ କରିଦେଇଥିଲେ।

Advertisment

ଏହା ପରେ, ଯେତେବେଳେ ଅମିତାଭ ଫ୍ରେଞ୍ଚ୍‌କଟ୍ ଦାଢି ରଖିଥିଲେ ତାଙ୍କୁ ଏହା ଖୁବ୍ ସୁଟ୍ କରିବା ସହିତ ତାଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଇଥିଲା। ଦୀର୍ଘ ଦିନ ଧରି ଅମିତାଭ ଏହି ଲୁକ୍ କରିଆସୁଛନ୍ତି। ତେବେ ଅମିତାଭଙ୍କ ଏହି ଫ୍ରେଞ୍ଚ୍‌କଟ୍ ଦାଢି ପଛରେ ଏକ ମଜାଦାର କାହାଣୀ ମଧ୍ୟ ଅଛି।

Advertisment

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରା ଅଟୋବାୟୋଗ୍ରାଫୀ 'ଦ ଷ୍ଟ୍ରେଞ୍ଜର୍ ଇନ୍‌ ଦ ମିରର୍’ରେ ଲେଖିଛନ୍ତି। ସେ ତାଙ୍କ ଅଟୋବାୟୋଗ୍ରାଫୀରେ ଫିଲ୍ମ 'ଆକ୍ସ' ବିଷୟରେ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନଙ୍କୁ ଫ୍ରେଞ୍ଚ୍‌କଟ୍ ଦାଢି ବାଲା ଲୁକ୍’ରେ ଦେଖିବାକୁ ଥିଲା। 'ଆକ୍ସ' ରାକେଶଙ୍କ ଡେବ୍ୟୁ ଚଳଚ୍ଚିତ୍ର ହୋଇଥିବାରୁ ଏତେ ବଡ ଅଭିନେତାଙ୍କୁ ତାଙ୍କ ଲୁକ୍ ବଦଳାଇବାକୁ ପଚାରିବାରେ ଦ୍ୱିଧା କରୁଥିଲେ।

ରାକେଶ ଲେଖିଛନ୍ତି ଯେ “୧୯୯୮ ମସିହାର ଶୀତଦିନ ଥିଲା, ମୁଁ ଅମିତ ଜୀଙ୍କୁ ‘ଆକ୍ସ’ର ସ୍କ୍ରିପ୍ଟ ଦେଇଥିଲି ଯାହା ସେ ସନ୍ଧ୍ୟାରେ ଦିଲ୍ଲୀ ଯିବାବେଳେ ବିମାନରେ ପଢିବେ। ଏନେଇ ତାଙ୍କ ପ୍ରତିକ୍ରିୟାରେ ମୁଁ ଉଭୟ ଉତ୍ସାହିତ ଏବଂ ଭୟଭୀତ ଥିଲି। ଅମିତାଭ ପଚାରିଥିଲେ ଯେ ଯେତେବେଳେ ଆପଣ ସ୍କ୍ରିପ୍ଟ ଲେଖୁଥିଲେ ଆପଣ କ’ଣ ପିଉଥିଲେ। ମୁଁ କହିଲି ସାର୍ କୋକ୍ ଏବଂ ରମ୍। ତା’ପରେ ଅମିତାଭ କହିଥିଲେ ଯେ, ଚାଲ କରିଚାଲ। ଏହା ପରେ ଅମିତାଭଙ୍କୁ ତାଙ୍କ ଫ୍ରେଞ୍ଚ୍‌କଟ୍‌ ଦାଢି ଏତେ ପସନ୍ଦ ଆସିଥିଲା ଯେ ଆଜି ବି ତାଙ୍କୁ ଏହି ଲୁକ୍‌ରେ ଦେଖିବାକୁ ମିଳୁଛି।

ଅମିତାଭଙ୍କ ଫ୍ରେଞ୍ଚ୍‌କଟ୍ ଦାଢି

୨୦୦୧ରେ ରାକେଶ ଓମପ୍ରକାଶ ମେହେରାଙ୍କ ଡେବ୍ୟୁ ଚଳଚ୍ଚିତ୍ର 'ଆକ୍ସ' ରିଲିଜ୍ ହେବାର ୧୪ ବର୍ଷ ପୂରଣ ହେବା ପରେ ଅମିତାଭ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି ଯେ ଫିଲ୍ମ 'ଆକ୍ସ' ପରେ ହିଁ ସେ ତାଙ୍କର ଫ୍ରେଞ୍ଚ୍‌କଟ୍‌ ଦାଢିକୁ ସବୁଦିନ ପାଇଁ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଅମିତାଭଙ୍କ ଫ୍ରେଞ୍ଚ୍‌କଟ୍ ଦାଢି

ପ୍ରକାଶଥାଉ ଯେ 'ଆକ୍ସ' ରୋମାଞ୍ଚରେ ପରିପୂର୍ଣ୍ଣ ଏକ ଭଲ ଚଳଚ୍ଚିତ୍ର । ଅମିତାଭ ବଚ୍ଚନଙ୍କ ସହ ମନୋଜ ବାଜପେୟୀ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପରେ ଅମିତାଭଙ୍କ ଅଭିନୟ ଅପେକ୍ଷା ମନୋଜଙ୍କ ଅଭିନୟକୁ ଅଧିକ ପ୍ରଶଂସା କରାଯାଇଥିଲା।

Amitabh Bachchan Bollywood Actor Bollywood
Advertisment
Advertisment