Advertisment

ରାମ ମନ୍ଦିର ଭୂମି ପୂଜନର ପ୍ରଥମ ବାର୍ଷିକୀ ନିରାଡମ୍ବରରେ ପାଳିତ

ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ପ୍ରଥମ ବାର୍ଷିକୀ ପାଳନ ହୋଇଛି । ଏଥିପାଇଁ ଅଯୋଧ୍ୟା ରାମ ଜନ୍ମ ଭୂମିରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା ।

author-image
Satyendu Shekher Mishra
undefined

UP CM Yogi Adityanath

ଲକ୍ଷ୍ନୌ: ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ପ୍ରଥମ ବାର୍ଷିକୀ ପାଳନ ହୋଇଛି । ଏଥିପାଇଁ ଅଯୋଧ୍ୟା ରାମ ଜନ୍ମ ଭୂମିରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚି ଏଥିରେ ଅଂଶଗ୍ରହଣ କରିଥିଲେ । ପୂଜା ପରେ ମନ୍ଦିରର ପ୍ରତିକୃତି ପରିଦର୍ଶନ କରିବା ସହ ଆରାଧନା କରିଥିଲେ ।

Advertisment

ଏହାସହ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାମ ଲାଲାଙ୍କ ପାଖରେ ପ୍ରାର୍ଥନା କରିଥିଲେ । ସେ ରାମଲାଲାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ପୂଜା କରିଥିଲେ । ତେବେ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ଭୂମି ପୂଜନ, ବାର୍ଷିକ ଉତ୍ସବ ପାଳନ ହୋଇଛି ।

Advertisment

୨୦୨୩ ଡିସେମ୍ବର ସୁଦ୍ଧା ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିପାରେ ବୋଲି ସୂଚନା ମିଳିଛି । ଏଥିପାଇଁ ଗର୍ଭଗୃହ ସ୍ଥାପନ କରି ରାମଲାଲା, ସୀତା ଓ ଲକ୍ଷ୍ମଣଙ୍କୁ ସ୍ଥାପନ କରାଯିବ । ଏହି ସମୟରେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିପାରିବେ । ୨୦୨୫ ଶେଷସୁଦ୍ଧା ରାମମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଗତବର୍ଷ ପ୍ରଧାନମନ୍ତ୍ରୀ ରାମମନ୍ଦିର ଭୂମି ପୂଜନ ଉତ୍ସବରେ ସାମିଲ ହୋଇଥିଲେ । 

ସୂଚନାଯୋଗ୍ୟ, ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦୀର୍ଘ ବର୍ଷ ଧରି ଫସି ରହିଥିବା ରାମ ଜନ୍ମ ଭୂମି ବିବାଦର ସମାଧାନ ହୋଇଥିଲା । ତେବେ ରାମ ମନ୍ଦିର ନିର୍ମାଣ ପାଇଁ କିନ୍ତୁ ଅନେକ ବ୍ୟକ୍ତିଙ୍କର ଅବଦାନ ରହିଛି । ରାମ ଜନ୍ମଭୂମିର ଆନ୍ଦୋଳନରେ ସାମିଲ ହୋଇ ମନ୍ଦିର ନିର୍ମାଣ ଦିଗରେ କାର୍ଯ୍ୟ କରିଥିବା ସେହିଭଳି ଦଶ ଜଣ ବ୍ୟକ୍ତି ହେଉଛନ୍ତି ଲାଲ୍‌କୃଷ୍ଣ ଆଡ୍‌ଭାନୀ, ପ୍ରମୋଦ ମହାଜନ, ଅଶୋକ ଶିଂଘଲ, ମୂରଲୀ ମନୋହର ଯୋଶୀ, ଉମାଭାରତୀ,ସାଧ୍ୱୀ ଋତମ୍ଭରା, କଲ୍ୟାଣ ସିଂହ, ବିନୟ କଟିୟାର, ପ୍ରବୀଣ ତୋଗାଡ଼ିଆ, ବିଷ୍ଣୁହରି ଡାଲ୍‌ମିଆ ।

Yogi Adityanath Ayodhya Ram Mandir
Advertisment
Advertisment