Advertisment

ଫଟୋ ସେୟାର କଲେ ମନ୍ଦିରା, ସ୍ୱାମୀଙ୍କ ମୃତ୍ୟୁର ମାସେ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ

ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ମଦିରା ବେଦୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି। ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି ମନ୍ଦିରା ।

author-image
Pallipuspa Samal
ଅଦ୍ୟତନ ହୋଇଛି
ଫଟୋ ସେୟାର କଲେ ମନ୍ଦିରା, ସ୍ୱାମୀଙ୍କ ମୃତ୍ୟୁର ମାସେ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ

mandira bedi

ମୁମ୍ବାଇ: ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି ମନ୍ଦିରା ବେଦୀ। ଭାଇରାଲ ହୋଇଥିବା ଫଟୋରେ ଅଭିନେତ୍ରୀଙ୍କୁ ଗ୍ରୀନ ଶାଢ଼ୀରେ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଫଟୋରେ ସେ ହସୁଥିବାର ମଧ୍ୟ ନଜର ଆସୁଛନ୍ତି ।
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁରେ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ସ୍ୱାମୀଙ୍କ ମୃତ୍ୟୁକୁ ଏକ ମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନ ସେ ନିଜ ପିଲାଙ୍କ ପାଇଁ ନିଜକୁ ଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisment

ଏହି ଫଟୋ ଏହାକୁ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ କିଛି ପ୍ରେମ ଓ ସକାରାତ୍ମକତା ପଠାଉଛନ୍ତି।’’

ବନ୍ଧୁମାନେ ମନ୍ଦିରାଙ୍କୁ ଦୁଃଖରୁ ବାହାର କରିବାରେ ସାହାଯ୍ୟ କରୁଛନ୍ତି  ବୋଲି ମନ୍ଦିରା  କହିଛନ୍ତି । ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହେବାର ଏକ ମାସ ପରେ ମନ୍ଦିରା ବେଦୀ ତାଙ୍କ ଘରେ ପୂଜା କରିଥିଲେ। ସ୍ୱାମୀଙ୍କ ଆତ୍ମାର ଶାନ୍ତି ପାଇଁ ସେ ତାଙ୍କର ଦୁଇ ପିଲାଙ୍କ ସହିତ ଏହି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରାଙ୍କ ଏହି ଫଟୋ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ବର୍ତ୍ତମାନ ସାଧାରଣ ଜୀବନକୁ ଫେରିବାକୁ ଚେଷ୍ଟା କରୁଛନ୍ତି।

Advertisment

ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲ ଅର୍ଶଦ ୱାର୍ସି, ସଞ୍ଜୟ ଦତ୍ତ ଓ ମିନିଶା ଲାମ୍ବା ଅଭିନୀତ 'ଆନ୍ଥୋନୀ କୌନ ହେ'ରେ ନିର୍ଦ୍ଦେଶନା ଦେଇଥିଲେ, ଏହା ବ୍ୟତୀତ 'ଶାଦି କା ଲଡ୍ଡୁ' ଓ 'ପ୍ୟାର ମେନ୍ କଭି କଭି' ଭଳି ଫିଲ୍ମ ନିର୍ମାଣ କରିଥିଲେ।

Bollywood News India Mumbai
Advertisment
Advertisment