• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା
ପାକିସ୍ତାନରେ ’ଜୟ ଶ୍ରୀରାମ-ହର ହର ମହାଦେବ ନାରା’ : ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କରାଚିରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ

Taliban
ଟାଇଟ୍ ପୋଷାକ ପିନ୍ଧିବାରୁ ଯୁବତୀଙ୍କୁ ଗୁଳିକରି ହତ୍ୟା

ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।

threat-to-human-right
’ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ସର୍ବାଧିକ ବିପଦପୂର୍ଣ୍ଣ, ଥାନାରେ ଏବେ ବି ନିର୍ଯାତନା ଜାରି’

ସାରା ଦେଶରେ ଥିବା ପୋଲିସ୍ ଷ୍ଟେସନରେ ମାନବିକ ଅଧିକାରର ଉଲ୍ଲଂଘନ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରି ଏନ. ଭି. ରମନ୍ନା । ପୋଲିସ୍ ନିର୍ଯାତନା ସମେତ ହେପାଜରେ ନିର୍ଯାତନା ସମାଜରେ ପ୍ରଚଳିତ ପ୍ରଥା ପରି ରହିଛି

Agalega Island in Mauritius
ହିନ୍ଦ୍‌ ମହାସାଗରର ଏହି ଦ୍ୱୀପରେ ଭାରତ ନିର୍ମାଣ କରୁଛି କି ସୈନ୍ୟ ଆଡ୍ଡା?

ଗତ କିଛି ମାସ ଧରି ହିନ୍ଦ୍‌ ମହାସାଗରର ମରିସସ୍‌ରେ ଅବସ୍ଥିତ ଅଗ୍‌ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍‌ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି ଦିନ ପୂର୍ବରୁ ଏହି ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌କୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ଭାରତ ଏଠାରେ ସାମରିକ ବେସ୍‌ ନିର୍ମାଣ କରୁଛି କି ନାହିଁ ସେନେଇ ଭାରତୀୟ ସେନା ଏବଂ ସରକାର କୌଣସି ସରକାରୀ ବିବୃତ୍ତି ଦେଇ ନାହାଁନ୍ତି।

Special Operations At Nyoma
ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ANMOL
୧୦୦ ରୁ ୧୦୦ % ମାର୍କ ରଖିଛନ୍ତି କିନ୍ତୁ IIT ରେ ପଢିବାକୁ ଇଚ୍ଛା କରୁନାହାନ୍ତି

ଜାତୀୟ ଗଣାମାଧ୍ୟମ ଇଣ୍ଡିଆ ଟୁଡ଼େକୁ ଏକ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ମୁଁ ଇଞ୍ଜିନିୟରିଂ କରିବା ପାଇଁ ଇଚ୍ଛା କରୁନାହିଁ ବରଂ ଅନୁସନ୍ଧାନ ସମ୍ପର୍କିତ ପାଠ୍ୟକ୍ରମ ପାଇଁ ମୋର ଅଧିକ ଆଗ୍ରହ ରହିଛି। ଏହାସହ IISc ବେଙ୍ଗାଲୁରୁରେ ଗଣିତ ଉପରେ ଅଧ୍ୟୟନ କରିବା ପାଇଁ ମୋର ଇଚ୍ଛା ରହିଛି ଏବଂ ସେଥିଲାଗି ମୁଁ ପ୍ରସ୍ତୁତି ମଧ୍ୟ କରୁଛି।

Kangana Ranaut
'ଧାକଡ୍'ରୁ କଙ୍ଗନା ରାଣାୱତଙ୍କ ଜବରଦସ୍ତ ଲୁକ୍ ଭାଇରାଲ୍

ବଲିଉଡର 'ପଙ୍ଗା ଗର୍ଲ' ନାମରେ ପରିଚିତ କଙ୍ଗନା ରାଣାୱତ ଆଜିକାଲି ତାଙ୍କର ଲୋକପ୍ରିୟ ସ୍ପାଇ ଥ୍ରୀଲର୍‌ ଫିଲ୍ମ 'ଧାକଡ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, କଙ୍ଗନା ସବୁଠୁ ବିପଜ୍ଜନକ ଦୃଶ୍ୟରେ ଦେଖିବାକୁ ମିଳିଛି।

covid-19-
କରୋନା ଭୟରେ ସ୍କୁଲ ନଖୋଲିବା ଆହୁରି ଭୟଙ୍କର : ଚିନ୍ତା ପ୍ରକଟ କଲେ ସଂସଦୀୟ କମିଟି

ମହାମାରୀ ଭୟରେ ସ୍କୁଲ ନଖୋଲିବା ଅଧିକ ଭୟଙ୍କର । ଏହାକୁ ନେଇ ଏକ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛନ୍ତି । ଘରେ ପଡ଼ି ରହୁଛନ୍ତି କୁନି କୁନି ପିଲା । ଖେଳିବା, ବୁଲିବା, ପାଠ ପଢ଼ିବା ତଥା ଶିଖିବା ମସୟରେ ବାହାରକୁ ଯାଇପାରୁ ନାହାନ୍ତି । ସ୍କୁଲ ବନ୍ଦ ଥିବାରୁ ସାମାଜିକ ଶିକ୍ଷା ଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଘରର କାମରେ ପିଲାମାନେ ଅଯଥାରେ ମୁଣ୍ଡ ଦେଉଛନ୍ତି । ପାଠପଢ଼ାରେ ଧ୍ୟାନ ରହୁନି ।

man booked for Kills Roommate
ରୁମ୍‌ମେଟ୍‌କୁ ହତ୍ୟା କରି ମୃତଦେହ ବାହାରେ ଫିଙ୍ଗିଲେ ଯୁବକ, ଘରକୁ ଆସି ...

ରୁମ୍‌ମେଟ୍‌କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍‌ମେଟ୍‌କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍‌ ସଫା କରି ଶୋଇ ପଡ଼ିଥିଲେ।

Hindu Temple
ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ, ଘରେ ପଶି ଆକ୍ରମଣ କଲେ ମୁସଲିମ୍‌ ସମ୍ପ୍ରଦାୟର ଲୋକ

ଗତ ଶୁକ୍ରବାର ପୂର୍ବା ପାରା ମନ୍ଦିର ଠାରୁ ଶିୟାଲି ଶ୍ମଶାନ ଘାଟ ପର୍ଯ୍ୟନ୍ତ ଏକ ହିନ୍ଦୁ ସମୂହ ଶବ ଶୋଭାଯାତ୍ରାରେ ବାହାରିଥିଲେ ଆଉ ଏହି ସମୟରେ ସେମାନେ ଏକ ମସଜିଦ୍‌ ମଧ୍ୟ ଅତିକ୍ରମ କରିଥିଲେ। ଆଉ ଠିକ୍‌ ଏହି ସମୟରେ ହିନ୍ଦୁମାନଙ୍କ ଶୋଭଯାତ୍ରାକୁ କୌଣସି କାରଣରୁ ମୁସଲିମ୍‌ ପକ୍ଷ ବିରୋଧ କରିଥିଲେ। ଆଉ ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ଝଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ, ମୁସଲିମ୍‌ ପକ୍ଷ ଏକାଠି ହୋଇ ହିନ୍ଦୁମାନଙ୍କ ମନ୍ଦିର ଓ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ।

Janhavi Kapoor
ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡିଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନଭୀ କପୁର ସୋସିଆଲ୍‌ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ଚାଲିଛନ୍ତି। ନିକଟରେ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନାଚି ନାଚି ବାଥ୍ ଟପ୍ ଭିତରେ ଗଳିପଡୁଛନ୍ତି। ସୋସିଆଲ୍‌ ମିଡିଆରେ ସେୟାର ହେବା ମାତ୍ରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଥିବା ସମସ୍ତେ କିଛି ନା କିଛି ନଖରାମୀ କରିବା ସହିତ ବହୁତ ମଜ୍ଜା ନେଉଥିବାର ଦେଖାଯାଏ।

taliban terrorist
ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା : ଟାଇଟ୍ ପୋଷାକ୍ ପିନ୍ଧିବାରୁ ଗୁଳିମାରି ଯୁବତୀଙ୍କୁ ହତ୍ୟା

ସାମାନ୍ୟ ପୋଷାକ ପାଇଁ ଜୀବନ ନେଇଗଲେ ଆତଙ୍କୀ । ପୋଷାକ ପିନ୍ଧା ଶୈଳୀକୁ ନେଇ ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣି ଥରେ ଆତଙ୍କବାଦୀଙ୍କ ଆତଙ୍କ ବଢ଼ିଯାଇଛି । ଦିନକୁ ଦିନ ସେମାନଙ୍କର ଅତ୍ୟାଚାର ସୀମା ବଢ଼ି ବଢ଼ି ଚାଲିଛି

Shamita Shetty
ବିଗ୍ ବସ୍‌ରେ ଶମିତାଙ୍କ ଦ୍ୱିତୀୟ ଏଣ୍ଟ୍ରି : ଦର୍ଶକ ନିରାଶ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍‌ ବସ୍‌ଙ୍କ ଘରେ ପ୍ରବେଶ କରିବା ପରେ ଶମିତା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାଦ ସହ ଜଡିତ କରି ଦେଖିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍‌ କରିବା ମଧ୍ୟ ଆରମ୍ଭ କଲେ।

 Taliban
ଅଶାନ୍ତ ଆଫଗାନିସ୍ତାନ: ଆଉ ୩ ସହରକୁ ନିଜ କବଜାକୁ ନେଲା ତାଲିବାନ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଫଗାନିସ୍ତାନର ସେନା ଘାଟି ଓ ବିମାନ ବନ୍ଦରକୁ ଛାଡି ଦେଲେ ପ୍ରାୟ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନିଜ କବଜାକୁ ନେଇଛି ଆଫଗାନିସ୍ତାନ। ଚାଲିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଆହତ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ନିମରୁଜ୍ ଏବଂ ଜଜାନ୍ ପ୍ରଦେଶକୁ ମଧ୍ୟ ତାଲିବାନ ନିଜ ଅଧୀନକୁ ନେଇଛନ୍ତି। ଶନିବାର ଜଜାନର ରାଜଧାନୀ ସେବେରଘାନକୁ ଅଧୀନକୁ ନେଇଥିବାବେଳେ ତାହା ପୂର୍ବରୁ ନିମରୁଜ୍‌ର ରାଜଧାନୀ ଜରାଞ୍ଜକୁ ନିଜ ଅକ୍ତିଆରକୁ ନେଇଛନ୍ତି।

Covid 19
ଦେଶରେ ସଂକ୍ରମଣ କମୁଛି। ୨୪ ଘଣ୍ଟାରେ ୩୫,୪୯୯ ଜଣ ସଂକ୍ରମିତ ଚିହ୍ନଟ

ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

indian-mens-hockey-team
୪୧ ବର୍ଷ ମରୁଡ଼ି ପରେ ପଦକ ପାଇଲା ଭାରତୀୟ ହକି ଦଳ, ଜାଣନ୍ତୁ କେତେ ସଂଘର୍ଷ ପୂର୍ଣ୍ଣ ଥିଲା ମ୍ୟାଚ୍‌?

ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରି ପୂର୍ବତନ ହକି ଅଲିମ୍ପିଆନ୍ ଆଶିଷ ବଲାଲ ତାଙ୍କୁ ସାଇଲେଣ୍ଟ ହିରୋ ଭାବେ ବର୍ଣ୍ଣନା କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିବା କହିଛନ୍ତି। ସେହିପରି ପୂର୍ବତନ ହକି ଅଲିମ୍ପିଆନ ପି ସୁବୟା ମଧ୍ୟ ଗୋଲକିପର ଶ୍ରୀଜେଶ ଏବଂ ରୋହିଦାସଙ୍କୁ ଏହି ମ୍ୟାଚର ରିଆଲ ହିରୋ ବୋଲି କହିଛନ୍ତି।

PM Modi
ମିଳିତ ଜାତିସଂଘ ନିରାପତା ପରିଷଦର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ନରେନ୍ଦ୍ର ମୋଦୀ

ପିଏମଓ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର କୌଣସି ଗୋଟିଏ ବି ଦେଶ ଏକାକି ସାମୁଦ୍ରିକ ଅପରାଧ ନିୟନ୍ତ୍ରଣ କରିପାରିବ ନାହିଁ , ଏଥିପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଫଳରେ ପ୍ରଥମ ଥର ପାଇଁ ଏହି ଏଜେଣ୍ଡାକୁ ଫୋକସ ଦେଇ ଖୋଲା ବିତର୍କରେ ଚର୍ଚ୍ଚା ହେବାକୁ ଯାଉଛି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଅଧ୍ୟକ୍ଷତା କରିବାରେ ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିକଟରେ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି

pm-modi
ଆଜି ଚାଷୀଭାଇଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା ,ଜାଣନ୍ତୁ ଦେବ କିଏ?

ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।

Shashi Tharoor at Parliament
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ନେତା ଶଶୀ ଥରୁର, ହେଲେ କାହିଁକି?

ଟ୍ୱିଟ୍‌ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍‌କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍‌ କରିବା ପରେ ହ୍ୱାଟ୍ସଆପ୍‌ରେ ହିଁ ସାର୍ଟିଫିକେଟ୍‌ ମିଳିବ। ଏହା କରିବା ଦ୍ୱାରା ଲୋକମାନେ ଅତି ସରଳ ଭାବରେ ଭ୍ୟାକ୍ସିନେସନ୍‌ର ସାର୍ଟିଫିକେଟ୍‌ ପାଇଯିବେ ବୋଲି ଶଶୀଥରୁର କହିଛନ୍ତି। ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ କୋୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ପ୍ଲାର୍ଟଫର୍ମ ପାଇଁ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟା ଅତି ସହଜ ହୋଇଥିବା ନେଇ ଶ୍ରୀଥରୁର କହିଛନ୍ତି

Actor Anupam
ଆରପାରିରେ ସିରିୟଲ ‘ପ୍ରତିଜ୍ଞା’ର ‘ଠାକୁର ସଜ୍ଜନ ସିଂ’

ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି। କିଡ୍‌ନୀ ଜନିତ ସମସ୍ୟା ନେଇ ଗତ ସପ୍ତାହରେ ସେ ମୁମ୍ବାଇର ଏକ ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ଶରୀରରେ ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି।

petroll
ଅଶୌଧିତ ତୈଳ ଦର କମୁଛି କିନ୍ତୁ କମୁନାହିଁ ପେଟ୍ରୋଲ କିମ୍ବା ଡ଼ିଜେଲ ଦର

ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି।

parliament-1461464852
ମୌସୁମୀ ଅଧୀବେଶନ: ଆଜି ସକାଳ ୧୦ଟାରେ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍‌ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।

Tokyo
ଟୋକିଓରେ ଭାରତୀୟ କ୍ରୀଡ଼ାବିତଙ୍କ ଶ୍ରେଷ୍ଠ ସଫଳତା

ଏପଟେ ଟୋକିଓରେ ଦେଶପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଦେଶର ଯୁବ କ୍ରୀଡ଼ାବିତ୍ ୱେଟ୍ ଲିଫଟର ମୀରାବାଇ ଚାନୁ ଓ କୁସ୍ତିରେ ରୌପ୍ୟ ଜିତି ରବି କୁମାର ଦହିୟା ପ୍ରମାଣିତ କରିଦେଇଛନ୍ତି ଯେ ଭାରତୀୟ ଆଥଲେଟ୍ ଅନ୍ୟମାନଙ୍କଠୁ କୌଣସି ଗୁଣରେ କମ୍ ନୁହନ୍ତି । ଡବଲ ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ, ବକ୍ସିଂ ଷ୍ଟାର ଲଭ୍ଲିନା ବୋରଗୋହେନ୍, ରେସଲର ବଜଗଙ୍ଗ ପୁନିଆ ବ୍ରୋଞ୍ଜ ଜିଣି ଭାରତୀୟ କ୍ରୀଡ଼ାକୁ ନୂଆ ଉଚ୍ଚତାକୁ ନେଇଥିବା ବେଳେ ୪୧ ବର୍ଷ ପରେ ହକି ପଦକ ଜିଣି ହୃତ ଗୌରବ ଫେରାଇ ଆଣିଛି ଭାରତୀୟ ପୁରୁଷ ହକି ଦଳ।

Mumbai Local Train
ମୁମ୍ବାଇରେ କୋହଳ ହେଲା କଟକଣା, ଚାଲିବ ଲୋକାଲ ଟ୍ରେନ୍‌ କିନ୍ତୁ ଗୋଟିଏ ସର୍ତ୍ତରେ..

ସାରା ଦେଶରେ ଏବେ ବି କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏମିତିକି ବିଶେଷଜ୍ଞଙ୍କ କହିବାନୁଯାୟୀ, ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି ।

Ro River
ଦୁନିଆର ସବୁଠୁ ଛୋଟ ନଦୀ, ମାତ୍ର ୪ରୁ ୫ଟି ଘର ପର୍ଯ୍ୟନ୍ତ ପ୍ରବାହିତ

ବୋଧ ହୁଏ ଏହା ଦୁନିଆର ସବୁଠୁ ଛୋଟ ନଦୀ । ଯାହାକି ମାତ୍ର ୪ରୁ ୫ଟି ଘର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ଏହାର ଲମ୍ବା ଏତିକି ରହିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।