• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

job
୧୯୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସିକ ଦରମା ୧ଲକ୍ଷ ୪୨ ହଜାର

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଅଫିସିଆଲ୍ ୱେବସାଇଟ୍ ukpsc.gov.in ମାଧ୍ୟମରେ ଆବେଦନ କରିପାରିବେ

Climate Change in odisha
ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ରରେ ବୁଡ଼ି ଯିବ ପାରାଦୀପ ସମେତ ୧୨ ସହର !

ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଭାରତର ପାଣିପାଗ ଏବଂ ପରିବେଶରେ ଦେଖାଦେବ ଅପ୍ରତ୍ୟାଶିତ ପରିବର୍ତ୍ତନ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ।  ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର  ଜଳମଗ୍ନ ହୋଇଯିବ।

dhenkanal
ଆଜି ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା

ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।

Child Death
ଚୁମ୍ବକ ଗିଳି ଦେବାରୁ ୩ ବର୍ଷର ପୁଅର ଗଲା ଜୀବନ

ଗତକାଲି ସକାଳେ ୩ ବର୍ଷୀୟ କବୀର ତିୱାରୀଙ୍କ ଦେହାନ୍ତ ହୋଇଛି। ତେବେ ପରିବାର ଲୋକେ ଚାନ୍ଦନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅତ୍ୟଧିକ ମାତ୍ରାରେ ନିଶ୍ଚେତକ ଏବଂ ଅପରେସନ ପରେ ଚିକିତ୍ସାରେ ଅବହେଳା କରାଯାଇଛି, ତେଣୁ ପୁଅର ଜୀବନ ଯାଇଥିବା ଅଭିଯୋଗ କରାଯାଇଛି

Milky Way Galaxy
ମିଲ୍କି ୱେ ଗାଲାକ୍ସିରୁ ମିଳିଲା ସବୁଠାରୁ ବଡ ଗ୍ୟାସ୍ ଫିଲାମେଣ୍ଟ୍

ଦିଓ ଆମ ବ୍ରହ୍ମାଣ୍ଡର ବହୁତ କମ୍ ଅଂଶ ଆମର ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି, ତଥାପି ଆମ ନିଜସ୍ୱ ମିଲ୍କି ୱେ ଗାଲାକ୍ସି ସମ୍ପୂର୍ଣ୍ଣ ରୂପେ ଅବଲୋକନ କରାଯାଇ ନାହିଁ। ୧୧ ଲକ୍ଷରୁ ଅଧିକ ଏବଂ ପ୍ରାୟ ୨ ଲକ୍ଷ ଆଲୋକ ବର୍ଷର ଲମ୍ବା, ଏହି ଗାଲାକ୍ସିରେ ୪୦୦ ବିଲିୟନ ତାରକା ଥିବା ବିଶ୍ୱାସ କରାଯାଏ। ଜ୍ୟୋତିର୍ବିଜ୍ଞାନୀମାନେ ଏହି ତାରାଗୁଡ଼ିକର ଜଟିଳ ସଂରଚନା ମଧ୍ୟରେ ଏକ ଗ୍ୟାସ୍ ଫିଲାମେଣ୍ଟ୍ ଆବିଷ୍କାର କରିଛନ୍ତି, ଯାହାକି ମିଲ୍କି ୱେରେ ଆବିଷ୍କୃତ ହୋଇଥିବା ସର୍ବ ବୃହତ ଗ୍ୟାସୀୟ ଫାଇବର ବୋଲି ବିଶ୍ୱାସ କରାଯାଏ।

rape
ନାବାଳିକାଙ୍କୁ ପୋଲିସ ଇନସ୍‌ପେକ୍ଟର କଲେ ଦୁଷ୍କର୍ମ, କହିଲେ...

ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି। ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। କିଛି ଦିନ ତଳେ ଇନସ୍‌ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍‌ଚାର୍ଜ ଥିଲେ। ଆଉ ସେହି ସମୟରେ ସମ୍ପୃକ୍ତ ଅଂଚଳରେ ସେ ଘର ବି ନିର୍ମାଣ କରିଥିଲେ।

corona third wave
୧୪୭ ଦିନ ପରେ ୩୦ ହଜାର ତଳେ ଦୈନିକ କରୋନା ଟ୍ରେଣ୍ଡ୍‌: ୨୪ ଘଣ୍ଟାରେ ୨୮,୨୦୪ କରୋନାରେ ହେଲେ ସଂକ୍ରମିତ

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୮, ୫୦୮ ରହିଛି।

Kapil Sibal
କପିଲ ସିବଲଙ୍କ ଘରେ ଡିନରରେ ବିରୋଧୀଙ୍କ ମେଳି : ବିଜେପିକୁ ସତ୍ତାରୁ ବିତାଡ଼ିତ କରିବାକୁ ମାଷ୍ଟର ପ୍ଲାନ୍

ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ପ୍ରଥମେ ବ୍ରେକଫାଷ୍ଟ, ଆଉ ଏବେ ଡିନରରେ ହେଲା ଆଲୋଚନା । କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲଙ୍କ ଘରେ ବିରୋଧୀଙ୍କ ମେଳି । ସୋମବାର ଦିନ ବିରୋଧୀ ଦଳର ନେତାମାନଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ କପିଲ ସିବଲ

Odia Book Fair in Amerika
ଆମେରିକାରେ ଉନ୍ମୋଚିତ ହେଲା ପ୍ରତିଭା ରାୟଙ୍କ ଉପନ୍ୟାସ

ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ।

pm modi
ଉଜ୍ଜ୍ୱଳା ୨.୦ ଲଂଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଏକ କୋଟି ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର୍

ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ରେ ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଉତ୍ତର ପ୍ରଦେଶ ମହୋବାରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି ।

pegasus snooping case
’ସାମାଜିକ ଗଣମାଧ୍ୟମରେ ପେଗାସସ୍ ବିବାଦ ନେଇ ତର୍କ ନହେଉ, ସିଷ୍ଟମ ଉପରେ ବିଶ୍ୱାସ ରଖନ୍ତୁ ଆବେଦନକାରୀ’

ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ

Sanjay Leela Bhansali
ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ 'ହୀରା ମଣ୍ଡି'ର ପ୍ରଥମ ପୋଷ୍ଟର ରିଲିଜ୍

ବଲିଉଡକୁ ସୁପରହିଟ୍ ଫିଲ୍ମ ଦେଇଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନସାଲୀ ଅନ୍ୟତମ। ଭନ୍‌ସାଲୀ ବଲିଉଡ୍‌କୁ 'ଦେବଦାସ', 'ବାଜିରାଓ ମସ୍ତାନୀ' ଓ 'ପଦ୍ମାବତ' ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେବା ପରେ ସେ ଏବେ ଓଟିଟି ଡେବ୍ୟୁ ଆରମ୍ଭ କରୁଛନ୍ତି। ନିର୍ଦ୍ଦେଶକ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ନେଟ୍‌ଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କରିଥିଲେ। ଭନ୍‌ସାଲୀ ବର୍ତ୍ତମାନ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ 'ହୀରା ମଣ୍ଡି'ରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି।

Supreme Court of India
ନାମ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ଦଳକୁ ଦେବାକୁ ପଡ଼ିବ ପ୍ରାର୍ଥୀଙ୍କ ଅପରାଧିକ କୁଣ୍ଡଳୀ

ଅପରାଧ ମୁକ୍ତ ହେବ କି ରାଜନୀତି ? ରାଜନୀତିକୁ ଅପରାଧ ଠାରୁ ଦୂରେଇ ରଖିବାକୁ ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି । ରାଜନୀତିରେ ଅପରାଧୀକରଣ ମାମଲା ନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି ।

smallest new born baby
ବିଶ୍ୱର କ୍ଷୁଦ୍ରତମ ନବଜାତ ଶିଶୁ: ସେଓ ସହ ସମାନ ଯାହାର ଓଜନ

ବିଶ୍ୱର ସବୁଠୁ କ୍ଷୁଦ୍ରତମ ନବଜାତ ଶିଶୁ,  ଜନ୍ମବେଳେ ଯାହାର ଓଜନ ମାତ୍ର ଗୋଟିଏ ସେଓର ଓଜନ ସହ ସମାନ ଥିଲା। ଏହି କ୍ଷୁତ୍ରତମ ଶିଶୁ ୧୩ ମାସ ପରେ ମେଡିକାଲରୁ ଫେରିଛି ନିଜ ଘରକୁ  ା ଏହାକୁ ଲୋକେ କୌଣସି ଦୈବୀ ଚମତ୍କାରଠୁ କମ୍ ଭାବୁ ନାହାନ୍ତି।

Saif-Kareena
ଦ୍ୱିତୀୟ ପୁଅର ନାମକୁ ନେଇ ପୁଣି ଟ୍ରୋଲ୍ ହେଲେ ସୈଫ୍‌-କରୀନା

କରୀନା କପୁର ଖାନ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ପିଲାର ନାମକରଣକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମ ଜାଣିବାକୁ ସମସ୍ତେ ବ୍ୟସ୍ତ। କିନ୍ତୁ, ଉଭୟ ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ସହ ପୁଅର ନାମ ସେୟାର କରି ନ ଥିଲେ। କାରଣ, ଯେତେବେଳେ ସୈଫ୍‌-କରୀନା ପ୍ରଥମେ ପୁଅ ତୈମୁର ଅଲି ଖାନଙ୍କ ନାମ ଘୋଷଣା କରିଥିଲେ, ଏହାକୁଅ ନେଇ ବହୁତ ହଇଚଇ ସୃଷ୍ଟି ହୋଇଥିଲା।

Akshay Kumar
ଅକ୍ଷୟ କୁମାରଙ୍କ ବାୟୋପିକ୍ ହେଲେ କାମ କରିବେ ନୀରଜ ଚୋପ୍ରା!

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ଆସିସାରିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହି ସ୍ୱର୍ଣ୍ଣକୁ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ୍ ଥ୍ରୋରେ ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନକୁ ଦେଖି ବିଶ୍ୱ ଚମକିଯାଇଥିଲା। ଦେଶ ସବୁ ଆଶା ଓ ଭରସା ତାଙ୍କ ଉପରେ ଢାଳି ଦେଇଥିଲା। ଦେଶବାସୀଙ୍କ ଏହି ବିଶ୍ୱାସକୁ ନିରଜ ସତ ପ୍ରମାଣ କରିଥିଲେ ଓ ଶେଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Covid certificates
ଏଣିକି ଗୋଟିଏ ହ୍ୱାଟସ୍‌ଆପ ମେସେଜ୍‌ରେ ମିଳିବ ଭାକ୍ସିନେସନ ସାର୍ଟିଫିକେଟ

ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍‌ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।

PM Narendra Modi
ସାମୁଦ୍ରିକ ସୁରକ୍ଷା ନେଇ ମୋଦି ଦେଲେ ୫ ମନ୍ତ୍ର

ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ।

vaccine for foreigners
ଏଣିକି ବିଦେଶୀଙ୍କୁ ମିଳିବ 'ଭାରତ' ଭ୍ୟାକ୍ସିନ

ବିଶେଷକରି ମେଟ୍ରୋ ସହରଗୁଡ଼ିକରେ ବହୁ ସଂଖ୍ୟାରେ ବିଦେଶୀ ରହୁଥିବାରୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଲାଗି ମଧ୍ୟ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାଫଳରେ ଦେଶରେ ରହୁଥିବା ବିଦେଶୀ ନାଗରିକ ମଧ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯାଇପାରିବ।

Terrorist attack
ଅନନ୍ତନାଗରେ ବଡ଼ ଆତଙ୍କୀ ଆକ୍ରମଣ : ବିଜେପି ନେତା ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା

ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

Climate Change
ପୃଥିବୀକୁ ମାଡିଆସୁଛି ବିପଦ : ୨ ପ୍ରତିଶତ ବଢିପାରେ ତାପମାତ୍ରା

ପୃଥିବୀ ଆଡକୁ ମାଡିଆସୁଛି ବିପଦ। ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ।

 Tokyo Olympics
ଗୋଲ୍ଡେନ ବୟଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ : ନୀରଜ ଚୋପ୍ରାଙ୍କ ସହ ସେଲଫି ନେବାକୁ ଭିଡ଼ ଜମିଲା

ଟୋକିଓରୁ ସ୍ୱଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା । ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ । ଦେଶରେ ପହଞ୍ଚିବା ପରେ ଗୋଲ୍ଡେନ ବୟ୍ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ସେଲଫି ନେବାକୁ ଭିଡ଼ ଜମିଲା । ପଦକ ବିଜେତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ୱାଗତ କରାଯିବ

Mars
ବିଫଳ ହେଲା ମଙ୍ଗଳରେ ମାଟିର ନମୁନା ସଂଗ୍ରହର ପ୍ରଥମ ପ୍ରୟାସ

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବର୍ଷ ପୂର୍ବରୁ ମଙ୍ଗଳ ଗ୍ରହକୁ ଏହାର ସ୍ୱତନ୍ତ୍ର ରୋଭର ପଠେଇଥିଲା। ପର୍ସିଭେରେନ୍ସ ରୋଭରର ଏହି ଅଦୃଶ୍ୟ ମିଶନ ଏହିପରି ଅନେକ ପରୀକ୍ଷଣ ପାଇଁ ପ୍ରସ୍ତୁତ ହୋଇଥିଲା ଯାହା ମଙ୍ଗଳ ଗ୍ରହରେ ମନୁଷ୍ୟର ଦୀର୍ଘ ସମୟ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏହି ଅଭିଯାନର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ମଧ୍ୟ ଥିଲା। ଏଥିରେ, ମଙ୍ଗଳ ଗ୍ରହର ମାଟିର ନମୁନା ସଂଗ୍ରହ କରିବାର ଥିଲା। ତେବେ ଏହାର ପ୍ରଥମ ପ୍ରୟାସ ବିଫଳ ହେଲା। ଏହାର କାରଣ ଭିନ୍ନ ବୋଲି ଜଣାପଡିଛି।

ଶତ୍ରୁ ଦେଶରେ ପ୍ରଭୁ ଜୟ ଶ୍ରୀରାମଙ୍କ ନାରା
ପାକିସ୍ତାନରେ ’ଜୟ ଶ୍ରୀରାମ-ହର ହର ମହାଦେବ ନାରା’ : ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କରାଚିରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ

Taliban
ଟାଇଟ୍ ପୋଷାକ ପିନ୍ଧିବାରୁ ଯୁବତୀଙ୍କୁ ଗୁଳିକରି ହତ୍ୟା

ଆଫଗାନିସ୍ତାନରେ ତାଲିବାନର ଦଖଲ ସହିତ ତା’ର ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ବାଲ୍ଖ ପ୍ରଦେଶରେ ଜଣେ ୨୧ ବର୍ଷର ଯୁବତୀଙ୍କୁ ତାଲିବାନ ହତ୍ୟା କରିଛି। ଏହି ଯୁବତୀଙ୍କ ଏକମାତ୍ର ଦୋଷ ହେଲା ଯେ ସେ କିଛି ଟାଇଟ୍ ପୋଷାକ ପିନ୍ଧିଥିଲେ ଏବଂ ସେ ବିନା ପୁରୁଷରେ ଏକୁଟିଆ ବାହାରକୁ ଯାଇଥିଲେ। ପ୍ରକାଶଥାଉ ଯେ ତାଲିବାନରେ ଏକୁଟିଆ ମହିଳା ଘର ଛାଡି ବାହାରକୁ ଯିବା ନେଇ ନିଷେଧାଦେଶ ରହିଛି।