Advertisment

ବିମାନ ଦୁର୍ଘଟଣା; ପାଇଲଟ୍ ସମେତ ୬ ମୃତ

ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍‌ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍‌ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା।

author-image
Pramod Behera
ବିମାନ ଦୁର୍ଘଟଣା; ପାଇଲଟ୍ ସମେତ ୬ ମୃତ

Plane Crash

ଆଲାସ୍କା : ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍‌ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍‌ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା। ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

କୋଷ୍ଟଗାର୍ଡ ଏବଂ ଫେଡେରାଲ୍ ଆଭିଏସନ ଆଡ୍‌ମିନିଷ୍ଟ୍ରେସନ୍‌ ତରଫରୁ କୁହାଯାଇଥିଲା ଯେ ବିମାନର ଜରୁରୀକାଳୀନ ସ୍ଥିତି ସୂଚାଉଥିବା ବତୀ ରାତି ପ୍ରାୟ ୧୧.୨୦ ସମୟରେ ସକ୍ରିୟ ହୋଇଥିଲା। ଏହା ପରେ ବିମାନଟି କେଚିକାନ ନିକଟ ମିଷ୍ଟି ଜୋଡର୍ସ ଜାତୀୟ ସ୍ମାରକୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋଷ୍ଟଗାର୍ଡ ବିମାନର ଧ୍ୱଂସାବଶେଷ ପାଇବା ପରେ ଦୁଇଜଣ ଉଦ୍ଧାରକାରୀଙ୍କୁ ହେଲିକପ୍ଟର ଯୋଗେ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ନିଆଯାଇଥିଲା। କିନ୍ତୁ ଦୁର୍ଘଟଣାରେ କେହି ବଞ୍ଚି ନାହାଁନ୍ତି ବୋଲି ସେ କହିଥିଲେ।

Advertisment

କୋଷ୍ଟଗାର୍ଡ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ କୁହୁଡି ଲାଗି ରହିଥିଲା ​​ଏବଂ ହାଲୁକା ବର୍ଷା ମଧ୍ୟ ହେଉଥିଲା। ଏହି ସମୟରେ ପବନ ମଧ୍ୟ ଜୋରରେ ବହୁଥିଲା ଏବଂ ଭିଜିବିଲିଟି ମାତ୍ର ୨ ମାଇଲ୍ ଥିଲା। ବିମାନ ନିଖୋଜ ହେବା ପରେ ଆଲାସ୍କା ଷ୍ଟେଟ୍‌ ଟ୍ରୁପର୍ସ ଏବଂ କୋଷ୍ଟଗାର୍ଡ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ତେବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଫେଡେରାଲ୍ ଆଭିଏସନ୍ ଆଡ୍‌ମିନିଷ୍ଟ୍ରେସନ୍ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଦୁର୍ଘଟଣାର ଅନୁସନ୍ଧାନ କରିବ ବୋଲି ଜଣାଯାଇଛି।

ଏହାପୂର୍ବରୁ, ୨୦୧୯ରେ ଦୁଇଟି ପର୍ଯ୍ୟଟନ ବିମାନ ବାୟୁରେ ମୁହାଁମୁହିଁ ହୋଇ ବିମାନରେ ଥିବା ୧୬ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

Plane Crash America
Advertisment
Advertisment