/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635420075.jpg)
Sameer Wankhede
ନୂଆଦିଲ୍ଲୀ: ୱାଙ୍ଖେଡ଼େଙ୍କ ବଢିବାରେ ଲାଗିଛି ଅଡ଼ୁଆ। ଆର୍ୟନଙ୍କୁ ଛାଡ଼ିବା ପାଇଁ ସେ କାଳେ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ନେଇ ଅଭିଯୋଗ ଆସିବା ପରେ ବଢିବାରେ ଲାଗିଛି ତାଙ୍କର ଅଡ଼ୁଆ। ତେବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍ ମଲ୍ଲିକ ତାଙ୍କ ନାଁରେ ପ୍ରତିଦିନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡୁଛନ୍ତି। ଯାହାକୁ ନେଇ ଏନସିବି ଅଧିକାରୀ ସମୀରଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏବେ ନୱାବ ପୁଣି ଥରେ କହିଛନ୍ତି ଯେ, ସେ ନିଜର ପରିଚୟ ଓ ଧର୍ମ ଲୁଚାଇଛନ୍ତି। ପ୍ରକୃତରେ ସେ ଜଣେ ମୁସଲିମ୍ ହୋଇଥିବା ବେଳେ ତାହାକୁ ସେ ଲୁଚାଇଛନ୍ତି। କିନ୍ତୁ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି ସମୀର ।
Also Read
ଏବେ ପୁଣି ଥରେ ସମୀରଙ୍କ ପୂର୍ବ ପତ୍ନୀଙ୍କ ବାପା ଯେଉଁ ଚାଚଂଲ୍ୟକର ବୟାନ ଦେଇଛନ୍ତି ତାହାକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ପୂର୍ବ ପତ୍ନୀଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ମୁସଲମାନ। ତେଣୁ ମୁସଲମାନ ପରିବାରରେ ଆମେ ଝିଅକୁ ବିବାହ କରାଇଛୁ। ତେଣୁ ଏହା ଉପରେ ଅଧିକ କଣ କହିବୁ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବ ପତ୍ନୀଙ୍କ ବାପା। ଏହାସହ ସେ କହିଛନ୍ତି, ସମୀରଙ୍କ ସହ ମୋ ଝିଅର ଯେଉଁ ବିବାହ ହୋଇଥିଲା ତାହା ପ୍ରସ୍ତାବିତ ଥିଲା। ଅନେକ ଆଲୋଚନା ଏବଂ ଦେଖା ଚାହଁଆ ହେବା ପରେ ମୋ ଝିଅର ବିବାହ ତାଙ୍କ ସହ ହୋଇଥିଲା।
କିନ୍ତୁ ପୂର୍ବରୁ ସମୀର କହିଥିଲେ କି, ମୋ ବାପା ଜଣେ ହିନ୍ଦୁ ଥିବା ବେଳେ ମାଆ ମୁସଲମାନ ଥିଲେ। କିନ୍ତୁ ମୁଁ ପିଲାବେଳୁ ହିନ୍ଦୁ ଧର୍ମକୁ ମାନିଆସିଛି। କିନ୍ତୁ ଗୋଟିଏ ପଟେ ସମୀର କହୁଛନ୍ତି ସେ ହିନ୍ଦୁ ଅନ୍ୟପଟେ ପୂର୍ବ ପତ୍ନୀଙ୍କ ବାପା ତାଙ୍କ ମୁସଲମାନ କହୁଛନ୍ତି। ପ୍ରକୃତରେ ସେ ହିନ୍ଦୁ ନା ମୁସଲିମ ତାହା ଦେଶବାସୀ ଜାଣିବା ଦରକାର ବୋଲି ନୱାବ କହିଛନ୍ତି। କିନ୍ତୁ ବର୍ତ୍ତମାନ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଏହାକୁ ନେଇ ରାଜନୀତି ବେଶ୍ ତେଜିବାରେ ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)