ଫୋନ୍ ପେ’ ବ୍ୟବହାର କାରୀଙ୍କ ପାଇଁ ବଡ଼ ଖବର। ଏଣିକି ଘରେ ବସି ସହଜରେ କରିହେବ ନାହିଁ ରିଚାର୍ଜ। କାରଣ ଏବେ ରିଚାର୍ଜ କଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ। ମୋଟ୍ ଉପରେ ଫୋନ୍ ପେ’ ବ୍ୟବସାୟୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍କା। ସୂଚନା ଅନୁସାରେ, ଅନଲାଇନ୍ ପେମେଣ୍ଟ ଆପ୍ଲିକେସନ ଫୋନପେ ଦେଶର ପ୍ରଥମ ଏମିତି ଆପ୍ ପାଲଟି ଯାଇଛି ଯେଉଁଥିରେ ୟୁପିଆଇ ବେଷ୍ଟ୍ଡ ଟ୍ରାଞ୍ଜାକ୍ସନ ପାଇଁ ଫିସ୍ ନେବା ଆରମ୍ଭ କରିଦେଇଛି
ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ?
ଆଫଗାନ୍ ବିରୁଦ୍ଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ତାନ୍ । ଆଫଗାନିସ୍ତାନରେ ବଡ ଧରଣର ଗୁଇନ୍ଦା ବିଭାଗର ଅପରେସନ୍ କରିବା ପାଇଁ ଏକଜୁଟ୍ ହୋଇ ଏକ ଚୁକ୍ତିନାମା କରିଛନ୍ତି ଆମେରିକା ଓ ପାକିସ୍ତାନ ।
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପଦାକୁ ଆସୁଛି ବଲିଉଡର ଭିତିରି କଥା। ଜଣକ ପରେ ଜଣେ ସେଲିବ୍ରିଟିଙ୍କୁ ଯାଞ୍ଚ କରୁଛି ଏନସିବି। ପ୍ରଥମେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି ଜାଲରେ ଫଶିବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏନସିବି ରାଡାରକୁ ଆସିଛନ୍ତି
ଆମେରିକାରେ ପିଆଜ ଦେଖିଲେ ଡର। ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ। ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ। ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି।
ଆପଣ ଟିଭି ପ୍ରିୟ କି। ଯଦି ହଁ, ତେବେ ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ ବଢାଇ ଦେଉଛନ୍ତି
ମାତ୍ର ୧୫୦ ଟଙ୍କା ରଖନ୍ତୁ, ମିଳିବ ୧୫ ଲକ୍ଷ ଟଙ୍କା। ଏ କଥା ମିଛ ନୁହେଁ, ନିରାଟ ସତ କଥା। ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସ ଦେଉଛି ଏମିତି ଅଫର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ସ୍କିମରେ ଲଙ୍ଗ ଟର୍ମ ନିବେଶ କଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇ ପାରିବ। ପ୍ରତି ମାସରେ PPFରେ ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ଜମା କଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ହୋଇପାରିବ।
ଭାରତ-ପାକିସ୍ତାନ ଷଷ୍ଠ ଥର ପାଇଁ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମୁହାଁମୁହିଁ ହେବେ । ୫ ବର୍ଷ ପରେ ଏହି ଦୁଇ ଟିମ୍ ମଧ୍ୟରେ ଟି-ଟ୍ୱେଣ୍ଟି ମୁକାବିଲା ହେବାକୁ ଯାଉଛି । ୫ ବର୍ଷ ପୂର୍ବେ କୋଲକତାରେ ଭାରତ-ପାକ୍ ଟି-ଟ୍ୱେଣ୍ଟି ମ୍ୟାଚ୍ ଦେଖିବାକୁ ମିଳିଥିଲା ।
ଚୀନ୍ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍ୱାର୍କ ଓ ଟ୍ୟୁସନ୍ର ଚାପ କମାଇବା ପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ
ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍ଏସ୍ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍ କରିଥିବା ଦେଖାଯାଇଛି ।
ଅଡ଼ୁଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । କାରଣ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟପାର ଗତ କିଛି ଦିନ ହେବ ଠିକ୍ ନଥିବା ଦେଖାଯାଉଛି ।
ପାର୍ବଣରେ କରୋନା ପ୍ରତି ସଜାଗ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି।
ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ବାବର୍ ବ୍ରିଗେଡ୍କୁ ଟକ୍କର ଦେବ ବିରାଟ ବାହିନୀ। ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଉଭୟ ଦଳ।
କୋଭିଡ୍ ବିରୋଧୀ ଯୁଦ୍ଧରେ ଦେଶରେ ଶହେ କୋଟି ଭ୍ୟାକ୍ସିନ ଡୋଜ୍ ସଫଳତାର ସହ ଦିଆଯିବାର ଦିନକ ପରେ ଟିକା ନିର୍ମାତା କଂପାନି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସୁଧା ମିଳିଥିବା ଉପଲବ୍ଧି ଓ ଆଗକୁ ଆହୁରି ଗବେଷଣା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
କରୋନା ମହାମାରୀ କାରଣରୁ ଆମ ଜୀବନରେ ଅନେକ କିଛି ବଦଳି ଯାଇଛି। କିଛି ଜିନିଷ ଏପରି ଭାବରେ ବଦଳିଗଲା ଯେ ବର୍ତ୍ତମାନ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେବେ ଆଜିର ଏହି ଡିଜିଟାଲ ଯୁଗ ନିଶ୍ଚିତ ଆମ ପାଇଁ ଆଶୀର୍ବାଦ ଯେ ଏହା ମହାମାରୀ ସମୟରେ ଘରେ ରହି କାମ କରିବାକୁ ସୁବିଧା କରିଥିଲା। ସବୁ ଜିନିଷର ଦୁଇଟି ପାର୍ଶ୍ୱ ଥିବା ଭଳି, ଏହାର ମଧ୍ୟ ରହିଛି। ଯଦିଓ ଘରୁ କାମ କରିବାର କିଛି ସୁବିଧା ରହିଛି ସେହିଭଳି କିଛି ଅସୁବିଧା ମଧ୍ୟ ଅଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସୁଧାର ଆଡକୁ ଆସୁଥିବାରୁ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଯାଉଛି।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୦୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି।ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା।
ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଜନ୍ମଦିନ । ଏନେଇ ସୋସିଆଲ ମିଡିଆରେ ମଲାଇକାଙ୍କ ଫ୍ୟାନ୍ ଓ ବନ୍ଧୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ମଲାଇକାଙ୍କ ଜନ୍ମଦିନ ଅବସରରେ ତାଙ୍କର ବଡ଼ ଫ୍ୟାନ୍ ତଥା ବୟଫ୍ରେଣ୍ଡ୍ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଦୁନିଆରେ ଏପରି ଅନେକ ଫଳ ଅଛି ଯାହାକୁ ଖାଇ ହେବ ନାହିଁ। କାରଣ ଏହି ଫଳଗୁଡ଼ିକ ଅତ୍ୟଧିକ ବିଷାକ୍ତ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଭୁଲରେ ମଧ୍ୟ ଏହି ଫଳ ଖାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ। ଠିକ ଗଛ ଓ ଫଳ ସାଧାରଣ ଲୋକଙ୍କ ଦ୍ୱାରା ସହଜରେ ଚିହ୍ନି ହୁଏ ନାହିଁ। ଯେଉଁ କାରଣରୁ ଲୋକମାନେ ହଠାତ୍ ଏହି ଫଳଗୁଡିକ ଖାଇ ସମସ୍ୟାର ସମ୍ମୁଖିନ ହୋଇଥା’ନ୍ତି। ସମ୍ପ୍ରତି, ଏହିପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୨ ନିରୀହ ପିଲା ଏହି ମରଣ ଫଳ ଖାଇ ଏକ ଯନ୍ତ୍ରଣାଦାୟକ ମୃତ୍ୟୁର ସାମ୍ନା କରିଛନ୍ତି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭରୁ ଆଭ୍ୟାସ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିରୋଧରେ ଭାରତ ଜବରଦସ୍ତ ବିଜୟ । ଭାରତର ଏଭଳି ବିଜୟ ଦଳର ଆତ୍ମବିଶ୍ୱାସକୁ ବଳ ଯୋଗାଇଛି ।
ମାନବ ମସ୍ତିଷ୍କକୁ ଅଧ୍ୟୟନ କରିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଆକର୍ଷଣୀୟ ବିଷୟ ହୋଇଥାଏ। ସେମାନେ ଆଶା କରନ୍ତି ଯେ ଏହାକୁ ଅଧ୍ୟୟନ କରି ସେମାନେ ମଣିଷର ବିବର୍ତ୍ତନକୁ ବୁଝିପାରିବେ। ବୈଜ୍ଞାନିକମାନେ ମଧ୍ୟ ମସ୍ତିଷ୍କର ଉତ୍ପତ୍ତି ବିଷୟରେ ଅଧ୍ୟୟନ କରୁଛନ୍ତି, ଯେଉଁଠି ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ମସ୍ତିଷ୍କ କିପରି ଏକ ସୁପର ବୁଦ୍ଧିମାନ ମସ୍ତିଷ୍କରେ ବିକଶିତ ହେଲା? ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମାନବ ମସ୍ତିଷ୍କର ଆକାର ଛୋଟ ହୋଇଯାଇଥିଲା, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପିମ୍ପୁଡ଼ି ଉପରେ କରାଯାଇଥିବା ଅଧ୍ୟୟନକୁ ଆଧାର କରି ବର୍ତ୍ତମାନ ନୂଆ ଅନୁସନ୍ଧାନରେ ଏହାର କାରଣ ମିଳିଛି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ରେ ବିରାଟ ବାହିନୀ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି, ନକ୍ଆଉଟ୍ ମ୍ୟାଚ୍ରେ ଭାରତକୁ କୌଣସି ବି ଟିମ୍ ହରାଇପାରିବ ।
ବଲିଉଡ୍ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ।
କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଓଜନ କମାଇବାରେ ସାହାଯ୍ୟ କରିଥାଏ ।