Advertisment

ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଚାକିରି, ଜଲ୍‌ଦି କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଅଧିକ ଦରମାଯୁକ୍ତ ଚାକିରି। ଭାରତୀୟ ଡାକ ବିଭାଗ ପକ୍ଷରୁ ମୋଟ ୨୨୧ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
India post recruitment 2021

India post recruitment 2021

 ନୂଆଦିଲ୍ଲୀ: ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଅଧିକ ଦରମାଯୁକ୍ତ ଚାକିରି। ଭାରତୀୟ ଡାକ ବିଭାଗ ପକ୍ଷରୁ ମୋଟ ୨୨୧ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରିଛି। ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବା ପାଇଁ ଭାରତୀୟ ଡାକର ଅଫିସିଆଲ ୱେବ୍‌ସାଇଟ indiapost.gov.in କୁ ଯାଇ ଆବେଦନ କରି ପାରିବେ। ବିଭିନ୍ନ ପଦବୀ ପାଇଁ ଲାଗି ଆବେଦନ କରିବାର ଶେଷ ତାରିଖ ୨୦୨୧ ନଭେମ୍ବର ୧୨ ତାରିଖ ରହିଛି।

Advertisment

କିପରି କରିବେ ଆବେଦନ:

ଆଶାୟୀମାନେ ସିଧାସଳଖ ଭାବେ https://www.indiapost.gov.in/vas/Pages/IndiaPostHome.aspx ରେ କ୍ଲିକ୍‌ କରି ମଧ୍ୟ ଏହି ପଦଗୁଡ଼ିକ ପାଇଁ ଆବେଦନ କରି ପାରିବେ। ଏହି ପ୍ରକ୍ରିୟା ଅଧୀନରେ ମୋଟ ୨୨୧ ପଦ ପୂରଣ କରାଯିବ। ଏଥିରେ ପୋଷ୍ଟାଲ ଆସିଷ୍ଟାଣ୍ଟ, ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ ଏବଂ MTS କ୍ୟାଡର ପଦ ଆଦି ସାମିଲ ଅଛି।

Advertisment

ଏହା ବ୍ୟତୀତ ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀମାନେ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୧୦ମ, ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର।

ନିଯୁକ୍ତି ପାଇଁ ବୟସ ସୀମା:

ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ମାନଙ୍କର ବୟସ ସୀମା ୧୨ ନଭେମ୍ବର, ୨୦୨୧ ସୁଦ୍ଧା ୧୮ରୁ ୨୭ ବର୍ଷ ହୋଇଥିବା ଦରକାର।

ମୋଟ୍ ପଦବୀ ସଂଖ୍ୟା-୨୨୧

ପୋଷ୍ଟାଲ ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ- ୭୨ଟି ପଦବୀ

ପୋଷ୍ଟମ୍ୟାନ-୯୦ଟି ପଦବୀ

ଏମ୍‌ଟିଏସ୍(MTS)-୫୯ଟି ପଦବୀ

ପଦବୀ ପାଇଁ ଦରମା:

ପୋଷ୍ଟାଲ ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ ପଦବୀ ପାଇଁ ୨୫,୫୦୦ ରୁ ୮୧,୧୦୦ ଟଙ୍କା ରଖା ଯାଇଛି । ପୋଷ୍ଟମ୍ୟାନ ପଦବୀ ପାଇଁ ୨୧,୭୦୦ ରୁ ୬୯,୧୦୦ ଟଙ୍କା ରଖା ଯାଇଛି । ଏମ୍‌ଟିଏସ୍(MTS) ପଦବୀ ପାଇଁ ୧୮,୦୦୦ ରୁ ୫୬,୯୦୦ ଟଙ୍କା ରଖାଯାଇଛି ।

India Post Jobs
Advertisment
Advertisment