• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ଆର୍ୟନ୍‌ ଖାନଙ୍କୁ ମିଳିଲା ଜାମିନ୍‌ । ବମ୍ବେ ହାଇକୋର୍ଟ ଦେଲେ ଜାମିନ୍‌ । ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ମିଳିଲା ଜାମିନ୍ । ୩ ଦିନର ମାରାଥନ ଶୁଣାଣି ପରେ ମିଳିଲା ଜାମିନ୍‌ । ପୋଲିସ ହେପାଜତରେ ୨୬ ଦିନ ରହିବା ପରେ ମିଳିଲା ଜାମିନ୍ । ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍ ଧମେଚାଙ୍କୁ ମଧ୍ୟ ମିଳିଲା ଜାମିନ୍ । ଆର୍ୟନଙ୍କ ପକ୍ଷରୁ ମାମଲା ଲଢୁଥିଲେ ମୁକୁଲ ରୋହତଗୀ । ଜାମିନ ମିଳିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ । କାରଣ ଆସନ୍ତାକାଲି ପ୍ରକାଶ ପାଇବ ବେଲ୍ ଅର୍ଡର । 

ଆର୍ୟନ୍‌ଙ୍କ ପାଇଁ ବରିଷ୍ଠ ଆଇନ୍‌ଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତୋଗୀ କୋର୍ଟରେ ପକ୍ଷ ରଖିଥିବା ବେଳେ ଏନ୍‌ସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ପକ୍ଷ ରଖିଥିଲେ । ଆଜି ଶୁଣାଣି ବେଳେ ସେ ଆର୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ।

 

ସୂଚନାଯୋଗ୍ୟ, ଅକ୍ଟୋବର ଦୁଇ ତାରିଖରେ ସମୂଦ୍ର ଭିତରେ ଜାହାଜରେ ପାର୍ଟି କରୁଥିବା ବେଳେ ଆର୍ୟନ୍‌ଙ୍କୁ ଧରିଥିଲା ଏନ୍‌ସିବି । ପାର୍ଟି ଚାଲିଥିବା ବେଳେ ଆଚାନକ ଚଢ଼ାଉ କରିଥିଲା ଏନ୍‌ସିବି । ଏହାପରେ ୧୨ ଘଣ୍ଟାର ମାରାଥନ୍ ଜେରା ପରେ ନିଶା କାରବାର ମାମଲାରେ ତାଙ୍କୁ ଗିରଫ କରିଥିଲା NCB । ସେବେଠାରୁ ଆଜି ଯାଏଁ ସେ ଜେଲ୍‌ରେ ଥିଲେ । ୨୬ ଦିନ ପରେ ଅର୍ୟନଙ୍କୁ ଜାମିନ ମିଳିଛି ।

ଗତ ତିନି ଦିନ ଧରି ଲଗାତାର ଭାବେ ବମ୍ବେ ହାଇକୋର୍ଟରେ ମାରାଥନ୍‌ ଶୁଣାଣି ପରେ ଆଜି ଆର୍ୟନ୍‌ଙ୍କୁ ଜାମିନ ମଞ୍ଜୁର କରାଯାଇଛି । ତେବେ ୨୬ ତାରିଖ ଶୁଣାଣି ବେଳେ ହଠାତ୍‌ ଆର୍ୟନ୍‌ଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଶୁଣାଣୀ ବନ୍ଦ କରାଯାଉ । ଗୋଟିଏ ପଟେ ଆର୍ୟନଙ୍କୁ କୋର୍ଟ ବେଲ୍ ଦେଉନଥିବା ବେଳେ ଦିନ ପରେ ଦିନ ଗଡ଼ିଚାଲିଥିଲା । ଆଉ ଶୁଣାଣି ତାରିଖ ପରେ ତାରିଖ ଘୁଞ୍ଚି ଚାଲିଥିଲା । ୨୩ ବର୍ଷୀୟ ଷ୍ଟାର୍‌ କିଡ୍‌ ଆର୍ୟନ୍‌ ଖାନ୍‌ ଜେଲ୍‌ର ଚାରି କାନ୍ଥ ଭିତରେ ଦିନ କାଟୁଥିଲେ । ହେଲେ ଏହାରି ଭିତରେ ଶ୍ରୀ ରୋହତୋଗୀ କହିଥିଲେ ଶୁଣାଣିକୁ ବନ୍ଦ କରାଯାଉ । ବାରମ୍ବାର ଏଭଳି କୋର୍ଟ ଟ୍ରାଏଲ କରାନଯାଉ । 

କାରଣ ଅଭିଯୁକ୍ତ ଆର୍ୟନ୍‌ଙ୍କ ବୟସ ମାତ୍ର ୨୩ ବର୍ଷ । ତାଙ୍କର ପରିପକ୍ୱତା ଆସି ନାହିଁ । ତେଣୁ ତାଙ୍କୁ ବାରମ୍ବାର କୋର୍ଟ ଟ୍ରାଏଲର ସମ୍ମୁଖୀନ ହେବାକୁ ନ ଦିଆଯାଉ । ତାଙ୍କୁ ରିହାବ ସେଣ୍ଟରକୁ ପଠାଯାଉ । ସେଠାରେ ତାଙ୍କର ହାବ ଭାବ ପରିବର୍ତ୍ତନ ହେବ । ଖାଲି ସେତିକି ନୁହେଁ ଆର୍ୟନ୍‌ ଖାନ୍‌ଙ୍କ ବିରୋଧରେ ଏନ୍‌ସିବି ଲଗାଇଥିବା ସମସ୍ତ ଅଭିଯୋଗକୁ ଶ୍ରୀ ରୋହତୋଗୀ ଖଣ୍ଡନ କରିଥିଲେ । ଏମିତିକି ଆର୍ୟନ୍‌ ଡ୍ରଗ୍ସ ସେବନ କରିଥିବା ମଧ୍ୟ ପ୍ରମାଣ ନାହିଁ କିମ୍ବା ତାଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇଥିବା ନେଇ କୋର୍ଟଙ୍କ ପାଖରେ ପ୍ରମାଣ ନାହିଁ ବୋଲି ସେ କହିଥିଲେ । ମେଡିକାଲ ଟେଷ୍ଟରେ ମଧ୍ୟ ଆର୍ୟନ୍‌ ଡ୍ରଗ୍ସ ନେଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।ତେଣୁ ଆର୍ୟନ୍‌ଙ୍କୁ ଶିଘ୍ର ବେଲ୍‌ ଦେବା ଜରୁରୀ ବୋଲି କହିଥିଲେ ଶ୍ରୀ ରୋହତୋଗୀ ।