ଏହି ଟିମ୍ରେ ମୋଟ୍ ୫୦ଜଣ ସଦସ୍ୟ ସାମିଲ୍ ଥିଲେ। ଗାୟକ ମଣ୍ଡଳି ଓ ଅର୍କେଷ୍ଟ୍ରା ଭିଏନା ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗର ଭାରତୀୟ ନିର୍ଦ୍ଦେଶକ ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।
ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।
ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି BCCI । ବିସିସିଆଇ ସମ୍ପାଦକ ଜୟ ଶାହ ଏକ୍ସରେ ଏହି ସୂଚନା ଦେବା ସହ ଗମ୍ଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାତ ଦରିଆପାରି ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନ, ତା ବି ମୋଦିଙ୍କ ମୁହଁରୁ। ମସ୍କୋରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି ନେଇଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାଁ।
ଟିମ୍ ଇଣ୍ତିଆର ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି।
ଲାଇସେନ୍ସ ସସପେଣ୍ତ ହେବା ପରେ ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ବନ୍ଦ କରିଛି।
ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଅଭିବାଦନ ଜଣାଇ କହିଛନ୍ତି, ‘ମୁଁ ଏକୁଟିଆ ଆସି ନାହିଁ, ମୋ ସହ ଅନେକ କିଛି ଆଣିଛି। ମୁଁ ଭାରତର ମାଟିର ସୁଗନ୍ଧ ଆଣିଛି। ମୁଁ ମୋ ସହ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଓ ଭଲ ପାଇବା ନେଇ ଆସିଛି। ’
ସଂସାର ଉଜାଡି ଦେଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ଆବାସ ଯୋଜନାର ପ୍ରଥମ କିସ୍ତି ପାଇବା ପରେ ୧୧ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ଜୁନ୍ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍ରେ ଆଉଥରେ ସାପ କାମୁଡିଥିଲା।
ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।
କଠୁଆରେ ସେନା ଗାଡି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି।
ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୩ ଗତେ । ସିଂହ ତିଥି- ୩ୟା (ମଳ) ପ୍ରାତଃ ୦୬.୦୯ ଗତେ ୪ର୍ଥୀ ।
ଆପଣ ଯଦି ଋତୁସ୍ରାବ କାରଣରୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଛନ୍ତି, ତେବେ କେତେକ ଘରୋଇ ଉପଚାରକୁ ଚେଷ୍ଟା କରିପାରିବେ। ଏହି ଉପଚାରଗୁଡ଼ିକ ପେଟର ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଋତୁସ୍ରାବଜନିତ କଷ୍ଟକୁ ପରିଚାଳନା କରିବାରେ ସହଜ ହୋଇଥାଏ।
ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରର ବଙ୍କର..ଲୁଚି ଲୁଚି ରଚୁଥିଲେ ଦେଶ ବିରୋଧୀ ଷଡ଼ଯନ୍ତ୍ର। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଚକମା ମାରୁଥିଲେ।
ଜିକା ଭାଇରସ୍ ସଂକ୍ରମଣକୁ ନେଇ ବଢିଲା ଚିନ୍ତା । ବଢୁଥିବା ସଂକ୍ରମଣକୁ ନେଇ ଏବେ ରାଜ୍ୟଗୁଡିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ତେବେ ଜିକା ଭାଇରସ୍ କଣ ? ଜାଣନ୍ତୁ...
ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ।
ପ୍ରସିଦ୍ଧ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରାୟ ୨୬୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହା ହିଁ ତାଙ୍କୁ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ କରିଥାଏ ।
ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ୧୯୯୨ରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ମାସିକ ଛୁଟିର ନିୟମ ଆରମ୍ଭ କରିଥିଲେ। ନିକଟରେ, ଜାନୁଆରୀ ୧୯ରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରୀମାନଙ୍କ ପାଇଁ ତିନି ଦିନିଆ ମାସିକ ଛୁଟି ଘୋଷଣା କରିଛନ୍ତି।
ରୋଜଗାର ଦୃଷ୍ଟିରୁ ‘କଳ୍କୀ ୨୮୯୮ ଏଡି’ ବକ୍ସ ଅଫିସ୍ର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୧୦ ଦିନ ମଧ୍ୟରେ ଏହି ଫିଲ୍ମର ରୋଜଗାରରେ କୌଣସି କମି ହୋଇନି। ଆରମ୍ଭରୁ, ‘କଳ୍କୀ ୨୮୯୮ ଏଡି’ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ ଏହି ଫିଲ୍ମଟି ବଲିଉଡରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ଅନେକ ଫିଲ୍ମର ନକଲ କରିଛି।
ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।