• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋର୍ଟ ଦେଲେ ନିଆରା ନିର୍ଦ୍ଦେଶ .. ଦୁଷ୍କର୍ମ ଅଭିଯୁକ୍ତକୁ କହିଲେ ବିବାହ କରି ଛୁଆର ନିଅ ଯତ୍ନ । ତେବେ ଯାଇ ମିଳିବ ବେଲ୍ । କୋର୍ଟଙ୍କ ଏପରି ନିର୍ଦ୍ଦେଶ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜେଲରୁ ମୁକ୍ତ ହେବା ପରେ ପୀଡ଼ିତାଙ୍କୁ ବିବାହ କରିବା ସହ ସେମାନଙ୍କ ନବଜାତ ଶିଶୁର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏପରି ଏକ ନିଆରା ସର୍ତ୍ତ ବଦଳରେ ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ସୂଚନା ଅନୁସାରେ, ଜଣେ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରୁଥିଲେ କୋର୍ଟ । ଏହା ସହ ନବଜାତ ଛୁଆ ପାଇଁ ଭବିଷ୍ୟତରେ ଦୁଇ ଲକ୍ଷ ଟଙ୍କାର ଜମାପୁଞ୍ଜି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ କୃଷ୍ଣ ପହଲ । ଅଭିଯୁକ୍ତ ଜଣକ ହେଲେ ଅଭିଷେକ ।

ଜେଲରୁ ମୁକ୍ତ ହେବାର ତିନି ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହ ଆଗାମୀ ଛଅ ମାସ ମଧ୍ୟରେ ପୀଡ଼ିତାଙ୍କ ନବଜାତ ଶିଶୁ ନାଁରେ ୨ ଲକ୍ଷ ଟଙ୍କା ଜମା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଅଭିଯୁକ୍ତ ଅଭିଷେକ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା ।

ଯେତେବେଳେ ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେତେବେଳେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା । ଏହା ସହ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ୟୁପିର ସାହାରନପୁର ଜିଲ୍ଲାର ଚିଲକାନା ପୋଲିସ ଷ୍ଟେସନରେ ଆଇପିସି ଓ ପୋକସୋ ଆକ୍ଟ ଅନୁଯାୟୀ ଅଭିଷେକ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ତେବେ ଏହା ବାଧ୍ୟତାମୂଳକ ଶାରିରୀକ ସମ୍ପର୍କ ନୁହେଁ ବୋଲି ଅଭିଯୁକ୍ତ ତରଫରୁ ପ୍ରକାଶ । ସେପଟେ ଅଭିଯୁକ୍ତ ୧୮ ବର୍ଷ କହିଥିବା ବେଳେ ପୀଡ଼ିତା ନିଜକୁ ୧୫ ବର୍ଷର ବୋଲି ଦାବି କରିଛନ୍ତି । ଶୁଣାଣି ସମୟରେ ଅଭିଯୁକ୍ତ କହିଛି ଯେ, ସେ ପୀଡ଼ିତାଙ୍କୁ ବିବାହ କରିବା ସହ ନବଜାତର ଯତ୍ନ ନେବାକୁ ପ୍ରସ୍ତୁତ ଅଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now