• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତାମିଲନାଡୁରେ ଜାରି ରହିଛି ଭାରି ବର୍ଷା । କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି । ସେହିପରି ୩ଟି ଉପକୂଳ ଜିଲ୍ଲାରେ ବି ଭାରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅନ୍ୟପଟେ ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି ।

କେବଳ ଚେନ୍ନାଇରେ ୩୩୦ଟି ସେଣ୍ଟ ଖୋଲାଯାଇଛି । ପରିସ୍ଥିତିର ମୁକାବିଲା ପାଇଁ NDRF ଓ SDRF ଯବାନଙ୍କୁ ମୁତୟନ କରାଯାଇଛି । ବନ୍ୟା ଆଶଙ୍କା ଥିବା ଜିଲ୍ଲାରେ ବୋଟ ମୁତୟନ କରାଯାଇଛି । ବର୍ଷା ଆଲର୍ଟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ରିଲିଫ କମିଶନର । ସେପଟେ ମୁଖ୍ୟମନ୍ତ୍ରୀ MK.ଷ୍ଟାଲିନ୍ ଚେନ୍ନାଇ ସହରରେ ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତିର ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଚେନ୍ନାଇ ସମେତ ୫ଟି ଉପକୂଳ ଜିଲ୍ଲାରେ ମୋଟ୯୩୧ ରିଲଫ୍ ସେଣ୍ଟର ଖୋଲାଯାଇଛି । ସେପଟେ ଗତକାଲି ଚେନ୍ନାଇରେ ଝଡ ବର୍ଷା ଆଲର୍ଟ ଜାରି ହେବା ପରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜ ନିଜ ଗାଡ଼ିଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଲୋକମାନେ ଆଗୁଆ ପଦକ୍ଷେପ ନେଇଥିଲେ ।

ଭେଲଚେରୀର ଫ୍ଲାଏଓଭର ଉପରେ ଲମ୍ବାଲାଇନରେ ଗାଡି ରଖିଛନ୍ତି ଅଞ୍ଚଳବାସୀ । ଝଡ଼ବର୍ଷା ସମୟରେ ଗାଡ଼ିଗୁଡ଼ିକ କ୍ଷତି ହେବା ସମ୍ଭାବନା ଥିବାରୁ ଲୋକେ ନିଜ ନିଜ ଗାଡ଼ିଗୁଡ଼ିକୁ ଫ୍ଲାଏ ଓଭର ଉପରେ ପାର୍କିଂ କରିଥିଲେ । ଆସନ୍ତାକାଲି ତାମିଲନାଡୁର ଭେଲଚେରୀ ସମେତ, ତିରୁଭେଲୁର, କାଞ୍ଚିପୁରମ, ଚେଙ୍ଗଲାପାଟୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ପବନ ବୋହିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

OTV is now on Whatsapp

Join and get latest news update delivered to you via whatsapp

Join Now