• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଙ୍ଗୋପସାଗରରେ ଅବପାତ। ଦକ୍ଷିଣ-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ଉତ୍ତରଦକ୍ଷିଣ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ତାମିଲନାଡୁର ଚେନ୍ନାଇ ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ, ପୁଡୁଚେରୀର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୫ଶହ କିଲୋମିଟର ଦୂରରେ ଏବଂ ଆନ୍ଧ୍ରପ୍ରଦେଶ ନେଲୋରର ଦକ୍ଷିଣ-ପୂର୍ବ ଦିଗରେ ୫୯୦ କିଲୋମିଟର ଦୂରରେ ରହିଛି ।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୧୭ ତାରିଖରେ ଏହା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲୋର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ଲଗାଣ ବର୍ଷା ହେଉଛି ।

ଦୁଇ ଦିନର ବର୍ଷାରେ ଉବୁଟୁବୁ ହୋଇଛି ଚେନ୍ନାଇଠୁ ଆରମ୍ଭ କରି ବେଙ୍ଗାଲୁରୁ । ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁର ଚେନ୍ନାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମିବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଅପରପକ୍ଷେ, ପାଣିରେ ଉବୁଟୁବୁ ହେଉଛି ସିଲିକନ୍ ସିଟି ବେଙ୍ଗାଲୁରୁ । ଦେଶର ଆଇଟି ହବ୍ ବେଙ୍ଗାଲୁରୁରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି ।

ମାନ୍ୟତ ଯେକ୍ ପାର୍କ, ହେବାଲ୍, କେଆର୍ ପୁରମ୍, ସ୍କିଲ୍କ ବୋର୍ଡ, ଏମଜି ରୋର୍ଡ ଭଳି ଅଞ୍ଚଳ ଏବେ ପାଣିରେ ବୁଡ଼ି ରହିଛି । ଆଗକୁ ବର୍ଷା ହେଲେ ସ୍ଥିତି ଆହୁରୀ ବିଗିଡ଼ିପାରେ । ସେପଟେ କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି । ସେହିପରି ୩ଟି ଉପକୂଳ ଜିଲ୍ଲାରେ ବି ଭାରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଅନ୍ୟପଟେ ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି ।

କେବଳ ଚେନ୍ନାଇରେ ୩୩୦ଟି ସେଣ୍ଟ ଖୋଲାଯାଇଛି । ପରିସ୍ଥିତିର ମୁକାବିଲା ପାଇଁ NDRF ଓ SDRF ଯବାନଙ୍କୁ ମୁତୟନ କରାଯାଇଛି । ବନ୍ୟା ଆଶଙ୍କା ଥିବା ଜିଲ୍ଲାରେ ବୋଟ ମୁତୟନ କରାଯାଇଛି । ବର୍ଷା ଆଲର୍ଟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ରିଲିଫ କମିଶନର । ସେପଟେ ମୁଖ୍ୟମନ୍ତ୍ରୀ MK.ଷ୍ଟାଲିନ୍ ଚେନ୍ନାଇ ସହରରେ ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତିର ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now