• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ତ ଟେଷ୍ଟ ଶୃଙ୍ଖଳା । ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ୍ ମୂଳପୋଛ କରିବା ପରେ ଆଜିଠାରୁ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ଅନ୍ୟପଟେ ଭାରତ ଯଦି ଏହି ଶୃଙ୍ଖଳା ଜିତିନିଏ ତେବେ ଏହାର ଫାଇନାଲ ଖେଳିବା ପ୍ରାୟତଃ ସ୍ପଷ୍ଟ ହୋଇଯିବ ।

ତେବେ ବର୍ତ୍ତମାନ ପରିସ୍ଥିତିରେ ବେଙ୍ଗାଲୁରୁର ପାଗ ଭାରତର ସାଥ୍ ନଦେବାର ବେଶୀ ସମ୍ଭାବନା ରହିଛି । ସେଠାରେ ଲଗାତାର ଭାବେ କିଛିଦିନ ହେବ ବର୍ଷା ଜାରି ରହିଛି । ପ୍ରଥମ ଟେଷ୍ଟ ପୂର୍ବରୁ ହୋଇଥିବା ବର୍ଷା ଯୋଗୁଁ ଆଭ୍ୟାସ ମଧ୍ୟ ହୋଇନାହିଁ । ଅନ୍ୟପଟେ ବର୍ଷା ହେଲେ ମଧ୍ୟ ପରବର୍ତ୍ତୀ ସମୟରେ ମ୍ୟାଚକୁ ଫେରିବାର ଦକ୍ଷତା ଭାରତ ପାଖରେ ରହିଛି । ଏହା ବାଂଲାଦେଶ ସିରିଜ୍‌ରେ ଭାରତ ପ୍ରମାଣିତ କରିସାରିଛି । ଏପରି ସ୍ଥଳେ ବର୍ଷା କିଛି ବିଗାଡ଼ି ପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଅଧିକ ପଢ଼ନ୍ତୁ: BCCIର ବଡ଼ ନିଷ୍ପତ୍ତି, ହଟିଲା ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ସେପଟେ ବାଂଲାଦେଶ ପରି ନ୍ୟୁଜିଲାଣ୍ତକୁ ହାଲକାରେ ନେବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ୧୯୮୮ ମସିହା ପରଠାରୁ ନ୍ୟୁଜିଲାଣ୍ତ ଭାରତରେ ଟେଷ୍ଟ ଶୃଙ୍ଖଳା ଜିତିନଥିବାରୁ ଏହାକୁ ଜିତିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ । ଯାହା ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଅନ୍ୟପଟେ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମଧ୍ୟ ଏହା ଭାରତ ପାଇଁ ଅଭ୍ୟାସ ପରି ହେବ ।

ତେବେ ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ସାଜି ପାରନ୍ତି ବିରାଟ କୋହଲି । ଗତ କିଛିଦିନ ଧରି ତାଙ୍କ ବ୍ୟାଟ୍ ଶାନ୍ତ ରହିଛି । ଏଣୁ ମ୍ୟାଚରେ ତାଙ୍କ ବ୍ୟାଟ୍‌ରୁ ୮୧ତମ ଶତକ ଦେଖିବାକୁ ମିଳିପାରେ ପ୍ରଶଂସକମାନେ ଆଶା ରଖିଛନ୍ତି । ପୁଣି ସେ ୯୦୦୦ ଟେଷ୍ଟ ମ୍ୟାଚରୁ ମାତ୍ର ୫୩ ରନ୍‌ ଦୂରରେ ଥିବାରୁ ଏହି ମ୍ୟାଚରେ ମାଇଲ୍‌ଖୁଣ୍ଟ ହାସଲ କରନ୍ତୁ ବୋଲି ସମସ୍ତେ ଚାହିଁ ବସିଛନ୍ତି ।

ମୋଟ୍ ଉପରେ କହିବାକୁ ଗଲେ, ଭାରତ ଏକ ଶକ୍ତିଶାଳୀ ଦଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ଯାଉଥିବା ବେଳେ ନ୍ୟୁଜିଲାଣ୍ତ ଅପେକ୍ଷାକୃତ କମ୍ ଦକ୍ଷତା ନେଇ ଓହ୍ଲାଇବାକୁ ଯାଉଛି । ଏହା ସତ୍ତ୍ୱେ ମ୍ୟାଚର ପ୍ରଥମ ଦୁଇଦିନରେ ବର୍ଷା ରାଜୁତି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: କ୍ରିକେଟରରୁ DSP ହେଲେ ମହମ୍ମଦ ସିରାଜ; ବଡ଼ ପଦବୀ ପାଇଥିବା ତାଲିକାରେ ଏହିସବୁ ଖେଳାଳି

OTV is now on Whatsapp

Join and get latest news update delivered to you via whatsapp

Join Now