Advertisment

ଆଉ ଅନ୍ଧ ହୋଇ ରହିବନି କାନୁନ୍, ନ୍ୟାୟଦେବୀଙ୍କ ଆଖିରୁ ହଟିଲା ପଟି

ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।

author-image
Santosh Kumar Sahoo
Nyay Devi

Nyay Devi

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ କାନୁନ୍ । ସାମ୍ନାକୁ ଆସିଲା ନୂଆ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ଚିତ୍ର । ଯାହା ପୁରୁଣା ନ୍ୟାୟ ଦେବୀଙ୍କଠାରୁ ଭିନ୍ନ । ଆଇନ୍‌ ଅନ୍ଧ ନୁହେଁ, ଏ ବଡ଼ ବର୍ତ୍ତା ନୂଆ ମୂର୍ତ୍ତିରେ ଦିଆଯାଇଛି । ନୂଆ ନ୍ୟାୟଦେବୀ ମୂର୍ତ୍ତିରେ ଆଖିରୁ ହଟିଲା କଳାପଟି, ହାତରେ ଖଡ୍ଗ ବଦଳରେ ଧରିଲେ ସମ୍ବିଧାନ। ଅନ୍ୟ ହାତରେ ଅଛି ନିକିତି ।

Advertisment

ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ, ଖଡ୍ଗ ହେଉଛି ହିଂସାର ପ୍ରତୀକ । କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ । ବରଂ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ଏହା ନ୍ୟାୟ ପ୍ରଦାନ କରିଥାନ୍ତି । ସେହିପରି ନ୍ୟାୟଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ କାଢ଼ି ଦିଆଯାଇଛି । କିନ୍ତୁ ହାତରେ ଧରିଥିବା ନ୍ୟାୟ ତରାଜୁ ପୂର୍ବପରି ରହିଛି । ଏ ନୂଆ ମୂର୍ତ୍ତିକୁ ସୁପ୍ରିମକୋର୍ଟ ବିଚାରପତିଙ୍କ ଲାଇବ୍ରେରୀରେ ସ୍ଥାପନା କରାଯାଇଛି । ନ୍ୟାୟ ଦେବୀଙ୍କ ନୂଆ ମୂର୍ତ୍ତିର ବିଧିବଦ୍ଧ ଚିତ୍ର ଆସିନଥିବାବେଳେ କିଛି ଜାତୀୟ ଗଣମାଧ୍ୟମରେ ଏହାର ଫଟୋ ପ୍ରକାଶ ପାଇଛି।

Advertisment

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

Supreme Court Chief Justice Of India
Advertisment
Advertisment