କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା DA । କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ସରକାରୀ କର୍ମଚାରୀଙ୍କ ସହ ପେନ୍ସନ୍ ଭୋଗୀ ମଧ୍ୟ ଉପକୃତ ହେବେ ।
Also Read
#କେନ୍ଦ୍ର_କର୍ମଚାରୀଙ୍କ_DA_ବଢ଼ିଲା
— ଓଟିଭି (@otvkhabar) October 16, 2024
-କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର
-ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି
-ସରକାରୀ କର୍ମଚାରୀଙ୍କ ସହ ପେନ୍ସନ୍ ଭୋଗୀ ଉପକୃତ ହେବେ#CentraGovernmentEmployee #DA #OTV pic.twitter.com/9CoC4SCSt8
ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ।
ଏହାର ଅର୍ଥ ଅକ୍ଟୋବର ମାସର ଦରମା DA ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ DA ବୃଦ୍ଧି କରାଯାଇଛି।
କେମିତି ହୁଏ DA ହିସାବ ?
ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ DAର ହିସାବ କରାଯାଏ। ଏହି ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରି DA ବୃଦ୍ଧି ନେଇ ନିଷ୍ପତ୍ତି ନିଏ। DA ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ। କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ DAର ବ୍ୟବସ୍ଥା କରାଯାଇଛି।