୪୮ ଘଣ୍ଟାରେ ୧୨ ବିମାନକୁ ବୋମା ଧମକ । ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ପରେ ବଢ଼ିଲା ଛନକା । ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍ ପ୍ଲେନ୍ କୁ ଧମକ ମିଳିଛି । ବୋମା ଥିବା ସୂଚନା ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଛି । ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୧୨ଟି ବିମାନକୁ ଆସିଲାଣି ଏମିତି କଲ୍ ।
ଭାରତୀୟ ବିମାନଗୁଡିକୁ ଲଗାତର ବୋମା ଧମକ ମିଳିବା ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ବୋମା ଧମକ ନେଇ ଫୋନ କରିଥିବା ବ୍ୟକ୍ତି ଧରାପଡିଲେ ସେମାନଙ୍କୁ ନୋ ଫ୍ଲାଏ ତାଲିକାଭୁକ୍ତ କରାଯିବ । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିମାନରେ ଏୟାର ମାର୍ଶଲଙ୍କ ସଂଖ୍ୟା ବଢ଼ାଯିବ । ଏୟାର ମାର୍ଶଲଙ୍କ ସଂଖ୍ୟା ଦ୍ବିଗୁଣିତ କରାଯିବ ବୋଲି ଜଣାପଡିଛି ।
Also Read
ଆଜି ସକାଳେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ। ଆଜି ଭୋରରୁ ବିମାନ ଉଡ଼ାଣ ଭରିଥିବା ବେଳେ ଏଭଳି ଧମକ ମିଳିଥିଲା। ଏହାପରେ ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇଥିଲା ଧମକ ମିଳିବା ପରେ ବିମାନଟିର ଗତିପଥ ପରିବର୍ତ୍ତନ କରାଯାଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି।
ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଓହ୍ଲାଇ ଦିଆଯାଇଛି। ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ବେଳେ ପାଇଲଟ୍ କକପିଟ୍ରୁ ବାହାରି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ସୁରକ୍ଷାରେ ଥିବା ଯବାନଙ୍କୁ ଜଣାଇଥିଲେ। ଘଟଣା ପରେ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଥିଲା।