ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗା ଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ୍ ହେଲେ ତାଙ୍କୁ ଦଣ୍ଡ […]
ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ […]
ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭକ୍ତଙ୍କ ଡାକ ଶୁଣିଛନ୍ତି ଚକାଡୋଳା। ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି, ଆସନ୍ତାକାଲି ବଡଦାଣ୍ଡରେ ଗଡ଼ିବ ନନ୍ଦିଘୋଷ। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ। କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିଚାଳନା କମିଟି, ରାଜ୍ୟ, କେନ୍ଦ୍ର ସମନ୍ୱୟରେ ରଥଯାତ୍ରା ହେବ ବୋଲି କହିଛନ୍ତି। ଏହି ସମସ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଥିଲା। ରଥଯାତ୍ରା […]
ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି ଦେଇଥିବାବେଳେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ। ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। […]
ପୁରୀ: ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି। ମହାସ୍ନାନ ସାରି ଅସୁସ୍ଥ ହୋଇ ପଡ଼ିଥିଲେ ବ୍ରହ୍ମାଣ୍ଡ ଠାକୁର। ଅଣସରରେ ଶୋଇ ରହିଥିଲେ ଶ୍ରୀଜିଉ । ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ଆଜି ସାମାନ୍ୟ ସୁସ୍ଥ ହୋଇଛନ୍ତି ଠାକୁର। ଆଜି ପରେ ଉଠି ବସିବେ। ଅଣସର ଘରର ପୂର୍ବ ଭାଗରେ ଥିବା ତିନୋଟି ଚକାକୁ ସେବକମାନେ ଗଡାଇ ଗଡାଇ ଆଣିବେ। ତାରି ଉପରେ ବସିବେ ତିନି ଠାକୁର। ବ୍ରହ୍ମାଣ୍ଡକର୍ତ୍ତା, ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସସ୍ଥ ପାଇଁ ରାଜବୈଦଙ୍କ […]
ପୁରୀ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ ।ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିଲା। ଏହାପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ପ୍ରଭୁ। ମହାପ୍ରଭୁଙ୍କୁ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ଆଜି ମଧ୍ୟାହ୍ନ ଧୂପ ପରେ ଅଣସରରେ ସୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା […]
ପୁରୀ: ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏଇ ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି । ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ। ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା […]
ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ନ୍ତି। ସ୍ନାନବେଦିରୁ ବାହୁଡନ୍ତି ଅଣସର ଘରକୁ। ୧୫ ଦିନ ଯାଏ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ସେବା। ଏହି ୧୫ ଦିନ […]
ପୁରୀ: ସ୍ନାନଯାତ୍ରା ସାରି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ପିଣ୍ଡିକୁ ବାହୁଡ଼ି ଯାଇଛନ୍ତି ଶ୍ରୀଜୀଉ। ଖାଁ ଖାଁ ବଡଦାଣ୍ଡ। ଭକ୍ତଙ୍କ ଭିଡ଼ ନଥିଲା କି ସେବାୟତଙ୍କ କୋଳାହଳ ନ ଥିଲା। ଖାଁ ଖାଁ ପରିବେଶରେ ମହାସ୍ନାନ କରିଥିଲେ କାଳିଆ ଠାକୁର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ତିନି ଠାକୁର ଏବ ଜ୍ୱରରେ ପଡ଼ିଛନ୍ତି। ତେଣୁ ରତ୍ନବେଦିକୁ ନ ଫେରି ବାହୁଡିଛନ୍ତି ଅଣସର ଘରକୁ। ଗତକାଲି ଗୋଟି ପହଣ୍ଡିରେ ବଡ଼ଠାକୁର […]
ପୁରୀ: ମହାପ୍ରଭୁଙ୍କର ଆଜି ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ ଆସିନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥଙ୍କ ହାତରେ ଏହି ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା। ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି। ଏହାର କାରଣ ସଂପର୍କରେ ଗଜପତି କହିଛନ୍ତି, ସରକାରଙ୍କ କୋଭିଡ ଗାଇଡ୍ଲାଇନକୁ ମାନି ସେ ଛେରା ପହଁରା କରିବାକୁ ଆସିନାହାନ୍ତି । […]
ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ । ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଚର୍ମଚକ୍ଷୁରେ ନ ହେଲେ ବି ଟିଭି ପରଦାରେ ମହାପ୍ରଭୁଙ୍କ ଅପୂର୍ବ ଶୋଭା ଦର୍ଶନର ସୌଭାଗ୍ୟ ଲାଭ କରିବେ। ଭକ୍ତଙ୍କ ମନ […]
ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ । ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ । ସେଥିପାଇଁ ଆଧାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର। ଆଜି ମହାପ୍ରଭୁଙ୍କ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। ରାତିରେ ମଙ୍ଗଳାର୍ପଣ ଶେଷ ପରେ ଶ୍ରୀଜିଉଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇଥିଲା। ତା‘ ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ରତ୍ନବେଦିରୁ ଓହ୍ଲାଇ […]
କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।
ନୂଆଦିଲ୍ଲୀର ହଜ୍ଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଯୋଗୁଁ ରଥଯାତ୍ରା ହେଉନଥିବାରୁ କେବଳ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି ।
ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।
କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ ।
ପୁରୀ ବ୍ୟତୀତ ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରଥରେ ଛେରାପହରା କରିଥିଲେ । ଛେରାପହରା ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା ।
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି କାଳିଆ ଠାକୁର। ପ୍ରଥମେ ଗଡିବ ତାଳଧ୍ୱଜ। ତା ପରେ ଦେବ ଦଳନ ଆଉ ପଛରେ ନନ୍ଦିଘୋଷ। ହେଲେ ପଛରେ କାହିଁକି ଆସନ୍ତି କାଳିଆ ଠାକୁର ?
“ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’ । ବଡ଼ଦାଣ୍ଡରେ ରଥ ଦଉଡ଼ି ଧରି ଟାଣି ନେଉଛନ୍ତି କୁନି ସେବାୟତ । କାନ୍ଧରେ ଖଣ୍ଡୁଆ ପାଟ, କଣ୍ଠରେ ଅନର୍ଗଳ ମନ୍ତ୍ର ।
ଆଜି ରଥଯାତ୍ରା । ବର୍ଷକ ପରେ ଭକ୍ତଙ୍କୁ ଦେଖିବା ପାଇଁ ବଡଦାଣ୍ଡକୁ ବାହାରି ଆସିଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡଦାଣ୍ଡ। ବିନା ଭକ୍ତରେ ବଡଦାଣ୍ଡରେ ଗଡ଼ି ଗଡ଼ି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର।
ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।
କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....
ପୁରୀ: ଆଜି ନୀଳ କନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ରଥ ଉପରୁ ରତ୍ନ ସିଂହାସନକୁ ପହଣ୍ଡି କରାଯାଇ ନିଆଯିବ। ପରମ୍ପରା ଅନୁସାରେ, ମହାପ୍ରଭୁ କାଳିଆ ସାଆନ୍ତଙ୍କ ରତ୍ନବେଦୀକୁ ବାହୁଡ଼ିବା ବେଳେ ବାଟରେ ତାଙ୍କୁ ଅଭିମାନିନୀ ମା’ ଲକ୍ଷ୍ମୀ ଅଟକାଇବେ। ତେବେ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ସ୍ୱାଦିଷ୍ଟ ରସଗୋଲା ଖୁଆଇ ତାଙ୍କ ମାନଭଞ୍ଜନ କରାଇବେ। ଗତକାଲି ରଥଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।