Advertisment

ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

author-image
Sarbeswar
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

Gundicha Temple

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡାଲମା, ଶାଗ ଓ ଭଜା ଲାଗି ହେଲା। ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନଥିବା ଶ୍ରଦ୍ଧାଳୁ ଏବେ ଆଡପ ଅବଢା ପାଇବେ। ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ହେଉଛି। ଯାହା ସବୁ ଶ୍ରୀମନ୍ଦିରରେ ହୋଇଥାଏ। ଆଜିଠୁ ସାତ ଦିନ ଯାଏ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ। ତେବେ କରୋନା କଟକଣା ଯୋଗୁଁ ଆଡ଼ପ ମଣ୍ଡପରେ ଦର୍ଶନ କରିପାରିବେନି ଭକ୍ତ। ଭାଇ ଭଉଣୀଙ୍କ ସହ କାଳିଆ ଠାକୁର ନବଦିନାତ୍ମକ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି।

Advertisment

ସେପଟେ, ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

ତେବେ ଶରଧାବାଲିରେ ତିନିରଥ ପହଞ୍ଚିଥିଲା ଶ୍ରୀ ଗୁଣ୍ଡିଚା ଦିନ ହିଁ ପହଞ୍ଚିଥିଲା। ଗତକାଲି ରଥ ଉପରେ ହିଁ ଅବକାଶ, ମଇଲମ, ତଡ଼ପଲାଗି ସହ ମହାପ୍ରଭୁଙ୍କ ସମସ୍ତ ନୀତି ହୋଇଥିଲା। ପରେ ତିନି ରଥରେ ଚାରମାଳ ଲାଗି ହୋଇଥିଲା। ପରେ ପରେ ମଙ୍ଗଳାର୍ପଣ ସହ ବାଟ ପହଣ୍ଡି ହେବା ପରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପମଣ୍ଡପରେ ସୁଦର୍ଶନ ବିଜେ ହେବା ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଥିଲା। ଆଉ ସବା ଶେଷରେ ଶ୍ରୀଜଗନ୍ନାତଙ୍କ ପହଣ୍ଡି ହୋଇଥିଲା। ଗତକାଲି ଶ୍ରୀଜିଉଙ୍କର ଗୋଟି ପହଣ୍ଡି ହୋଇଥିଲା। ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିବେ ଶ୍ରୀଜିଉ। ଏହା ପରେ ପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏହିଦିନ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ବିଧି ରହିଛି।

Advertisment
Odisha News Puri Ratha Jatra Puri Ratha Jatra 2021
Advertisment
Advertisment