Advertisment

ବାହୁଡାଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

ଆଜି ବାହୁଡିବେ ମହାବାହୁ। ଜନ୍ମବେଦିରୁ ଫେରିବେ କର୍ମବେଦିକୁ। ନବଦିନ

author-image
Abhijit Mishra
ଅଦ୍ୟତନ ହୋଇଛି
New Update
ବାହୁଡାଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

Puri Jagannatha Bahuda Yatra 2021

ଆଜି ବାହୁଡିବେ ମହାବାହୁ। ଜନ୍ମବେଦିରୁ ଫେରିବେ କର୍ମବେଦିକୁ। ନବଦିନ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଶରଧାବାଲିରେ ଦକ୍ଷିଣ ମୋଡ ନେଇ ଅପେକ୍ଷା କରିଛନ୍ତି ତିନି ରଥ। ଉଚ୍ଛନ୍ନ ହେଲେଣି, କେତେବେଳେ ଆସିବେ ତାଙ୍କର ଠାକୁର! ବଡ ଦେଉଳରେ ଅଭିମାନିନୀ ଲକ୍ଷ୍ମୀ ଯେ ବାଟ ଚାହିଁ ବସିଛନ୍ତି । ଭକ୍ତଙ୍କ ଗହଳି ନାହିଁ, ତଥାପି ସେବାୟତଙ୍କ ଘଣ୍ଟଘଣ୍ଟା,  ହରିବୋଲ ହୁଳହୁଳି, ଜୟ ଧ୍ୱନିରେ କମ୍ପୁଛି ଶରଧାବାଲି।  କରୋନା କଟକଣା ପାଇଁ ଏଥର ବି ବିନା ଭକ୍ତରେ ହେଉଛି ବାହୁଡ଼ା ଯାତ୍ରା। କେବଳ ଏଇଥି ପାଇଁ ଓଟିଭି ଆପଣଙ୍କ ପାଖରେ ବାହୁଡ଼ାଯାତ୍ରାର ଟିକିନିଖି ଖବର ପହଞ୍ଚାଇବ। ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ଦେଖିବା ପାଇଁ ଦେଖୁଥାଆନ୍ତୁ ଓଟିଭି ଲାଇଭ୍‌ 

Advertisment
  • Jul 20, 2021 19:09 IST

    ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

    ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା । ତିନି ରଥ ପହଞ୍ଚିବା ପରେ ସେବାୟତଙ୍କ ଗୀତଗୋବିନ୍ଦ ଗାନ । ଶହ ଶହ ସେବାୟତ ଏକସ୍ବରରେ ଗାଇଲେ ଗୀତଗୋବିନ୍ଦ



  • Jul 20, 2021 15:00 IST

    ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର

    ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର



  • Jul 20, 2021 14:38 IST

    ଦେଖନ୍ତୁ, ତିନି ରଥରେ ଗଜପତି ମହରାଜା ଛେରା ପହଁରା କରୁଥିବା ଦୃଶ୍ୟ

    ଦେଖନ୍ତୁ, ତିନି ରଥରେ ଗଜପତି ମହରାଜା ଛେରା ପହଁରା କରୁଥିବା ଦୃଶ୍ୟ



  • Jul 20, 2021 14:38 IST

    ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ

    ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର। ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ। ଆଗରେ ବଳଭଦ୍ରଙ୍କ ତାଳଧ୍ୱଜ, ମଝିରେ ସୁଭଦ୍ରାଙ୍କ ଦର୍ପଦଳନ, ପଛରେ ଗହଳି ଲଗାଇ ଚାଲିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ। 



  • Jul 20, 2021 13:01 IST

    ବିରଳ ରେକର୍ଡ କଲେ ପୁରୀ ଗଜପତି ମହାରାଜା

    ଚଳିତ ବର୍ଷ ରଥଯାତ୍ରାରେ ବିରଳ ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଏବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି; ୧୯୭୧ ମସିହାରୁ ଛେରା ପହଁରା କରି ଆସୁଛନ୍ତି ଗଜପତି ମହାରାଜା, କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ଗଜପତି।



  • Jul 20, 2021 12:29 IST

    ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ

    ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ; ନବଦିନାତ୍ମକ ଯାତ୍ରା ସାରି ବାହୁଡୁଛନ୍ତି ତିନି ଠାକୁର, ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା; ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ।



  • Jul 20, 2021 12:20 IST

    ତିନି ରଥରେ ଛେରା ପହଁରା ସେବା ଶେଷ

    ତିନି ରଥରେ ଛେରା ପହଁରା ସେବା ଶେଷ; ଛେରା ପହଁରା ସେବା ସାରି ବାହୁଡ଼ିଲେ ଗଜପତି, ଚାଲିଛି ତିନି ରଥରୁ ଚାରମାଳ ଫିଟା।



  • Jul 20, 2021 11:16 IST

    ରଥରେ ଛେରା ପହଁରା ଆରମ୍ଭ

    ରଥଯାତ୍ରାର ଅନ୍ୟତମ ଆକର୍ଷଣ ଗଜପତି ମହରାଜାଙ୍କ ଛେରା ପହଁରା; ତିନି ରଥରେ ଛେରା ପହଁରା କରିବେ ଗଜପତି, ଗୋଟିଏ ପରେ ଗୋଟିଏ ରଥରେ ଛେରା ପହଁରା ଆରମ୍ଭ।



  • Jul 20, 2021 10:21 IST

    ଶେଷ ହେଲା ତିନି ରଥରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ

    ଶେଷ ହେଲା ତିନି ରଥରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ; ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ ହେଲା ପହଣ୍ଡି ବିଜେ।



  • Jul 20, 2021 10:19 IST

    ଦେଖନ୍ତୁ, ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ 

    ଦେଖନ୍ତୁ, ଧାଡ଼ି ପହଣ୍ଡିରେ ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥକୁ ବିଜେ କରୁଥିବା ଦୃଶ୍ୟ 



  • Jul 20, 2021 10:19 IST

    ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଦୃଶ୍ୟ 

    ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଦୃଶ୍ୟ 



  • Jul 20, 2021 10:14 IST

    ଦେଖନ୍ତୁ, ଶ୍ରୀସୁଦର୍ଶନ ଦେବଦଳନ ରଥକୁ ବିଜେ କରୁଥିବା ଦୃଶ୍ୟ

    ଦେଖନ୍ତୁ, ଧାଡ଼ି ପହଣ୍ଡିରେ ପ୍ରଭୁ ଶ୍ରୀସୁଦର୍ଶନ ଦେବଦଳନ ରଥକୁ ବିଜେ କରୁଥିବା ଦୃଶ୍ୟ



  • Jul 20, 2021 09:04 IST

    ରଥାରୁଢ ହେଲେ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା

    ରଥାରୁଢ ହେଲେ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା; ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ; ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି



  • Jul 20, 2021 08:08 IST

    ଆରମ୍ଭ ହେଲା ଶ୍ରୀଜିଉଙ୍କର ପହଣ୍ଡି ବିଜେ

    ଆରମ୍ଭ ହେଲା ଶ୍ରୀଜିଉଙ୍କର ପହଣ୍ଡି ବିଜେ। ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହେଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ।



  • Jul 20, 2021 08:05 IST

    ବିନା ଭକ୍ତରେ ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ

    ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଶରଧାବାଲିରେ ଅପେକ୍ଷାରତ ତିନି ରଥ।   

    ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ



  • Jul 20, 2021 07:22 IST

    #ଆଜି_ପବିତ୍ର_ବାହୁଡ଼ା_ଯାତ୍ରା

    ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡ଼ିବେ ମହାବାହୁ। ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ତିନିରଥ। କୋଭିଡ୍ କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି। ମଧ୍ୟାହ୍ନ ୧୨ଟା ସୁଦ୍ଧା ଆରମ୍ଭ ହେବ ପହଣ୍ଡି, ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରା ପହଁରା; ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ନିର୍ଘଣ୍ଟ



  • Jul 19, 2021 17:03 IST

    ବାହୁଡା ପାଇଁ ପ୍ରସ୍ତୁତି,ସମୀକ୍ଷା ବୈଠକରେ ଆଲୋଚନା

    ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ । 

    ଆହୁରି ପଢନ୍ତୁ ..



  • Jul 19, 2021 14:28 IST

    ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି : ବଡ଼ଦାଣ୍ଡର ହୋଟେଲ, ଲଜିଂ ବନ୍ଦ ପାଇଁ ନିର୍ଦ୍ଦେଶ

    ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ।  ବଡ଼ଦାଣ୍ଡର ସବୁ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମାଲିକମାନେ ଲିଖିତ ଭାବେ ପୋଲିସକୁ ଜଣାଇବେ।

    ଆହୁରି ପଢନ୍ତୁ ....



  • Jul 17, 2021 12:13 IST

    ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ

    ବଡ଼ଠାକୁରଙ୍କ ବାହୁଡ଼ାଯାତ୍ରା ପ୍ରସ୍ତୁତି ଆରମ୍ଭ । ଆସିଲା ଶ୍ରୀଜୀଉଙ୍କ ଆଜ୍ଞାମାଳ। ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ।



  • Jul 17, 2021 12:13 IST

    ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

    ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଯେମିତି ଛାତ ଉପରୁ ରଥ ଦେଖିବା ମନା ଥିଲା, ବାହୁଡ଼ା ଯାତ୍ରାରେ ମଧ୍ୟ ସେହି ନିୟମ ଲାଗୁ ହେବ।

    ଆହୁରି ପଢନ୍ତୁ ...



  • Jul 17, 2021 12:13 IST

    ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗନ୍ତି ମହାଲକ୍ଷ୍ମୀ

    ହେରାଗୋହରୀ ସାହି ଦେଇ ସେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାଲକ୍ଷ୍ମୀ । ଏହି ସମୟରେ ସେ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜ୍ଜରିତ ହୋଇ ନନ୍ଦିଘୋଷ ରଥର ହଂସପଟାର କିଛି ଅଂଶ ଭାଙ୍ଗି ଦେଇଥାନ୍ତି । 

    ଜାଣନ୍ତୁ କାହିଁକି ଏପରି କରନ୍ତି ମା ....



  • Jul 16, 2021 18:02 IST

    ସଫଳ ରଥଯାତ୍ରା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

    କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି।

    ଆହୁରି ପଢନ୍ତୁ 



Jagannath Bahuda Yatra Puri Bahuda Yatra 2021
Advertisment
Advertisment