• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Man Arrested
ନିଜ ଘରେ ଚୋରି କରି ଥାନାରେ ଅଭିଯୋଗ

ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

corona death
ଆଖି ବୁଜିଲେ ୬୯ ଜଣ କରୋନା ରୋଗୀ,୧,୧୨୯ କରୋନା ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍‌ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।

Damaged Ratha Chaka
ରଥ ଚକରେ ଲାଗି ଗଲାଣି ଉଇ ! ଭାଇରାଲ ହେଲା ଫଟୋ

ଗୁଣ୍ଡିଚା ମନ୍ଦିରରେ ଥିବା ରଥ ଚକରେ ଲାଗି ଗଲାଣି ଉଇ । ଏହିଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ହେଲେ ଏହା କେବେକାର ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜଣା ପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତର ଦାବି ହୋଇଛି । ଏପଟେ ରଥ ଚକ ବିଭିନ୍ନ ଅନୁଷ୍ଠାନକୁ ଦାନ କରାଯାଉ ନଚେତ୍ କୋଠଭୋଗ ପାଇଁ କାଠର ଆବଶ୍ୟକତା ଥିବାରୁ ତାହା ପୁରଣ କରାଯାଉ ବୋଲି ଦାବି ହୋଇଛି ।

Indian Men's Hockey Team
ହକି ସେମିରେ ହାରିଲା ଭାରତ,ମଉଳିନି ପଦକ ଆଶା

ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଛି। ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏହି ମ୍ୟାଚରେ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଥିଲା। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଥିରେ ମନଦୀପ ସିଂ ଓ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

PS Biranchi Narayan Sahoo
ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ,ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ

OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ ମଧ୍ୟ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

 PV Sindhu
ଅନୁଭୂତି ବଖାଣିଲେ ସିନ୍ଧୁ: ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ମୁଁ ବହୁତ ଖୁସି

ଅଲିମ୍ପିକ୍ସରେ ବ୍ରୋଞ୍ଚ୍ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ପି.ଭି ସିନ୍ଧୁ ।ଅଲିମ୍ପିକ୍ସରେ ଅନୁଭୂତି ବଖାଣଇଛନ୍ତି ସିନ୍ଧୁ । ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ସିନ୍ଧୁ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ୨୦୧୬ରେ ରୋପ୍ୟ ପଦକ ଆଉ ଏବେ ବ୍ରୋଞ୍ଚ ପଦକ ଜିତି ଦେଶକୁ ଗୈରାବନ୍ୱିତ କରିଛନ୍ତି ସିନ୍ଧୁ ।

student congress strike
ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ

ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ରାଜଧାନୀରେ ଛାତ୍ର କଂଗ୍ରେସର ବି‍କ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ସରକାରଙ୍କ ବାଟମାରଣା ନୀତିକୁ ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । 'ଦୁଇ ତିନିଦିନ ଚଢ଼ାଉ ହେଲା ପରେ, ଖୋଳତାଡ଼୍ ହେଲା ପରେ ଜଣା ପଡ଼ିଲା ଏଠି କିରାଣୀ କୁବେର ଭଣ୍ଡାର ଲୁଚେଇଛି। ସବୁ ପଇସା ପକେଟରେ ପୂରେଇ ବିଦେଶରେ ସ୍ତ୍ରୀ-ପିଲାଛୁଆ ଧରି ଐଶ୍ କରୁଛି' ଆଦି ବିଭିନ୍ନ ନାରାଦେଇ ଛାତ୍ର କଂଗ୍ରେସ ବି‍କ୍ଷୋଭ କରିଛି ।

Dengu
ଡେଙ୍ଗୁ ରୋଗୀଙ୍କ ପାଇଁ ଅଭାବ ନାହିଁ ବେଡ୍: ଡାକ୍ତର ଲକ୍ଷ୍ମୀଧର ସାହୁ

ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡମିସନ କରାଯାଉଛି ।

Tihidi Block Office
ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି, ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ

ଭଦ୍ରକ ତିହିଡି ବ୍ଲକ୍ ପରିସରରେ ଉତ୍ତେଜନା । ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି । ଭଦ୍ରକ ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ କଲେ ଲୋକେ। ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଛାରଖାର କରିଦେଲେ ବ୍ଲକ ଅଫିସ୍ । ଏ ନେଇ ହିତାଧିକାରୀ ଓ ବିଜେପି ପକ୍ଷରୁ ରାଲି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Mo Bus Drivers Launch Strike
୧୪ଟି ରୁଟରେ ଗଡୁନି 'ମୋ ବସ୍' ,ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି।

Dutee Chand
ନିରାଶ କଲେ ଦୂତି

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟରେ ସପ୍ତମ ସ୍ଥାନରେ ରହିଲେ ଦୂତି। ୨୦୦ ମିଟରକୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କଲେ।

NAYAGARH
ନୟାଗଡ଼ର ମାଉଣ୍ଟେନ ମ୍ୟାନ : ୩୦ ବର୍ଷ ଶ୍ରମଦାନ କରି ଗାଁକୁ ସଡ଼କ ତିଆରି କରିଛନ୍ତି ହରିହର

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ ।