ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ସରକାରଙ୍କ ବାଟମାରଣା ନୀତିକୁ ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । 'ଦୁଇ ତିନିଦିନ ଚଢ଼ାଉ ହେଲା ପରେ, ଖୋଳତାଡ଼୍ ହେଲା ପରେ ଜଣା ପଡ଼ିଲା ଏଠି କିରାଣୀ କୁବେର ଭଣ୍ଡାର ଲୁଚେଇଛି। ସବୁ ପଇସା ପକେଟରେ ପୂରେଇ ବିଦେଶରେ ସ୍ତ୍ରୀ-ପିଲାଛୁଆ ଧରି ଐଶ୍ କରୁଛି' ଆଦି ବିଭିନ୍ନ ନାରାଦେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି ।
Published By: Prangyan Parimita
Last updated: 02 August 2021, 05:00 PM IST
ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡମିସନ କରାଯାଉଛି ।