ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।
ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଆଜି ବି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।
ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍ଲକ୍ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ...
ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ୩୧ ତାରିଖ ସଂଧ୍ୟା ୬ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାରିବାରିକ ହେଉକି ବ୍ୟକ୍ତିଗତ, ବିଭିନ୍ନ କାରଣକୁ ନେଇ ବଢୁଛି ଆତ୍ମହତ୍ୟା ପ୍ରବଣତା । ତେବେ କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣ ଭୟ ଏହି ସଂଖ୍ୟାକୁ ଆହୁରି ବଢ଼ାଇ ଦେଇଛି ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।
କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି ।
ଗୁଜୁରାଟର ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା । ୟୁନେସ୍କୋ ହେରିଟେଜ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋର ୪୪ତମ ଓ୍ୱାଲ୍ଡ ହେରିଟେଜ୍ କମିଟି ବୈଠକରେ ଗୁଜୁରାଟର ହରପ୍ପା ଯୁଗର ସହର କୁହାଯାଉଥିବା ଧୋଲାବିରାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦିଆଯାଇଛି ।
ବ୍ରହ୍ମପୁର: ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ । ଗଞ୍ଜାମ ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍ର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ ।
ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।
କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର । ମହାମାରୀ କରୋନା କାଳରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ କୋଟିଏ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ।
ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଘୁଞ୍ଚିଲା । ଭାରତୀୟ ଅଲରାଉଣ୍ଡର କ୍ରୁଣାଲ୍ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି । ଦ୍ୱିିତୀୟ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି । କ୍ରୁଣାଲ ପଜିଟିଭି ବାହାରିବା ପରେ ଉଭୟ ଟିମ୍ର ଅନ୍ୟ ସମସ୍ତ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି ।
ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା ।
କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବାଜିଲା ମୋହର । ବୈଠକରେ ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ ୟେଦୁରପ୍ପା ।