କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ ।
ୟେଦୁଙ୍କ ପରେ ବାସବରାଜ ବୋମାଇ ହେବେ ମୁଖ୍ୟମନ୍ତ୍ରୀ ! ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲାଣି । ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚାର ଅନ୍ତ ହେବାକୁ ଯାଉଛି ।
ଡାକ ବିଭାଗ ପକ୍ଷରୁ ପୁଣି ଥରେ ଅନେକ ଗ୍ରୁପ୍ ସି’ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଆବେଦନ ନିମନ୍ତ୍ରଣ କରାଯାଇଛି ।
ସାଇଖୋମ୍ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍ ମୀରାବାଈ ଚାନୁ ।
ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।
ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍ରେ ପରାସ୍ତ ହୋଇଛନ୍ତି ।
ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି ।
ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି ।
ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ ।
ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ଟୋକିଓରେ ପ୍ରବଳ ହଙ୍ଗାମା । ଅଲିମ୍ପିକ୍ସ ବନ୍ଦ କରିବା ପାଇଁ ଜମିଲା ଲୋକଙ୍କ ଭିଡ଼ ।
କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି ।
ପଶ୍ଚିମବଙ୍ଗ ସର୍କଲରେ ଗ୍ରାମିଣ ଡାକ ସେବକ (ଜିଡିଏସ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ୧୯ ଅଗଷ୍ଟ, ୨୦୨୧ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।
କରୋନା ମହାମାରୀ କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହେଉଛି ଅଲିମ୍ପିକ୍ସ । ହେଲେ ତଥା ଏହା ଉପରେ ରହିଛି କରୋନାର କାୟା । ସାରା ବିଶ୍ୱରେ ଏବେ ବି କରୋନାର ଭୟ ରହିଛି ।
ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ ।
୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ।
ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ।
ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।